ଦୈତ୍ୟନଗରୀରେ ବନ୍ଧୁକ କାରବାର

ରାଜ୍ୟରେ ବେଧଡକ ଭାବେ ବଢିବାରେ ଲାଗିଛି ଚୋରା ବନ୍ଧୁକ କାରବାର। ବିଭିନ୍ନ ଜିଲ୍ଲାମାନଙ୍କରେ ଚାଲିଛି ଅପରାଧ ଦୁନିଆର ସାମ୍ରାଜ୍ୟ। ଏଥିରୁ ବର୍ତ୍ତି ନାହିଁ ଦୈତ୍ୟନାଗରୀ କଟକ ଭୁବନେଶ୍ୱର। ଦୈତ୍ୟନାଗରୀର ଭେଟେରାନ୍ କ୍ରିମିନାଲ୍ ଙ୍କ ପାଖରେ ପହଞ୍ଚୁଛି ଅତ୍ୟାଧୁନିକ ବନ୍ଧୁକ। ତେବେ ଏପରି ଏକ ବନ୍ଧୁକ ରୟାକେଟର ମୁଖ୍ୟ ମାଷ୍ଟରମାଇଣ୍ଡ୍ ଟୁକୁନା ସ୍ୱାଇଁକୁ ଗିରଫ କରି ଘଟଣା ପର୍ଦ୍ଦାଫାସ୍ କରିଛି କଟକ ସହରାଞ୍ଚଳ ପୋଲିସ୍। ଟୁକୁନା ଠାରୁ ୮ ଟି ବନ୍ଧୁକ ସହ ୫୧ ରାଉଣ୍ଡ ଗୁଳିକୁ ଜବତ କରିଛି ପୋଲିସ୍।, ଦୈତ୍ୟନଗରୀରେ ବନ୍ଧୁକ କାରବାରଭେଟେରାନ୍ କ୍ରମିନାଲ୍ ଟୁକୁନା ସହ କଟକର ଆଉ ୩ ଜଣ ଅପରାଧିଙ୍କୁ ଗିରଫ କରାଯାଇଥିବା ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଟୁଇନ୍ ସିଟି କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ।ପୁର୍ବରୁ ବହୁ ଚର୍ଚ୍ଚିତ ଡି ବ୍ରଦର୍ସ୍ ଓ ତାଙ୍କ ଲିଙ୍କରେ ଥିବା ଅନେକ ଅପରାଧୀଙ୍କ ଘରେ ବିପୁଳ ପରିମାଣରେ ବେଆଇନ୍ ଅସ୍ତ୍ରଶସ୍ତ୍ର କୁ ଜବତ କରିଥିଲା ପୋଲିସ୍। ଏହି ଆଧାରରେ ତଦନ୍ତ କରି ବନ୍ଧୁକ ଚୋରାଚାଲଣରେ ସମ୍ପୃକ୍ତ କ୍ରିମିନାଲ୍ ଟୁକୁନା ସ୍ୱାଇଁ କୁ ଗିରଫ କରିଛି ପୋଲିସ୍। ତେବେ ଏଭଳି କାରାବାରକୁ ନେଇ ଟୁକୁନାକୁ ପୁର୍ବରୁ ଏସ୍ ଟି ଏଫ୍ ଟିମ୍ ଗିରଫ କରିଥିଲା।, ଦୈତ୍ୟନଗରୀରେ ବନ୍ଧୁକ କାରବାରଏବେ ପୁଣିଥରେ ଟୁକୁନାକୁ ରିମାଣ୍ଡରେ ଆଣି ବେଆଇନ୍ ଅସ୍ତ୍ରଶସ୍ତ୍ର ର ଖୋଳତାଡ କରୁଛି କମିସନରେଟ୍ ପୋଲିସ୍। ଏହି ବନ୍ଧୁକଗୁଡିକୁ ବିହାର ମୁଙ୍ଗେର ଅଞ୍ଚଳର ଏକ କାରଖାନାରୁ ଆଣି ପେଶାଦାର ଅପରାଧୀଙ୍କୁ ଟୁକୁନା ଯୋଗାଉଥିବା ପୋଲିସ ସୂଚନା ଦେଇଛି। ଫଳରେ ଅପରାଧୀ ମାନେ ବେଧଡକ ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପର ସାମ୍ରାଜ୍ୟ ବିସ୍ତାର କରିଥାନ୍ତି ବୋଲି ସୂଚନା ଦେଇଛନ୍ତି କମିସନର୍।
, ଦୈତ୍ୟନଗରୀରେ ବନ୍ଧୁକ କାରବାରକେବଳ ଟୁକୁନା ନୁହଁ ତା ପରି ଅନେକ ଅପରାଧୀ ଏବେ ବନ୍ଧୁକ କାରବାରକୁ ପେଶା ଭାବେର ବାଛି ନେଇଛନ୍ତି। ଗତ ୩ ମାସ ଭିତରେ ମୋଟ୍ ୪୩ ଟି ବେଆଇନ୍ ଅସ୍ତ୍ରଶସ୍ତ୍ର ସହ ୨୨୫ ଟି ଗୁଳି କମିଶନରେଟ ପୋଲିସ ଜବତ କରିବା ଘଟଣା ଏହା ସ୍ପଷ୍ଟ ପ୍ରମାଣ କରୁଛି କି ଦୈତ୍ୟଙ୍ଗରିରେ ବନ୍ଧୁକ କାରବାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିହାର, ଝାରଖଣ୍ଡ ଓ କଲିକତାରୁ ଅନେକ ଅପରାଧୀଙ୍କ ଶହ ଯୋଡି ହୋଇ ଓଡ଼ିଶାର କୃମିନାଲ ମାନେ ବନ୍ଧୁକ ଆମଦାନୀକୁ ବୃଦ୍ଧି କରୁଛନ୍ତି। ତେବେ ଏସବୁ କିପରି ରୋକା ଯାଇପାରିବ ସେ ନେଇ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିବା କହିଛି କମିସନରେଟ୍ ପୋଲିସ୍।

Post Your View

Leave a Reply

Your email address will not be published. Required fields are marked *

Back to top button