ହାପି ବାର୍ଥଡେ ରକି ଭାଈ

ସୁପରଷ୍ଟାର ଯସ୍ ନିଜର କ୍ୟାରିୟର ଥିଏଟରରୁ ଆରମ୍ଭ କରିଥିଲେ

୨୦୧୮ରେ ଆସିଥିଲା ଏମିତି ଏକ କନ୍ନଡ଼ ଫିଲ୍ମ ଯାହାକି ପୁରାଦୁନିଆରେ ହଇଚଇ ମଚେଇଦେଇଥିଲା । ଯାହାପରେ ସମସ୍ତଙ୍କ ପାଟିରେ କେବଳ ଗୋଟିଏ ନାଁ ବାରମ୍ବାର ଆସୁଥିଲା ଆଉ ତାହା ହେଲା ରକି ଭଈ ।  ୨୦୧୮ରେ ଆସିଥିବା କେଜିଏଫ୍ ଯାହାର ନାୟକ ଥିଲେ ଯସ୍ ଆଜି ହେଉଛି ତାଙ୍କ ଜନ୍ମଦିନ ମାନେ ୮ ଜାନୁଆରି ୧୯୮୬ରେ କର୍ଣ୍ଣାଟକ ଜିଲ୍ଲାର ଏକ ଛୋଟ ଗାଁରେ ଯସ୍‌ଙ୍କ୍‌ର ଜନ୍ମ ହୋଇଥିଲା । ୟସ୍‌ଙ୍କ ପିଲାବେଳର ନାମ ନବୀନ କୁମାର ଗଡାଥିଲା ତାଙ୍କ ବପା ନାମ ଅରୁଣ ଗୋଡା ଓ ମାଁ ପୁଷ୍ପଲତା ଗୋଡା । , ହାପି ବାର୍ଥଡେ ରକି ଭାଈୟସ୍‌ଙ୍କ ବାପା ଜଣେ ବସ୍ ଡ୍ରାଭର ଆପଣଙ୍କ ଆଉ ଏକ କଥା କହିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ତାଙ୍କ ବାପା ଏପର୍ଯ୍ୟନ୍ତ ସିଟ୍ ବସ୍ କର୍ଣ୍ଣାଟକରେ ଚଲାଉଛନ୍ତି । ୟସ୍‌ଙ୍କ ଘରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା ସେଥିଲାଗି ତାଙ୍କ ବାପାଙ୍କୁ ବସ୍ ଚଲାଇବାକୁ ପଡୁଥିଲା । ଆଉ ଯେଉଁ ରୋଜଗାରରେ ଆଜି ୟସ୍ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ତ ସେହି କର୍ମକୁ କେବେ ବି ତାଙ୍କ ବପା ଛାଡିବେ ନାହିଁ ବୋଲି କହିଛନ୍ତି । ୟସ୍ ଛୋଟ ବେଳେ ସାଇକେଲ ଚଲାଇବାକୁ ବହୁ ପସନ୍ଦ କରୁଥିଲେ । କିନ୍ତୁ ତାଙ୍କ ପାଖରେ ଚଲେଇବାକୁ ସାଇକେଲ ନଥିଲା । ସେତେବେଳେ ସାଇକେଲକୁ ଭଡାରେ ନବାକୁ ପଡୁଥିଲା । ପ୍ରତ୍ୟେକ ୧ ଘଣ୍ଟାରେ ଏକ ଟଙ୍କା ଦବାକୁ ପଡୁଥିଲା ।