ଭାରତ ପରାଜୟର 5ଟି କାରଣ

ଭାରତ ଚଳିତ ବିଶ୍ୱକପ୍ର ସେମିଫାଇନାଲ୍ ରୁ ବିଦାୟ ନେଇଛି । ୧୮ ରନ୍ ରେ ହରାଇଲା ନିଉଜ୍ଲ୍ୟାଣ୍ଡ । ୪୫ ମିନିଟ୍ ରେ ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ।ସେମିଫାଇନାଲ୍ ରେ ଅତି ନୈାରାଶ୍ୟ ଜନକ ପ୍ରଦର୍ଶନ ସହ ଟିମ୍ ଈଣ୍ଡିଆ ବିଶ୍ୱକପ୍ ଅଭିଯାନ ଶେଷ କରିଛି । ତେବେ ୫ଟି ମୁଖ୍ୟ କାରଣ ପାଈଁ ଟିମ୍ ଈଣ୍ଡିଆ ପରାସ୍ତ ସ୍ୱିକାର କରିଛି । ପ୍ରଥମ ଦିବସରେ ବର୍ଷା ହେବାରୁ ରିଜର୍ଭ ଡେ ରେ ଖେଳ ହୋଇଥିଲା । ପ୍ରଥମ ଦିନରେ ୮ ଉଇକେଟେ୍ ରେ ୨୩୯ ରନ୍ କରିଥିଲା ନ୍ୟୁଜ୍ଲ୍ୟାଣ୍ଡ । ପ୍ରଥମ ମୁଖ୍ୟ କାରଣ ହେଇଛି ଟପ୍ ଅର୍ଡରର ପ୍ରଥମ ୩ ଖେଳାଳିଙ୍କୁ ନେଇ ଚର୍ଚ୍ଚାରେ ରହିଥିବା ଭାରତ ଶେଷରେ ସେହି ୩ ଖେଳାଳିଙ୍କ ବିଫଳତା ଯୋଗୁଁ ପରାଜୟ ଭୋଗିଲା । ରୋହିତ୍ ଶର୍ମାଙ୍କର ୫ ଶତକ,କେଲ୍ ରାହୁଲ୍ଙ୍କ ର ୧ଶତକ,ବିରାଟ୍ଙ୍କ ର ସାନ୍ ଦାର୍ ରେକର୍ଡ କୁ ଆହୁରି ଆଗକୁ ନେବାର ଲକ୍ଷ୍ୟ ମଧ୍ୟ ଧୂଳିସାତ୍ ହୋଇଗଲା । ବର୍ଷା ଯୋଗୁଁ ୨ ଦିନରେ ଶେଷ ହୋଇଥିବା ସେମିଫାଇନାଲ୍ ରେ ନ୍ୟୁଜଲ୍ୟାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ଭାରତ ୪୯.୩ ଓଭର ରେ ୨୨୧ ରନ୍ କରି ଅଲ୍ଆଉଟ୍ ହେଲା । ରୋହିତ୍ ଶର୍ମା ୧,ଲୋକେଶ ରାହୁଲ ୧ ଓ ଅଧିନାୟକ ବିରାଟ କୋହଲି ୧ ରନ୍ ରେ ଆଉଟ୍ ହେବାରୁ ଭାରତ ଲଜ୍ଜାଜନକ ସ୍ଥିତିରେ ପହଞ୍ଛି ଯାଇଥିଲା । ଦିତ୍ୱୀୟ କାରଣ ହେଉଛି ମଧ୍ୟଭାଗରେ ରିଷଭ ପନ ୍ଥ(୩୨) ଓ ହାର୍ଦ୍ଧିକ୍ ପାଣ୍ଡିଆ (୩୨)ଙ୍କୁ ବହୁତ ଭଲ ସୁଯୋଗ ମିଳିଥିଲା ।