ବନ୍ଧୁ ପାଇଁ…

ବନ୍ଧୁତା ଦିବସର ଶୁଭେଛା

 

କଥାରେ ଅଛି ଜୀବନରେ କିଛି ଥାଉ ନଥାଉ କିନ୍ତୁ ଭଲ ବନ୍ଧୁଟିଏ ଥାଉ,ସୁଖରେ..ଦୁଖଃରେ , ସୁବିଧା ଅସୁବିଧାରେ , ଭଲରେ ମନ୍ଦରେ ଛାଇଭଳି ସାଥୀ ହେଇ ଥାଏ ..।। ପ୍ରକୃତ ବନ୍ଧୁତା ନିଜ ଭିତରେ ନିଜକୁ ଭାଙ୍ଗିବାକୁ ଦିଏନି , ଆଖିରେ ସପନ ଦିଏ ଲୁହ ଦିଏନି, ନିଶ୍ୱାସରେ ବିଶ୍ୱାସ ଦିଏ ବିଶ ଦିଏନି , ସମ୍ପର୍କରେ ସ୍ନେହ ଥାଏ ଛଳନା ନୁହଁ, ।

, ବନ୍ଧୁ ପାଇଁ…

ହଁ ଆଜ୍ଞା ଆମେ ଯଦି ବନ୍ଧୁତାର ଉଦାହରଣ ନେବା ତେବେ ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କର ବନ୍ଧୁତା ଆମ ଆଖି ଆଗରେ ଆଗ ଝଲସି ଉଠିବ … ଯୁଗ ଯୁଗକୁ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କର ବନ୍ଧୁତା ଅମର ହେଇ ରହିଛି ..।।

, ବନ୍ଧୁ ପାଇଁ…

କାରଣ ତାଙ୍କ ବନ୍ଧୁତା ସ୍ୱାର୍ଥ ଓ ଛଳନାଠାରୁ କୋଶ କୋଶ ଦୂରରେ ଥିଲା ..।।

ଯିଏ ରକ୍ତର ନୁହଁ ରକ୍ତଠାରୁ ଅଧିକା ଆପଣାର . ଏହି ବନ୍ଧୁତାର ରେଶମୀ ଡୋରୀ… ସମାଜରେ ଏକ ସକରାତ୍ମକ ବାର୍ତା, ପ୍ରେମର ବାର୍ତା , ପରକୁ ନିଜର କରିବାର ବାର୍ତା ନେଇ ଜାତିସଙ୍ଘ ଅନୁମୋଦନ ପୂର୍ବକ ୧୯୫୮ ମସିହାରୁ ଜୁଲାଇ ୩୦ ତାରିଖକୁ ବିଶ୍ୱ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇ ଆସୁଛି … ।ା କିନ୍ତୁ ଆମ ଦେଶ ଭାରତରେ ବିଶ୍ୱ ବନ୍ଧୁତା ଦିବସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ପାଳନ କରୁୁଛି ..।। ଏହି ଦିନ ବନ୍ଧୁ ତା ବନ୍ଧୁ ପ୍ରିୟର ଉପହାର ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ବାର୍ତା ଦେଇଥାଏ . ହେଲେ ଆଜି ଟ୍ରେଣ୍ଡ ବଦଳିଛି ବନ୍ଧୁତା ଦିବସକୁ ନିଆରା ଢଙ୍ଗରେ କେକ୍ କାଟି ସେଲିବ୍ରେସନ କରୁଛନ୍ତିି ..।।

, ବନ୍ଧୁ ପାଇଁ…

କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ବନ୍ଧୁତା ଦିବସ ସେଲିବ୍ରେସନ ଫିକା ପଡିଯାଇଛି, ସମସ୍ତେ ନିଜ ନିଜ ଘରେ ରହି ସୋଶିଆଲ ମେଡିଆ ମାଧ୍ୟମରେ ଆଜିର ଦିନକୁ ମନେପକାଇ ଶୁଭେଛା ଜଣାଉଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close