ଓଜନ ହ୍ରାସ ଓ ହଜମ ପ୍ରକ୍ରିୟାକୁ ସହଜ କରିବ ପାନମହୁରୀ

ବର୍ତ୍ତମାନ ସମୟରେ ଓଜନ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର । କାରଣ ଅଫିସରେ ବସି କାମ କରିବା ମଧ୍ୟରେ, ଆପଣଙ୍କୁ ବ୍ୟାୟାମ ବା ଯୋଗ ପାଇଁ ସମୟ ବାହାର କରିବାକୁ ପଡିବ । ତେବେ ଚାଲିବାର ଅଭ୍ୟାସ ସଂପୂର୍ଣ୍ଣ ହ୍ରାସ ହୋଇ ଯାଇଛି । କାହିଁକି ନା ବସି ବସି ଜଙ୍କ ଫୁଡ ଖାଇବାର ଅଭ୍ୟାସ ଏମିତି ବଢିଗଲାଣି ଯେ ଏଭଳି ପରିସ୍ଥିତିରେ ମୋଟୋପା ହ୍ରାସ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ମହାମାରୀ କରୋନା କାଳରେ ଲୋକଙ୍କ ଓଜନ ଆହୁରି ବୃଦ୍ଧି ପାଇଛି । ଘରୁ କାମ କରୁଥିବା ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଉପରେ ସଂପୂର୍ଣ୍ଣ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ଓଜନ ବଢିବା ସହିତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଲୋକଙ୍କଠାରେ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗ ବୃଦ୍ଧି ପାଇବାରେ ଲାଗିଛି। ତଥାପି, ଯଦି ନିଜ ଖାଦ୍ୟର ଟିକିଏ ଯତ୍ନ ନିଆଯାଏ ତାହାଲେ, ମେଦବହୁଳତା ହ୍ରାସ କରାଯାଇ ପାରିବ ।

, ଓଜନ ହ୍ରାସ ଓ ହଜମ ପ୍ରକ୍ରିୟାକୁ ସହଜ କରିବ ପାନମହୁରୀତେବେ ଓଜନ ହ୍ରାସ କରିବା ପାଇଁ ଘରୋଇ ଉପଚାର ମଧ୍ୟ କରିପାରିବେ । ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଆପଣ ପେଟରେ ବଢୁଥିବା ଚର୍ବିକୁ ହ୍ରାସ କରିପାରିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ଫେନେଲ, ଅର୍ଥାତ୍ ପାନମହୁରୀ ଯାହା ଆପଣଙ୍କ ଓଜନ ହ୍ରାସ ପାଇଁ ବ୍ୟବହାର କରିପାରିବେ । ପାନମହୁରୀରୁ କିପରି ଓଜନ ହ୍ରାସ ପାଇଁ ପାନୀୟ ପ୍ରସ୍ତୁତ କରିବେ ଜାଣନ୍ତୁ ।, ଓଜନ ହ୍ରାସ ଓ ହଜମ ପ୍ରକ୍ରିୟାକୁ ସହଜ କରିବ ପାନମହୁରୀପାନମହୁରୀରୁ ପ୍ରସ୍ତୁତ କରନ୍ତୁ ଓଜନ ହ୍ରାସ ପାଇଁ ପାନୀୟ – ତେବେ ଓଜନ ହ୍ରାସ ପାଇଁ ପ୍ରଥମେ ପାନମହୁରୀକୁ ବ୍ୟବହାର କରିପାରିବେ । ଏହାକୁ ଚା ଭାବେ ତିଆରି କରି ପିଇପାରିବେ । ଏଥିପାଇଁ ଆବଶ୍ୟକ ଏକ ଛୋଟ ଚାମଚରେ ପାନମହୁରୀ ଏବଂ ପାଣି  । ସର୍ବପ୍ରଥମେ, ଫୁଟାଇବା ପାଇଁ ୧ ଗ୍ଲାସ ପାଣି ରଖନ୍ତୁ । ପାଣି ଫୁଟିବା ପରେ ସେଥିରେ ଏକ ଚାମଚ ପାନମହୁରୀ ମିଶାଇ ଦିଅନ୍ତୁ । କିଛି ସମୟ ପରେ ଗ୍ୟାସ ବନ୍ଦ କରନ୍ତୁ । ବର୍ତ୍ତମାନ ସେହି ଜଳକୁ ୧ ମିନିଟ୍ ପାଇଁ ଘୋଡାଇ ରଖନ୍ତୁ | ଟିକେ ଥଣ୍ଡା ହେଲା ପରେ ଏହାକୁ ପିଅନ୍ତୁ ।

ପାନମହୁରୀରେ ଥିବା କେତେକ ପୋଷକ ତତ୍ତ୍ୱ – ପାନମହୁରୀର ଥିବା ମିନରଲ୍ସ , ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ପାନମହୁରୀରେ ମିଳୁଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ତେବେ ଏହା ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Post Your View

Leave a Reply

Your email address will not be published. Required fields are marked *

Back to top button