ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରିଦେଲ

ସାବିତ୍ରୀ ବ୍ରତରେ ଶୁଣିବାକୁ ମିଳିଲା ନାରୀ ନିର୍ଯାତନା । ଗୋଟିଏ ଝିଅ ଅନେକ ଆଶା ଅସୁମାରୀ ଧରି ବିବାହ କରି ଶାଶୁଘରକୁ ଆସିଥାଏ । ନିଜ ସ୍ୱାମୀ ଓ ତାର ପରିବାରକୁ ନେଇ ଖୁସିରେ ନିଜ ବୈାବାହିକ ଜୀବନ କାଟିବ ବୋଲି । କିନ୍ତୁ ବେଳେ ବେଳେ ଶାଶୁଘରୁ ଏମିତି ବର୍ବରତାର ଘଟଣା ଦେଖିବାକୁ ମିଳେ ଯେ ଯାହା ବିଶ୍ୱାସ କରିବା ଖୁବ୍ କଷ୍ଟକର । ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛିି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଂଚାୟତର ରୁଦ୍ରପୁର ଗାଁରୁ । ଏହି ଗାଁର ପ୍ରକାଶ ବ୍ରହ୍ମାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ଏନେଇ ଲକ୍ଷ୍ମୀପ୍ରିୟା ନିଜେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ, ଲକ୍ଷ୍ମୀଙ୍କ ବାପଘର ଲୋକ କିନ୍ତୁ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା କୁଆଖିଆ ଥାନାର ଗୋପାଳପୁର ଗାଁର ଗଜେନ୍ଦ୍ର ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା, ଗତ ଦୁଇବର୍ଷ ତଳେ ପ୍ରକାଶଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହ ଦିନରୁ ତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଲକ୍ଷ୍ମୀପ୍ରିୟାଙ୍କ ବାପାମା ।

Post Your View

Leave a Reply

Your email address will not be published. Required fields are marked *

Back to top button
Close