କମୁଛି ସୁନା ବଢୁଛି ତେଲ

ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ଯ..

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୬୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୬,୬୯୦ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୪୦୦ ଟଙ୍କା ଓ ୪୭,୩୫୦ ଟଙ୍କା ଛୁଇଁଛି।ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। , କମୁଛି ସୁନା ବଢୁଛି ତେଲମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୬୯୦ ଟଙ୍କା ଓ ୪୬,୬୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୫୫୦ ଟଙ୍କା ଓ ୪୯,୬୯୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୩,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୭,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୧୬୦ ଟଙ୍କା ଓ ୪୮,୮୬୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।, କମୁଛି ସୁନା ବଢୁଛି ତେଲଉପର ମୁହାଁ ତୈଳ ଦର। ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଡିଜେଲ। ଦିଲ୍ଲୀଠୁ ଭୁବନେଶ୍ୱରରେ ତେଲ ମହଙ୍ଗା। ଆଜି ରାଜ୍ୟରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ବଢି ୯୦ ଟଙ୍କା ୫୪ ପଇସାରେ ପହଞ୍ଚିଛି। ୩୦ ପଇସା ବଢି ଡିଜେଲ ୮୭.୪୨ ଟଙ୍କାରେ ପହଞ୍ଚିଛି। କିଛି ସ୍ଥାନରେ ୧୦୦ବି ଟପିଲାଣି।ଦିଲ୍ଲୀରେ ପେଟ୍ରୋଲ ୯୦ଟଙ୍କା ୧୯ପଇସା ଓ ଡିଜେଲ ୮୦ଟଙ୍କା ୬୦ରେ ପହଞ୍ଚିଛି। ମୁମ୍ବାଇରେ ୯୬ଟଙ୍କା ୬୨ ଓ ଡିଜେଲ ୮୭ଟଙ୍କା ୬୭ରେ ପହଞ୍ଚିଛି।, କମୁଛି ସୁନା ବଢୁଛି ତେଲ୧୧ ଦିନ ଧରି କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଉଛି। ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।, କମୁଛି ସୁନା ବଢୁଛି ତେଲପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ –ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Post Your View

Leave a Reply

Your email address will not be published. Required fields are marked *

Back to top button