ଶିଶୁ ଜନ୍ମକୁ ନେଇ ଅନ୍ଧବିଶ୍ୱାସ ଯାହା ସହଜରେ ମାନିନେଇଥାନ୍ତି ମହିଳା

ଗର୍ଭାବସ୍ଥା ଓ ଡେଲିଭରିକୁ ନେଇ କିଛି ଅନ୍ଧବିଶ୍ୱାସ ରହିଛି। ସ୍ତ୍ରୀ ଲୋକମାନେ ଖୁବଶିଘ୍ର ମାନି ନିଅନ୍ତି କାରଣ ପିଢିରୁ ପିଢି ଚାଲିଆସିଥାଏ। ଡେଲିଭରି ତାରିଖ ଆସିଯାଇଥିଲା କିନ୍ତୁ ଲେବର ପେନ ଆସି ନଥିଲା। ତାଙ୍କ ଶାଶୁ ଚଟପଟା ମସଲା ଖାଦ୍ୟ ଖାଇବାକୁ କହିଥିଲେ। ସେମାନେ ଏହା ମାନନ୍ତି ଯେ ଏହିପରି ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଲେବର ପେନ ଜଲଦି ଆସିଯାଏ। କିନ୍ତୁ ଏହିପରି କିଛି ଘଟିଲା ନାହିଁ ବରଂ ରାଗ ଓ ମସଲା ଯୁକ୍ତ ଖାଦ୍ୟକୁ ଳଖାଇବାରୁ ପେଟ ଜଳିବା ଆରମ୍ଭ ହୋଇଯାଇଥିଲା। ଏଥିରେ ତାଙ୍କ ମା ଓ ଶାଶୁଙ୍କ କୈାଣସି ଭୁଲ ନଥିଲା। ବହୁ ପୁରୁଣା କାଳରୁ ଏହା ମାନନ୍ତି ଯେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ସ୍ତ୍ରୀ ଲୋକଙ୍କୁ ଜଲଦି ଲେବର ପେନ ଆସିଯାଏ। ଏହିପରି ବହୁ ଅନ୍ଧ ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। , ଶିଶୁ ଜନ୍ମକୁ ନେଇ ଅନ୍ଧବିଶ୍ୱାସ ଯାହା ସହଜରେ ମାନିନେଇଥାନ୍ତି ମହିଳା

ଡେଲିଭରି ପରେ ଗାଧୋଇବା ବା ପାଣି ଛୁଇଁବା ଉଚିତ ନୁହେଁ

ଭରତୀୟ ମହିଳା ମାନେ ମାନନ୍ତି ଯେ ଡେଲିଭରି ପରେ ମହିଳାଙ୍କୁ ଗାଧୋଇବା ବା ପାଣି ଛୁଇଁବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହା କେତେ ଦୂର ଯଥାର୍ଥ। ସାଧାରଣ ଡେଲିଭରି ହେଉ ବା ସିଜରିଆନ ଉଭୟ କ୍ଷେତ୍ରରେ ସାବଧାନ ରହିବାକୁ ହୋଇଥାଏ। ସାଧାରଣ ଡେଲିଭରିରେ ଦିନେ ବା ଦୁଇ ଦିନ ଓ ସିଜରିଆନରେ ୩ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡିଥାଏ। କେବେ ଓ କିପରି ଗାଧୋଇବେ  ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଗରମ ପାଣିରେ ଆଦୈ ଗାଦାନ୍ତୁ ନାହିଁ। କାରଣ ଏହି ସମୟରେ ଶରୀରରୁ ବହୁ ପରିମାଣରେ ରକ୍ତ କ୍ଷୟ ହୋଇଥାଏ। ଗରମ ପାଣିରେ ଗାଧୋଇବା ଦ୍ୱାରା ମୁଣ୍ଡବୁଲାଇବା ସହ ଅନେକ ସମସ୍ୟା ଦେଖାଯାଇଥାଏ। , ଶିଶୁ ଜନ୍ମକୁ ନେଇ ଅନ୍ଧବିଶ୍ୱାସ ଯାହା ସହଜରେ ମାନିନେଇଥାନ୍ତି ମହିଳା

ଶିଶୁ ଶରୀରରୁ ବାହାରିବା ପରେ ଡେଲିଭରି ସରି ଯାଏ କି?

