ମୋଟାପଣ କମାନ୍ତୁ, କ୍ୟାନସର୍ ରୁ ମୁକ୍ତ ପାଆନ୍ତୁ

ଅନେକ ଲୋକ ମୋଟାପଣକୁ ନେଇ ଚିନ୍ତିତ ନଥାନ୍ତି, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଅସୁବିଧାରେ ପକାଇଥାଏ। 50ବର୍ଷ ପୂର୍ବରୁ ଅତ୍ୟଧିକ ମୋଟା ହେବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ। ଏପରିକି ମୋଟାପଣ ପାନକ୍ରିଏଟିକ୍ କ୍ୟାନସର୍ ର ମାତ୍ରାକୁ ବଢାଇଥାଏ। ଚଳିତ ବର୍ଷ ଏଏସିଆର୍ ପକ୍ଷରୁ ହୋଇଥିବା ମିଟିଙ୍ଗରେ ଏହାକୁ ଉପସ୍ଥାପନା କରାଯାଇଥିଲା। ପାନକ୍ରିଏଟିକ୍ କ୍ୟନସର ସାମାନ୍ୟ ଆସାଧାରଣ ଅଟେ। ଏହା ଅତି ମାରାତ୍ମକ କ୍ୟାନସର୍ ରୋଗ ହୋଇଥିବା ବେଳେ ପାଞ୍ଚ ବର୍ଷରେ ମାତ୍ର 8 ପ୍ରତିଶତ ବଞ୍ଚିବାର ସମ୍ଭାବନା ଥାଏ ବୋଲି ଜାତୀୟ କ୍ୟାନସର୍ ସଂରକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଜଣାପଡିଛି।

ୟୁଏସରେ ଏହା ତୃତୀୟ ମାରାତ୍ମକ କ୍ୟାନସର ରୂପେ ବିବେଚିତ କରାଯାଉଅଛି। ଲଙ୍ଗ୍ ଓ କୋଲୋରେକ୍ଟଲ୍ ଜନିତ କ୍ୟାନସର ଚଳିତବର୍ଷ 46,000 ଲୋକଙ୍କ ମୃତ୍ୟୁ ଘଟାଇପାରେ ବୋଲି ଅନୁମାନ କରାଯାଇଛି। 20ଦଶକରୁ ପାନକ୍ରିଏଟିକ୍ କ୍ୟାନସର ଅତି ଭୟଙ୍ଗର ଭାବେ ବ୍ୟାପିବାରେ ଲାଗିଛି। ପ୍ରଥମେ ଏହା ଧୁମ୍ରପାନ କାରଣରୁ ହେଉଥିବା ସନ୍ଦେହ କରାଯାଉଥିଲା। ମାତ୍ର ତାହା ମୋଟାପଣ କାରଣରୁ ମଧ୍ୟ ହୋଇଥାଏ ବୋଲି ପ୍ରମାଣିତ ହୋଇଛି।

ଅତ୍ୟଧିକ ଓଜନ ବଢିବା ମେଦବହୁଳ ସମସ୍ୟା ସୃଷ୍ଟି କରିପାରେ। ଏଥିସହ ଶରୀର ପ୍ରତି ଏହାର ଅନେକ କୁପ୍ରଭାବ ରହିଛି। ଯାହା ମୃତ୍ୟୁର ରିସ୍କକୁ ବଢାଇ ଦେଇଥାଏ। ଏପରିକି ବୃଦ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ କରାଯାଇଥିବା ପରୀକ୍ଷାରୁ ମୃତ୍ୟୁର ସମ୍ଭାବନା କମ୍ ରହିଥାଏ ଓ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଯାଇଥାଏ।

Post Your View

Leave a Reply

Your email address will not be published. Required fields are marked *

Back to top button