ବେଆଇନ ସୁନା ରାକେଟ୍‌ର ପର୍ଦ୍ଦାଫାଶ

୨ ଅଭିଯୁକ୍ତ ଗିରଫ, ୮୪ ଲକ୍ଷ ଟଙ୍କାର ସୁନା ଜବତ..

ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । ଏହି ବେଆଇନ ସୁନା କାରବାର ପଛର କାହାଣୀ ବେଶ ରୋଚକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଆସିଛି ଏହି ସୁନାଗହଣା । ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିନା କାଗଜ ପତ୍ରରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ବେଆଇନ ଭାବେ ଏହି ସୁନା ଗହଣାକୁ କଟକ ନୟାସଡ଼କରେ ବିକ୍ରି ଉଦ୍ୟମ ବେଳେ ଖବର ପାଇ ଅଚାନକ ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।, ବେଆଇନ ସୁନା ରାକେଟ୍‌ର ପର୍ଦ୍ଦାଫାଶତେବେ ଜବତ ସୁନା ବାବଦରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ପ୍ରାୟ ୨କେଜି ୨୯ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଜବତ ହୋଇଛି । ଯାହାର ମୂଲ୍ୟ ୫୩ଲକ୍ଷ ଟଙ୍କା ହେବ ବୋଲି ଅଭିଯୁକ୍ତ କହିଛି । ସେହିପରି ୨୭ ହଜାର ୮୦୦ ଗୋଲ୍ଡ ପ୍ଲେଟେଡ ଗହଣା ମଧ୍ୟ ଅଭିଯୁକ୍ତ ନିକଟରୁ ଜବତ କରାଯାଇଛି । ତେବେ ମୁଖ୍ୟତଃ ଏହି ସୁନା ଗହଣା କାରବାର ପଛରେ ଜିଏସଟି ଫାଙ୍କି ସାମ୍ନାକୁ ଆସିଥିବାରୁ କମିଶନରେଟ ପୋଲିସ ଜିଏସଟି ବିଭାଗକୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜଣାଇଦେଇଛି ।, ବେଆଇନ ସୁନା ରାକେଟ୍‌ର ପର୍ଦ୍ଦାଫାଶସୂଚନାଯୋଗ୍ୟ ଯେ, କଟକରୁ ଆନ୍ତଃରାଜ୍ୟ ସୁନା ରାକେଟ୍ ଠାବ ହୋଇଛି । କମିଶନରେଟ୍ ପୋଲିସ ଦ୍ବାରା ବେଆଇନ ସୁନା କାରବାର ରାକେଟ୍ ଠାବ ହୋଇଛି ।  କାରବାରରେ ସଂପୃକ୍ତି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ପଞ୍ଜାବରୁ ସୁନା ଆଣି କଟକରେ ଯୋଗାଉଥିଲେ ଅଭିଯୁକ୍ତ । ଅଭିଯୋଗରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ ।

Post Your View

Leave a Reply

Your email address will not be published. Required fields are marked *

Back to top button