ମହିଳା ଦେଇପାରିବେ ଏନଡିଏ ପରୀକ୍ଷା : ସୁପ୍ରିମକୋର୍ଟ

ଦେଶର ସମ୍ମାନଜନକ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ରେ ଯୋଗଦେବାକୁ ଅପେକ୍ଷା କରିଥିବା ମହିଳାମାନଙ୍କ ପାଇଁ ଏକ ବଡ ଖବର ଅଛି । ତାଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ଏହି ପରୀକ୍ଷା ଦେଇପାରିବେ ନାହିଁ ବୋଲି ସେନା କୋର୍ଟରେ କହିଥିଲା । କିନ୍ତୁ ଏହା ଲିଙ୍ଗଗତ ବାଛ ବିଚାରକୁ ପ୍ରୋତ୍ସାହିତ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।, ମହିଳା ଦେଇପାରିବେ ଏନଡିଏ ପରୀକ୍ଷା : ସୁପ୍ରିମକୋର୍ଟମହିଳାମାନେ ବି ରାଷ୍ଟ୍ରୀୟ ରକ୍ଷା ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ ସଂଜୟ କିଶନ କୌଲ ଓ ଜଷ୍ଟିସ ହିର୍ଷିକେଶ ରାୟଙ୍କ ଖଣ୍ଡପୀଠ କୁଶ କାଲରାଙ୍କ ରିଟ୍ ପିଟିସନ ଉପରେ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପୂର୍ବରୁ ବି ଅନେକ ବାର ମହିଳାଙ୍କୁ ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦେବାକୁ ଦାବି ହୋଇ ଆସୁଥିଲା । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନଥିଲା । ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି । ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ NDA ରେ ଯୋଗଦେବାକୁ ଅନୁମତି ପାଇଛନ୍ତି । ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।, ମହିଳା ଦେଇପାରିବେ ଏନଡିଏ ପରୀକ୍ଷା : ସୁପ୍ରିମକୋର୍ଟଯାଚିକା କର୍ତ୍ତା ତାଙ୍କ ଆବେଦନରେ କହିଥିଲେ କି ମହିଳା ମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷାରେ ବସିବାର ସୁଯୋଗ ନଦେବା ସମ୍ବିଧାନର ଅନୁଚ୍ଛେଦ ୧୪,୧୫,୧୬ ଓ ୧୯ ର ଉଲଘଂନ । ଏହାସହ ଅଧିକାରୀ ଦ୍ୱାଦଶ ପରୀକ୍ଷାରେ ପାସ କରିଥିବା ଅବିବାହିତ ପୁରୁଷ ଆଶାୟୀଙ୍କୁ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ଓ ନୌସେନା ଏକାଡେମୀ ପରୀକ୍ଷାରେ ବସିବାକୁ ଅନୁମତି ଦେଉଛି ମାତ୍ର ଯୋଗ୍ୟ ଆଶାୟୀ ମହିଳାଙ୍କୁ ଲିଙ୍ଗ ବୈଷ୍ୟମତା ଆଧାରରେ ଅନୁମତି ଦେଉ ନାହିଁ । ଏନେଇ ସମ୍ବିଧାନରେ କୌଣସି ଉଚିତ କରାଣ ନଥିବା ଯାଚିକା କର୍ତ୍ତା ତାଙ୍କ ଅଭିଯୋଗରେ କହିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button