ରିଲିଜ୍ ହେଲା ‘ହସିନ୍ ଦିଲରୁବା’ର ଟିଜର୍

ଓଟିଟିରେ ଆଗାମୀ ମାସରେ ଦେଖିପାରିବେ ଫିଲ୍ମ..

କରୋନା ମହାମାରୀର ପ୍ରଭାବ ଫିଲ୍ମ ଜଗତରେ ମଧ୍ୟ ପଡିଛି । ସାଧାରଣତ ଯେବେ ମହାମାରି ଆସିନଥିଲା ସେହି ସମୟରେ ଯେକୌଣସି ବି ଫିଲ୍ମ ରିଲିଜ୍ ହେଉଥିଲା ତାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଏମିତି ଯେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି ।ତାପସୀ ପନ୍ନୁଙ୍କ ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମ ‘ହସିନ୍ ଦିଲରୁବା’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ବର୍ତ୍ତମାନ ଏହି ଫିଲ୍ମର ଟିଜର ସୋସିଆଲ ମିଡିଆରେ ଲଞ୍ଚ କରାଯାଇଛି। ଏହି ଫିଲ୍ମରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମାସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାର ଟିଜର ରିଲିଜ କରିଛନ୍ତି। ଏହା ସହିତ ସେ ଏକ ଆକର୍ଷଣୀୟ କ୍ୟାପସନ୍ ମଧ୍ୟ ଦେଇଛନ୍ତି ।, ରିଲିଜ୍ ହେଲା ‘ହସିନ୍ ଦିଲରୁବା’ର ଟିଜର୍ବିକ୍ରାନ୍ତ କ୍ୟାପ୍ସନରେ ଲେଖିଛନ୍ତି, ‘ରକ୍ତର ଛିଟା ସହିତ ପ୍ରେମର ତିନୋଟି ରଙ୍ଗ।’ ଟିଜର ଦେଖି ଜଣା ପଡୁଛି ଯେ ଏହି ଫିଲ୍ମରେ ବିକ୍ରାନ୍ତ ଜଣେ ଅବସେସିଭ୍ ସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ହରାଇବା, ପ୍ରତାରଣା ଏବଂ ଷଡଯନ୍ତ୍ର ମଧ୍ୟରେ ଝୁଲୁଥିବାର ଦେଖାଯାଇଛି । ଫିଲ୍ମଟିକୁ ଭିନିଲ ମାଥ୍ୟୁ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ୍ ରାୟ ଏହାର  ନିର୍ମାତା ଅଟନ୍ତି।ଫ୍ୟାନ୍ସମାନଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଫିଲ୍ମର ଟିଜରକୁ ବହୁତ ପସନ୍ଦ କରୁଛନ୍ତି। ଟିଜର ବ୍ୟତୀତ ବିକ୍ରାନ୍ତ ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଏହି ଫିଲ୍ମ ଜୁଲାଇ ୨ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମର ତିନୋଟି କଳାକାରଙ୍କ ଭୂମିକା ଅତ୍ୟନ୍ତ ଆକର୍ଷଣୀୟ ଜଣାପଡୁଛି । ମହାମାରୀ ହେତୁ ଅନେକ ଫିଲ୍ମ ରିଲିଜ୍ ପାଇଁ OTT ଆଡକୁ ମୁହାଁଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button