ବୋହୂ ଦେଲେ ଭର୍ତ୍ତୃହରିଙ୍କ ନାରେ ଏଫ୍‌ଆଇଆର୍

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ..

ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ବଡ ଅଭିଯୋଗ । ପୂରା ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୁ ସାକ୍ଷୀ ମହତାବ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ଭୋପାଲର ମହିଳା ଥାନାରେ ଭର୍ତ୍ତୃହରିଙ୍କ ପରିବାର ନାଁରେ ଏଫଆଇଆର ଦାୟର କରିଛନ୍ତି ସାକ୍ଷୀ । ଭର୍ତ୍ତୃହରିଙ୍କ ସହିତ ପତ୍ନୀ ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ସଂପର୍କରେ ସାଂସଦ ଭର୍ତ୍ତୃହରି ମହାତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।, ବୋହୂ ଦେଲେ ଭର୍ତ୍ତୃହରିଙ୍କ ନାରେ ଏଫ୍‌ଆଇଆର୍ସୂଚନା ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍‌ଆଇଆର୍ ଦେଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮(ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି । ସାକ୍ଷୀ ଅଭିଯୋଗ କରିଛନ୍ତି ଯେ ବିବାହରେ ତାଙ୍କ ବାପା ଅଢେଇ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ । ବାହାଘର କିଛି ଦିନ ପରେ ସ୍ୱାମୀ ଲୋକରଞ୍ଜନ ଓ ଶାଶୂ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହାପରେ ସାକ୍ଷୀ ତାଙ୍କ ବାପଘର ଭୋପାଳକୁ ଚାଲି ଯାଇଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ପତ୍ନୀ ସାକ୍ଷୀଙ୍କୁ ସାଙ୍ଗରେ ରଖିବାକୁ ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତି ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କୁ ଘରେ ରଖିବାକୁ ରାଜି ହୋଇ ନଥିଲେ ।, ବୋହୂ ଦେଲେ ଭର୍ତ୍ତୃହରିଙ୍କ ନାରେ ଏଫ୍‌ଆଇଆର୍ସେ ଆହୁରି କହିଛନ୍ତି ଯେ ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା। ୨୦୧୮ରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ। ତେବେ ସେ ଆଶା ଛାଡ଼ି ନଥିଲେ ଓ ଅପେକ୍ଷା କରିଥିଲେ। କିନ୍ତୁ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ନ ଆସିବା ପରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋରଞ୍ଜନ (୩୮)ଙ୍କ ବାହାଘର ହୋଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button