ପିପିଲି ଉପ ନିର୍ବାଚନ ମେ ୧୩ ହେବ ଭୋଟ ଗ୍ରହଣ

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଏପ୍ରିଲ ୨୬ ତାରିଖରେ  ନାମାଙ୍କନ ଦାଖଲର ଶେଷ ତାରିଖ। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଥିବାରୁ କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହେବ। ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଏହାପରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମେ’ ୧୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।କହିରଖୁ କି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହେଉଛି । ହେଲେ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଦେହାନ୍ତ ହୋଇଥିଲା । ଏହାକୁ ନେଇ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ ଅଧିକାରୀ ।

Post Your View

Leave a Reply

Your email address will not be published. Required fields are marked *

Back to top button