ଜୁନରୁ ବଦଳିଲା ଗୁଗୁଲ ନିୟମ

ଏଣିକି ଗୁଗୁଲ ଷ୍ଟୋରେଜରେ ରଖିପାରିବେନି ମାଗଣା ଏବଂ ଅସୀମିତ ଡାଟା..

ଲୋକାପ୍ରିୟ ତଥା ଭରଷାଯୋଗ୍ୟ ସାଇଟ୍‌ ଗୁଗୁଲ । ଖୁବ କମ ସମୟ ମଧ୍ୟରେ ଏହା ବେଶ ଲୋକପ୍ରିୟତା ହାସଲ କରିପାରିଛି । ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହା ତାର ଗ୍ରାହକଙ୍କ ଡାଟାକୁ ସୁରକ୍ଷିତ ରଖେ । କିନ୍ତୁ ଏଣିକି ଆଉ ନୁହେଁ । ଗୁଗୁଲ୍ ଫଟୋ ଏହାର ମାଗଣା ଏବଂ ଅନଲିମିଟେଡ୍ ଷ୍ଟୋରେଜକୁ ବନ୍ଦ କରିଦେଇଛି । ଅର୍ଥାତ ଆଉ ଗୁଗୁଲ ଷ୍ଟୋରେଜ ଏବଂ ଗୁଗୁଲ ବ୍ୟାକଅପରେ ଆଉ ଅସୀମିତ ଫଟୋ ରଖିହେବ ନାହିଁ। ଗୁଗୁଲ୍‌ ଦ୍ବାରା ବିକଶିତ ହୋଇଥିବା ଫଟୋ ସେୟାରିଂ ଏବଂ ଷ୍ଟୋରେଜ୍ ସେବା ୨୦୧୫ ମସିହା ମେ ମାସରେ ଆରମ୍ଭ ହୋଇଥିଲା ଯାହାକି ଗୁଗୁଲ ଦ୍ବାରା ପରିଚାଳିତ ହେଉଥିବା ଆଉ ଏକ ନେଟଓ୍ବର୍କ Google+ ର ଏକ ସ୍ପିନୋଫ୍‌ ।ଏହି ପ୍ରକ୍ରିୟା ଚାଲୁ ରହିବ କିନ୍ତୁ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ଯେପରିକି ଜୁନ ୧ ପରେ ଯେଉଁମାନେ ବି ଗୁଗୁଲ ଷ୍ଟୋରେଜ ବ୍ୟବହାର କରିବେ ସେମାନଙ୍କର ଡାଟା ସଂରକ୍ଷିତ ରଖିବା ପାଇଁ ଗୁଗୁଲ ପକ୍ଷରୁ ୧୫ ଜିବି ଯାଏଁ ମାଗଣା ଷ୍ଟୋରେଜ ସୁବିଧା ଦିଆଯିବ । , ଜୁନରୁ ବଦଳିଲା ଗୁଗୁଲ ନିୟମଯାହାକି ପୂର୍ବରୁ ଅନଲିମିଟେଡ ଥିଲା ବର୍ତ୍ତମାନ ତାହା ୧୫ ଜିବି ହୋଇଯାଇଛି ।ତେବେ ଯେଉଁ ୟୁଜର ମାନେ ଜୁନ ୧ ତାରିଖ ପୂର୍ବରୁ ହାଇ କ୍ବାଲିଟି ଫଟୋ କିମ୍ବା ଭିଡିଓ ଗୁଗୁଲ ଷ୍ଟୋରେଜରେ ରଖିଥିଲେ ସେମାନଙ୍କ ପାଇଁ ଏହି ନିୟମ କୋହଳ କରାଯାଇଛି । କିନ୍ତୁ ଜୁନ ୧ ତାରିଖ ପରଠାରୁ ଅତିବେଶୀରେ ୧୫ ଜିବି ଯାଏଁ ମାଗଣା ଡାଟା ରଖିବା ପାଇଁ ଅନୁମତି ମିଳିବ। ଅର୍ଥାତ ଏହା ଷ୍ଟୋରେଜ ଲିମିଟରେ ଗଣତି କରାଯିବ ନାହିଁ ।ତେବେ ଯେଉଁମାନେ ଗୁଗୁଲ ଷ୍ଟୋରେଜରେ ଅଧିକ ଡାଟା ରଖିବାକୁ ଚାହିଁବେ ସେମାନଙ୍କୁ ଗୁଗୁଲର ନୂଆ ନିୟମ ଅୁନଯାୟୀ, ପ୍ରତି ୧୦୦ ଜିବି ଡାଟା ରଖିବା ପାଇଁ ପ୍ରତି ମାସରେ ୨ ଡଲାର( ଭାରତୀୟ ମୁଦ୍ରାରେ ପ୍ରାୟ ୧୫୦ ଟଙ୍କା) ଦେବାକୁ ପଡିବ । ସେହିଭଳି ୨ ଟିବି ଯାଏଁ ଡାଟା ରଖିଲେ ମାସିକ ଚାର୍ଜ ପଡିବ ୧୦ ଡଲାର ( ୭୫୦ ଟଙ୍କା) ପୈଠ କରିବାକୁ ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button