ଭୁଲି ଯିବେ କି ଭବିଷ୍ୟତ ପିଢି

ଅବସରପ୍ରାପ୍ତ ପ୍ରଫେସରଙ୍କ ଘରେ ଲୋକକଳା ଓ ପାରମ୍ପରିକ ସାମଗ୍ରୀର ଝଲକ 

ବଦଳୁଛି ଯୁଗ । ତାହା ସହ ତାଳଦେଇ ବଦଳୁଛି ମଣିଷର କାର୍ଯ୍ୟ ଶୈଳୀ । ମଣିଷ ଆଜି ଯନ୍ତ୍ର ମାନବ ପାଲଟି ଗଲାଣି । ଯାହା ବି କରୁଛି ସବୁ କିଛି ପାଇଁ ଯନ୍ତ୍ର ଉପରେ ନିର୍ଭର କରୁଛି । ଲୋପ ପାଇବାକୁ ବସିଲାଣି ପାରମ୍ପରିକ ସାମଗ୍ରୀ । ଯନ୍ତ୍ର ମାନବ ସବୁ ପାରମ୍ପରିକ ସାମଗ୍ରୀକୁ ଅଦରକାର ମଣିଲାଣି । ଆଉ କିଛି ବର୍ଷ ପରେ ଏସବୁ ଲୋପ ପାଇଯିବ । ଖାସ ଏଥିପାଇଁ ପାରମ୍ପରିକ ସାମାଗ୍ରୀକୁ ତିଆରି ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି କଟକ ସହର ମଧୁପାଟଣାର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର । ଏକାଧାରରେ ଜଣେ ଲେଖକ, ଲୋକ ସଂସ୍କୃତି ଗବେଷକ, ଜଗନ୍ନାଥ ସଂସ୍କୃତି ପ୍ରବଚକ । ପୁରାତନ ବ୍ୟବହୃତ ପାରମ୍ପରିକ ସାମଗ୍ରୀ ସହ ଲୋକକଳାକୁ ଜନମାନସରେ ଉଜ୍ଜିବୀତ କରି ରଖିବାକୁ ଅଜୟ ସାର ଚଳାଇଛନ୍ତି ଉଦ୍ୟମ । ଅଣବ୍ୟବହୃତ ସାମଗ୍ରୀ ଓ ବର୍ଜ୍ୟବସ୍ତୁରୁ ତିଆରି କରୁଛନ୍ତି ଅନେକ ପାରମ୍ପରିକ ବ୍ୟବହୃତ ସାମଗ୍ରୀ । ତାହାପୁଣି କୌଣସି ଆଧୁନିକ ଯନ୍ତ୍ରପାତିରେ ନୁହଁ । ବରଂ ସେହି ପାରମ୍ପରିକ ଯନ୍ତ୍ରପାତି ।, ଭୁଲି ଯିବେ କି ଭବିଷ୍ୟତ ପିଢି ବର୍ଜ୍ୟବସ୍ତୁରୁ ତିଆରି ଏହି ସବୁ ସାମଗ୍ରୀରେ ରହିଛି ଆମ ଲୋକକଳା ଓ ପରମ୍ପରାର ଝଲକ । ସେ ଶଗଡ଼, ଢ଼ିଙ୍କି, ରୁଖା, ହଲଲଙ୍ଗଳ, ତେଣ୍ଡା, କେନ୍ଦେର, କଠଉ, ସଵାରୀ, ବିଞ୍ଚଣା, ଖଇଁଚି, ସିକା, ପଖିଆ, ଦାସକାଠିଆ, ଧୁଡୁକି, ଯୋଗିବାଦ୍ୟ, ଅରଟ, ଧାନ ଡୋଲି, ଖୁଆ ବାଟି ପରି ଅନେକ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରିଛନ୍ତି । ବିଶେଷ କରି ଏହି ସବୁ ସାମଗ୍ରୀ ଆମ ପୂର୍ବପୁରୁଷ ବ୍ୟବହୃତ କରୁଥିବା ବେଳେ ତାହା ଆଜି ଲୋପ ପାଇବାକୁ ବସିଲାଣି ।, ଭୁଲି ଯିବେ କି ଭବିଷ୍ୟତ ପିଢି ତେଣୁ ଲୋକମାନେ କିପରି ଏହି ସବୁ ସାମଗ୍ରୀକୁ ମନେ ରଖିବା ସହିତ ତାର ବ୍ୟବହାର ସମ୍ପର୍କରେ ଜାଣି ପାରିବେ ତାହାହିଁ ରହିଛି ଅଜୟ ସାରଙ୍କ ମୁଳଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଏସବୁକୁ ନେଇ ସଂଗ୍ରହାଲୟ ଖୋଲିବାକୁ ମଧ୍ୟ ସେ ଆଶା ରଖିଛନ୍ତି । ଆଗାମୀ ପିଢିମାଙ୍କ ପାଇଁ ଆମ ପୁରାତନ ପାରମ୍ପରିକ ସାମଗ୍ରୀର ଶିକ୍ଷଣ ଓ ଉପକରଣ ନିହାତି ରହିବା ଆବଶ୍ୟକ ରହିଛି । ଅଜୟ ସାରଙ୍କ ଏହି ପ୍ରୟାସ ଭବିଷ୍ୟତ ପିଢିଙ୍କ ପାଇଁ ବେଶ ସହାୟକ ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button