କିନ୍ତୁ ସେମାନେ ନିଜ ଉଇକେଟ୍ କୁ ବଞ୍ଛାଇବାରେ ଅସମର୍ଥ ଥିଲେ ।ଯଦି ଏହି ଦୁଈଜଣଙ୍କ ମଧ୍ୟରୁ କେହି ଜଣେ ଖେଳର ଶେଷ ପର୍ଯ୍ୟନ୍ତ ତିଷ୍ଠି ପାରିଥାନ୍ତା ତାହାଲେ ଏହାର ରେଜଲ୍ଟ କିଛି ଭିନ୍ନ ଧରଣ ର ହୋଇଥାନ୍ତା । ତୃତୀୟ ମୁଖ୍ୟ କାରଣ ଥିଲା ରବିନ୍ଦ୍ର ଜଡେଜାଙ୍କର ଆଉଟ୍ । ୨୯.୩ ଓଭରରେ ୧୪୮ ରନ୍ ଆବଶ୍ୟକ ଥିବା ବେଳେ ଜଡେଜା ମାତ୍ର ୫୯ ବଲ୍ ରେ ୭୭ ରନ୍ କରି କମାଲ ଦେଖାଇଥିଲେ । ଯେଊଁଠି ଅନ୍ୟ ଖେଳାଡିମାନେ ବହୁ ଧିମା ଗତିରେ ଖେଳୁଥିଲେ ସେଈଠି ଜଡେଜା ୪ଟିଛକା ଓ୪ଟି ଚଉକା ମାରି ଭାରତ କୁ ଜିତେଇବାର ବିଶ୍ୱାସ ଦେଇଥିଲେ । କିନ୍ତୁ ତାଙ୍କ ଆଉଟ୍ ହେବା ଭାରତର ପରାଜୟର କାରଣ ହେଲା । ଚତୁର୍ଥ କାରଣ ଥିଲା ବରଷା । ବରଷା କାରଣରୁ ଫାଷ୍ଟ ବୋଲର ମାନଙ୍କୁ ଉଇକେଟ୍ ନେବାର ବହୁତ ଭଲ ସୁଯୋଗ ମିଳୁଥିଲା ସେଥିପାଈଁ ଖେଳ ଆରମ୍ବ ରୁ ଟିମ୍ ଇଣ୍ଡିଆ କେବଳ ୫ରନ୍ ରେ ୩ଟା ଉଇକେଟ୍ ହରାଇଥିଲା । ପଞ୍ଛମ କାରଣ ଟି ଭାରତୀୟ ଟିମ୍ ଉପରେ ବହୁତ ମହଙ୍ଗା ପଡିଥିଲା । ୪୯ତମ ଓଭରରେ ପ୍ରଥମ ବଲ୍ ରେ ଛକା ମାରି ୩ୟ ବଲ୍ ରେ ୨ରନ୍ ନେବା ପ୍ରୟାସରେ ଧୋନି ରନ୍ ଆଉଟ ହୋଇଥିଲୋ ଜଡେଜାଙ୍କ ପରେ ଟିମ୍ ଈଣ୍ଡିଆର ଶେଷ ଆଶାଥିଲେ ଧୋନି । ଏହି ସେମିରେ ପରାଜୟ ପରେ ହୁଏତ ସେ କ୍ରିକେଟ୍କୁ ଅଲ୍ବିଦା କହିପାରନ୍ତି । ସମ୍ଫୂଣ୍ଣ ଟୁଣ୍ନାମେନଟେ୍ ରେ ଭାରତୀୟ ଦଳ ମାତ୍ର ୪୫ମିନିଟ୍ ଖରାପ ପ୍ରଦର୍ଶନ କରିଥିଲା । ଏହି ସ୍ୱଳ୍ପ ସମୟ ମଧ୍ୟରେ ବିଶ୍ୱକପ୍ ଚାମ୍ଫିଆନ୍ ହେବାର ସ୍ୱପ୍ନ ମଉଳି ଯାଇଥିଲା ବୋଲି ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button