ଆଶ୍ଚର୍ଯ୍ୟଜନକ ୱାଲ୍ଡ ରେକର୍ଡ |

() ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ରହୁଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଳା ମଧ୍ୟ ରହିଛି । ସବୁ ସ୍ଥାନରେ ଏପରି ବହୁତ ଲୋକ ଦେଖବାକୁ ମିଳିଥାନ୍ତି । ଜିଏ ନିଜେ ନିଜକୁ ଭିନ୍ନ ବୋଲି ଦେଖାଇଥାନ୍ତି । ଏହା ସହିତ ଗିନିଜ ବୁକ୍ ଅଫ୍ ରେକର୍ଡରେ ନିଜ ନାମକୁ ପ୍ରତିଷ୍ଠା କରିବା ପାଇଁ ବର୍ଷ ବର୍ଷ ଧରି ସେହି କାମରେ ନିଜକୁ ନିୟୋଜିତ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ବହୁ କିଛି ତ୍ୟାଗ ମଧ୍ୟ କରିବାକୁ ପଡିଥାଏ । ଏହାପରେ ସେ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି । ଏମିତି ବହୁତ ଲୋକ ଅଛନ୍ତି ଯିଏ ନିଜକୁ ଗିନିଜ ବୁକ୍ ଅଫ୍ ରେକର୍ଡ କରିପାରିଛନ୍ତି । ମୁଁ ଆପଣମାନଙ୍କୁ ସେମାନଙ୍କ ବିଷୟରେ କିଛି କହିବାକୁ ଯାଉଛି, ଯାହା ଆପଣମାନେ ଜାଣିନଥିବେ ।
୧- ସବୁଠାରୁ ଲମ୍ବା ଗୋଡର ରେକର୍ଡ
ଋଷ୍ ର ‘ଏକ୍ଟୋରିନା ଲିସିଆ’ ଦୁନିଆର ସବୁଠାରୁ ଲମ୍ବା ଗୋଡ ଥିବା ମହିଳା । ସେ ମଧ୍ୟ ଲମ୍ବା ଗୋଡ ପାଇଁ ଗିନିଜ୍ ବୁକ୍ ଅଫ୍ ରେକର୍ଡ ସୃଷ୍ଟି କରିପାରିଛନ୍ତି । ତାଙ୍କର ବାମ ଗୋଡ ୧୩୨.୮ ସେଂଟିମିଟର ଏକ ଡାହାଣ ଗୋଡ ୧୩୨.୨ ସେଂଟିମିଟର ଉଚ୍ଚତା ବିଶିଷ୍ଟ । ମହିଳା ମାନଙ୍କ ଭିତରେ ଲମ୍ବା ଗୋଡ ଥିବା ମହିଳା ‘ଏକ୍ଟୋରିନା ଲିସିଆ’ ରେକର୍ଡ କରି ଏବେ ଚର୍ଚ୍ଚାରେ ଅଛନ୍ତି ।
୨-ସବୁଠାରୁ ବଡ ନଖ
ଆମେରିକାର ଟେକମସ୍ ରେ ରହୁଥିବା ମହିଳା “ଆୟାନ ଉଲିୟମସ୍” ବିଶ୍ୱ ରେକର୍ଡ କରିଛନ୍ତି । ତାଙ୍କ ନଖ ୮ଫୁଟ ଲମ୍ବା ବିଶିଷ୍ଟ । ସେ ୨୦ ବର୍ଷ ଧରି ତାଙ୍କ ନଖ ବଢାଉଛନ୍ତି । ଏହା ସହିତ ତାଙ୍କ ନଖ ସଫା କରିବାକୁ ତାଙ୍କୁ ୨୦ଘଂଟା ଲାଗିଥାଏ ।

