ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ

ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଅଟଳ ସମାଧୀ ସ୍ଥଳରେ ରାଷ୍ଟ୍ରପତି ରାମନାଥ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କୁ ମନେ ପକାଇଛନ୍ତି ।, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀସୂଚନା ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅଗଷ୍ଟ ୧୬, ୨୦୧୮ରେ ଦିଲ୍ଲୀର AIIMS ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କୁ ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯ୩ଇଥିଲା । ଜବାହରଲାଲ ନେହେରୁଙ୍କ ପରେ ଅଟଳ ବିହାରୀ ବାଜପେୟୀ ଏକମାତ୍ର ନେତା ଯିଏକି ପ୍ରଧାନମନ୍ତ୍ରୀ ପଦରେ ତିନିଥର କାର୍ଯ୍ୟ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ । ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀରେ ଲକ୍ଷ୍ନୌରେ ଅପରାହ୍ନ ୫.୩୦ ସମୟରେ ‘ମେରୀ ଯାତ୍ରା-ଅଟଳ ଯାତ୍ରା’ ନାମକ ଏକ ନାଟକ ମଞ୍ଚସ୍ଥ ହେବ ।, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀଆଦର୍ଶ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଦେଶ ମନେ ପକାଉଛି । କାରଣ ବାଜପେୟୀ ନିଜର ଜୀବନ କାଳରେ ଅନେକ ଗୁଡ଼ିଏ ଐତିହାସିକ କାମ କରିଯାଇଛନ୍ତି । ଭାରତ ରତ୍ନ ବାଜପେୟୀଙ୍କୁ ଦେଶର କିଛି ଭଲ ନେତାଙ୍କ ମଧ୍ୟରେ ଗଣତି କରାଯାଇଥାଏ । ସେ ରାଜନୀତିରେ ଥାଇ ମଧ୍ୟ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ କରୁ ନଥିଲେ । ବିରୋଧୀ ଦଳର ନେତାମଧ୍ୟ ବାଜପେୟୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁ ନଥିଲେ । ସେଥି ପାଇଁ ଆଜି ଦେଶ ବାଜପେୟୀଙ୍କୁ ମନେ ପକାଉଛି । ଅଟଳ ବିହାରୀ ବାଜପେୟୀ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ସିଏମ ଯୋଗୀ, ଉଭୟ ଡେପୁଟି ସିଏମ, ବିଜେପି ରାଜ୍ୟ ସଭାପତି ମଧ୍ୟ କେଜିଏମୟୁର ଅଟଳ ବିହାରୀ ବାଜପେୟୀ ସମ୍ମିଳନୀ କେନ୍ଦ୍ରରେ ଯୋଗଦେବେ । ଏହି ଅବସରରେ, ଅଟଳ ଜୀ ସହିତ କାମ କରିଥିବା ୧୫ ଜଣଙ୍କୁ ସମ୍ମାନିତ କରାଯିବ ।

Post Your View

Leave a Reply

Your email address will not be published. Required fields are marked *

Back to top button