ପ୍ରାୟ ଟିଭିରେ ଦେଖାଏ ଡେଲିଭରି ପରେ ଶିଶୁକୁ ପୋଛି ନର୍ସ ମା ପରିବାରବର୍ଗଙ୍କୁ ଧରିବାକୁ ଦେଇଥାଏ। କିନ୍ତୁ ପ୍ରକୃତରେ ଏହିପରି ହୋଇନଥାଏ। ଡେଲିଭରିର ୩୦ ମିନିଟ ପରେ ପ୍ଲାସେଣ୍ଟା ମା ଶରୀର ଓ ଶିଶୁ ସହ ଲାଗିଥାଏ। ତାପରେ ଏହାକୁ କଟା ଯାଇଥାଏ। ପ୍ଲାସେଣ୍ଟା ଗର୍ଭଧାରଣ ସମୟରେ ମା ଶରୀରରେ ତିଆରି ହୋଇଥାଏ। ଯାହା ଗର୍ଭାଶୟରେ ଶିଶୁକୁ ଖାଦ୍ୟପେୟ ଓ ପୋଷଣ ଦେବାରେ ସହାୟକ ହୋଇଥାଏ। ରକ୍ତ ବିଶୁଦ୍ଧିକରଣରେ ମଧ୍ୟ ଏହାର ଅନ୍ୟ ଏକ କାମ। , ଶିଶୁ ଜନ୍ମକୁ ନେଇ ଅନ୍ଧବିଶ୍ୱାସ ଯାହା ସହଜରେ ମାନିନେଇଥାନ୍ତି ମହିଳା

ପାଣିଥଳି ଫାଟିବା ମାତ୍ରେ ହିଁ ମହିଳା ଲେବରକୁ ଚାଲି ଯାଆନ୍ତି କି?

ଅଧିକାଂଶ ଫିଲ୍ମରେ ଏହିପରି ଦେଖନ୍ତି ଯେ ପାଣିଥଳି ଫାଟିଯିବା ମାତ୍ରେ ଡାକ୍ତରଖାନା ନିଆଯାଏ ଓ କିଛି ସମୟରେ ଛୁଆ ହୋଇଯାଏ। କିନ୍ତୁ ଏହିପରି ବିଲକୁଲ ହୋଇନାଥାଏ। ପାଣିଥଳି ଫାଟିବା ପରେ ମହିଳାଙ୍କ ଶରୀର ଶିଶୁ ଜନ୍ମ କରିବା ପାଇଁ ରେଡି ହୋଇଯାଇଥାଏ। ୧୨-୨୪ ଘଣ୍ଟା ପରେ ଲେବର ପେନ ଆସିଥାଏ। କିଛି ମହିଳାଙ୍କ ପେନ ଆସିବାର ବହୁ ପୂର୍ବର ପାଣିଥଳି ଫାଟି ଯାଇଥାଏ। , ଶିଶୁ ଜନ୍ମକୁ ନେଇ ଅନ୍ଧବିଶ୍ୱାସ ଯାହା ସହଜରେ ମାନିନେଇଥାନ୍ତି ମହିଳା

ଡେଲିଭରି ପରେ ରିକୋଭରି ପାଇଁ ଜୁଆଣି ପାଣି ପିଇବା ଲାଭଦୟୀ

ଜୁଆଣି ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ମଜବୁତ ହୋଇଥାଏ। ଡେଲିଭରି ପରେ ଜଦି ଆପଣ ନିଜ ଓଜନ କମେଇବାକୁ ଚାହୁଁଛନ୍ତି ତେବେ ଜୁଆଣି ପାଣି ପିଅନ୍ତୁ। ଜୁଆଣି ପାଣି ପିଇବା ଦ୍ୱାରା ଶିଶୁକୁ ଉତ୍ତମ ମା କ୍ଷୀର ମିଳିଥାଏ। ଡେଲିଭରି ପରେ କିଛିଦିନ ମା ଶରୀରରେ ପୀଡା ରହିଥାଏ। ଜୁଆଣି ପାଣି ପିଇବା ଦ୍ୱାରା ଏହି ପୀଡାରୁ ମୁକ୍ତି ମିଳିଥାଏ।

Post Your View

Leave a Reply

Your email address will not be published. Required fields are marked *

Back to top button