, ଆଶ୍ଚର୍ଯ୍ୟଜନକ ୱାଲ୍ଡ ରେକର୍ଡ |
୩-ବେଲୁନ ଫୁଙ୍କିବା
ଯେତେବେଳେ ଆମକୁ କିଏ ବେଲୁନ ଫୁଙ୍କିବା ପାଇଁ କୁହେ, ତେବେ ଆମେ କିଛି ମାତ୍ରାରେ ବେଲୁନ ଫୁଙ୍କି ହାଲିଆ ହୋଇଯାଉ । ହେଲେ ଆମେରିକାରେ ଏମିତି ଜଣେ ଅଛନ୍ତି, ଯିଏ ବେଲୁନ ଫୁଙ୍କିବାରେ ବିଶ୍ୱ ରେକର୍ଡ କରିଛନ୍ତି । ଆମେରିକାର କୋଲାରାଡୋ ରେ ରହୁଥିବା “ହଂଟର ହବନ” ନାମକ ଜଣେ ପୁରୁଷ ଏକ ଘଂଟାରେ ୯୧୦ଟି ବେଲୁନ ଫୁଙ୍କି ନିଜ ନାଁରେ ଗିନିଜ୍ ବୁକ୍ ଅଫ୍ ରେକର୍ଡ କରିଛନ୍ତି ।
୪ – ଲମ୍ବା ଲାଂଜ ଥିବା ବିଲେଇ
‘ସାଇଗନସ୍’ ନାମକ ଗୋଟେ ପୋସା ବିଲେଇର ଲାଂଜ ସବୁଠାରୁ ଲମ୍ବା । ତାର ଲାଂଜ ୪୪.୬୬ ସେଂଟିମିଟର ଲମ୍ବା । ସେଥିପାଇଁ ସେ ରେକର୍ଡରେ ବିବେଚିତ ହୋଇଛି ।
୫ -ବହୁ ଉଚ୍ଚତା ଚୁଟି
ଲାନ୍ସ ଏଂଜିଲ୍ସ, ଆମେରିକାର ବେନି ହାଲସ୍ ସବୁଠାରୁ ବଡ ଆଉ ଲମ୍ବା ଚୁଟି ବନେଇଛନ୍ତି । ତାଙ୍କୁ ଚୁଟି ବନେଇବା ପାଇଁ ୨ଘଂଟା ସମୟ ଲାଗେ । ଏବଂ ୧୦ ବର୍ଷରୁ ତାଙ୍କ ଚୁଟି ବଙ୍କିନାହିଁ । ସେ ଭିନ୍ନ ହେୟାର ଷ୍ଟାଇଲ ର ରେକର୍ଡ କରିଛନ୍ତି । ଏହାସହିତ ତାଙ୍କ ଚୁଟିର ଉଚ୍ଚତା ୫୨ ସେଂଟିମିଟର ।
୬ – ସବୁଠାରୁ ଲମ୍ବା ଚୁଟି
ଗୁଜୁରାଟ ର “ନିଲାସି ପଟେଲ” ୧୬ ବର୍ଷରୁ ୫ ଫୁଟ ୭ ଇଂଚ ଚୁଟି ରଖି ପ୍ରଥମ ନାବାଳିକା ଗିନିଜ୍ ବୁକ୍ ଅଫ୍ ରେକର୍ଡ କରିଛନ୍ତି । ସେ ତାଙ୍କ ଚୁଟି ପାଇଁ ବହୁ ବର୍ଷ ତ୍ୟାଗ କରିଛନ୍ତି ।
୭-ମହୁମାଛି ପାଇଁ ଶରୀରକୁ ବନେଇଲେ ନିଜ ଘର
ଚିନ୍ ର ବିକିପର ଶିଂ ଫିଗ୍ ମହୁମାଛିଙ୍କ ସହିତ ଖେଳିବା ପସନ୍ଦ କରନ୍ତି । ସେ ତାଙ୍କ ଶରୀରରେ ୩ ବର୍ଷ ହେଲାଣି ୩୧ ହଜାର ମହୁମାଛି ଙ୍କୁ ବସେଇ ବିଶ୍ୱ ରେକର୍ଡ କରିଛନ୍ତି ।

, ଆଶ୍ଚର୍ଯ୍ୟଜନକ ୱାଲ୍ଡ ରେକର୍ଡ |
୮- ସବୁଠାରୁ ବୟସ୍କ ବଡି ବିଲ୍ଡର
ଆମେରିକାର ଜିମ୍ ଏରିଂଗଟନ ୭୦ ବର୍ଷରୁ ବଡି ବିଲ୍ଡରରେ ଭାଗ ନେଉଛନ୍ତି । ସେ ବର୍ତମାନ ୮୪ ବୟସର ହୋଇଥିଲେ ମଧ୍ୟ ବଡି ବିଲ୍ଡରେ ଭାଗ ନେଉଛନ୍ତି । ସବୁଠାରୁ ବୟସ୍କ ବଡି ବିଲ୍ଡର ଭାବେ ଗିନିଜ ବୁକ୍ ଅଫ ରେକର୍ଡ କରିଛନ୍ତି ।
୯-ସବୁଠାରୁ ଓଜନିଆ ସାଇକେଲ
ବେଲଜିୟମ୍ର ଇଂଜିନିୟର ଯେଫ୍ ପିଟିସ ବିଶ୍ୱର ସବୁଠାରୁ ଓଜନିଆ ସାଇକେଲ ତିଆରି କରିଛନ୍ତି । ଯାହାର ଓଜନ ୮୬୦କେ.ଜି ଅଛି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close