, ହାପି ବାର୍ଥଡେ ରକି ଭାଈସ୍କୁଲରେ ଯେତେବେଳେ ତାଙ୍କୁ ପଚରା ଗଲା ତମେ ବଡ ହେଲେ କଣ ହେବ ସେତେବେଳେ ସେ କହିଥିଲେ ମୁଁ ବଡ ହେଲେ ଆକ୍ଟର ହେବି ଆକ୍ଟିଙ୍ଗ ପ୍ରତି ତାଙ୍କ ଦୁର୍ବଳତା ପିଲାବେଳୁ ଥିଲା । ସେ ଯେତେବେଳେ ଘରେ କହିଲେ ମୁଁ ଆକ୍ଟର ହବାକୁ ଚାହୁଁଛି ସେତେବେଳେ ତାଙ୍କ ଘରଲୋକ ରାଜି ନଥିଲେ । ସେହି କାରଣରୁ ସେ ନିଜ ଘର ଛାଡି ମୁମ୍ବାଇ ଚାଲି ଆସିଥିଲେ ଏବଂ ତାଙ୍କ ପାଖରେ ଗୋଟିଏବି ଟଙ୍କା ନଥିଲା । ତାଙ୍କ ସାଙ୍ଗମାନଙ୍କଠାରୁ ସାହାର୍ଯ୍ୟ ନେଇଥିଲେ । କିନ୍ତୁ ତାଙ୍କୁ ଲାଗିଲାକି ଖାଲି ଫ୍ୟାସନ୍ କଲେ ଆକ୍ଟର ହୋଇପାରିବେ ନାହିଁ ସେଥିଲାଗି ତାଙ୍କୁ ଆକ୍ଟିଙ୍ଗ ଶିଖିବାକୁ ଚାହିଁଲେ ଏବଂ ସେ ଯାଇ ପହଂଚି ଗଲେ ମିନାକତ ଥିଏଟର ଗ୍ରୁପରେ ଯାହାର ଫାଉଣ୍ଡର ଥିବେ ବେବି କାରନ୍ଥ୍ ।, ହାପି ବାର୍ଥଡେ ରକି ଭାଈଆଉ ସେଠାରେ ସେ ଅଭିନୟ କଣ ଜାଣିଲେ ପରେ ତାଙ୍କୁ ଟିଭି ସିରିୟଲରେ ଅଭିନୟ କରିଥିଲେ । କୁହାଯାଏ କି ଟିଭି ଆକ୍ଟରମାନେ କେବେ ଫିଲ୍ମିଷ୍ଟାର ହୋଇପାରନ୍ତି ନାହିଁ ଏହା ସମ୍ପୁର୍ଣ୍ଣ ମିଛ ବୋଲି ଜଣାଇଦେଲେ । ସୁପରଷ୍ଟାର ଶାହାରୁଖ ଖାନ୍‌, ଇର୍‌ଫାନ୍ ଖାନ୍‌, ପ୍ରକାଶ ରାୟ । ୟସ୍ ନିଜ କ୍ୟାରିୟର ଆରମ୍ଭ କରିଥିଲେ ୨୦୦୪ରେ ଆସିଥିବା ସିରିୟଲ ଉତ୍ତରାୟଣ ତାପରେ ଆସିଲା ନନ୍ଦ ଗୋପୁଲାଲା । ଯାହାପରେ ତାଙ୍କ ଲାଇଫ୍ ପରିବର୍ତ୍ତନ ହୋଇଗଲା । , ହାପି ବାର୍ଥଡେ ରକି ଭାଈପରେ ସେ ୨୦୧୦ରେ ପ୍ରଥମ ସୋଲ ଫିଲ୍ମ ମୋଦଲ ସାଲ୍ । ପରେ ଅନେକ ଫିଲ୍ମିରେ କାମ କରିଛନ୍ତି କିନ୍ତୁ ୨୦୧୮ରେ ଆସିଥିବା କେଜିଏଫ୍ କନ୍ନଡ଼ ଫିଲ୍ମର ମୋଡ ହିଁ ବଦଳାଇଦେଲା । ସେ ଫିଲ୍ମ ଏତେ ମାତ୍ରାରେ ହିଟ୍ କଲା ଯେ ଯାହର ଦ୍ୱିତୀୟ ଭାଗ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button