ବଢିଛି ଜିଏସ୍‌ଟି ଆୟ

ରାଜ୍ୟରେ ଜୁଲାଇ ମାସରେ ୧୩ ପ୍ରତିଶତ ଅଧିକ ଆୟ

ରାଜ୍ୟରେ ଜୁଲାଇ ମାସରେ ବଢିଛି ଜିଏସଟି ଆୟ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୧୩.୦୪ ପ୍ରତିଶତ ଅଧିକ ଆୟ ହୋଇଛି । ଲକଡାଉନ ଓ ସଟଡାଇନ ସତ୍ୱେ ଜୁଲାଇ ମାସରେ ଜିଏସଟି ଆୟ ବଢିଛି । ଜୁଲାଇ ମାସରେ ଜିଏସଟି ରାଶି ଆଦାୟ ହୋଇଛି ୭୯୪.୦୨ କୋଟି ଟଙ୍କା । ଗତବର୍ଷ ଜୁଲାଇରେ ୭୦୨.୪୪ କୋଟି ଟଙ୍କା ଜିଏସଟି ରାଶି ଆଦାୟ ହୋଇଥିଲା । ୨୦୨୦ ଜୁଲାଇରେ ଅଣ ଜିଏସଟି ସାମଗ୍ରୀ ମଧ୍ୟରେ ପେଟ୍ରୋଲିୟମ୍ ଉତ୍ପାଦରୁ ଟିକସ୍ ସଂଗ୍ରହରେ ଉତ୍ସାହଜନକ ଧାରା ପରିଲକ୍ଷିତ ହୋଇଛି । ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ସାମଗ୍ରୀରେ ଟିକସ୍ ସଂଗ୍ରହ ଜୁଲାଇରେ ୫୨୧.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଗତବର୍ଷ ଜୁଲାଇରେ ଏହି ରାଶି ୫୦୯.୩ କୋଟି ଟଙ୍କା ଥିଲା । ସିଟି ଆଣ୍ଡ ଜିଏସଟି କମିଶନରେଟଙ୍କ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

, ବଢିଛି ଜିଏସ୍‌ଟି ଆୟ

କରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ହୋଇଥିଲା । ଲକଡାଉନ ପ୍ରଭାବରେ ୨୦୧୯ ତୁଳନାରେ ଚଳିତ ବର୍ଷ ଏପ୍ରିଲ ମାସରେ ୬୧.୧୫ ପ୍ରତିଶତ କମ୍ ଜିଏସଟି ଆଦାୟ ହୋଇଥିଲା । ସେହିପରି ମେ ଓ ଜୁନ ମାସରେ ବି କମ୍ ଜିଏସଟି ଆଦାୟ ହୋଇଥିଲା । ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜିଏସଟି ଆୟ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close