ବିଶ୍ୱକପରେ ହେଲା ହାଟ୍ରିକ୍

କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏକ ଭିନ୍ନ ଫାଇନାଲ୍ ମୁକାବିଲା । ପ୍ରଥମେ ମ୍ୟାଚ୍ ହେଲା ଟାଇ ,ପୁଣି ସୁପର ଓଭର ମଧ୍ୟ ଟାଇ ରହିଲା । ଶେଷରେ ମ୍ୟାଚ୍ ଓ ସୁପର ଓଭର ଚୈାକା ଓ ଛକା ଗଣତିରେ ଆୟୋଜକ ଇଂଲଣ୍ଡ ହେଲା ନୂଆ ବିଶ୍ୱ ଚାମ୍ଫିଆନ୍ । ୫୦ ଓଭର ମୁକାବିଲାରେ ଉଭୟ ଦଳ ୨୪୧ ରନ୍ ଲେଖାଏଁ କରିଥିବା ବେଳେ ନିଣ୍ଣାୟକ ସୁପର ଓଭର ରେ ମଧ୍ୟ ଇଂଲଣ୍ଡ ଓ ନ୍ୟୁଜ୍ ଲ୍ୟାଣ୍ଡ ସମାନ ୧୫ ରନ୍ କରିଥିଲେ । ତେବେ ଅଧିକ ବାଉଣ୍ଡରୀ ମାରିଥିବାରୁ ଈଂଲଣ୍ଡ ବିଜୟ ଟିକା ପିନ୍ଧିପାରିଛି । କେବଳ ଚମ୍ପିୟାନ୍ ନୁହେଁ ଦୀର୍ଘ ୪୪ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଷଷ୍ଠ ଦଳ ଭାବେ ବିଶ୍ୱକପ୍ ଟ୍ରଫି ଉଠାଈବାର ଗୈାରବ ହାସଲ କରିଛି । ଦଳକୁ ଚମ୍ପିୟାନ୍ କରିବାରେ ବେନଷ୍ଟୋକ୍ ଙ୍କ ଭୁମିକା ବେଶ ଗୁରୁତ୍ୱପୂଣ୍ଣ ରହିଥିଲା । ନିଜ ମାଟିରେ ଜିତିଲା ଈଂଲଣ୍ଡ ଟିମ୍ । ଏହା କେବଳ ଆଜି ନୁହେଁ ବହୁ ସମୟରେ ହୋଇଛି । ଯେଉଁ ଦେଶ ରେ ଖେଳ ହୋଇଛି ସେହି ଦେଶ ଜିତାପଟ ନେଇଛି ।

୨୦୧୧ ବିଶ୍ୱକପ ର ଫାଇନାଲ୍ ମୁମ୍ବାଇର ବାନ୍ଖେଡେ ଷ୍ଟାଡିୟମ୍ ରେ ହୋଇଥିଲା । ଯେଉଁ ଥିରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ୍ ଜିତିଥିଲା । ଦ୍ୱିତୀୟ ଥର ୨୦୧୫ ବିଶ୍ୱକପ୍ ଅଷ୍ଟ୍ରେଲିୟା ରେ ହୋଇଥିଲା । ଏହି ଟୁଣ୍ଣାମେଣ୍ଣରେ ଅଷ୍ଟ୍ରେଲିୟା ନିୟୁଜ୍ଲ୍ୟାଣ୍ଡ କୁ ହରାଇ ନିଜ ଦେଶରେ ବିଶ୍ୱକପ୍ ଜିତି ଯାଇଥିଲେ । ଏହିଭଳି ଭାବରେ ଇଂଲଣ୍ଠର ଲଡ୍ସ ରେ ହୋଇଥିବା ବିଶ୍ୱକପ୍ ୨୦୧୯ ରେ ମଧ୍ୟ ଏହି କଥାର ଯର୍ଥାଥତା ରହିଛି । କାରଣ ନିଜ ଦେଶରେ ବିଶ୍ୱକପ୍ ଖେଳି ଇଂଲଣ୍ଡ ବିଶ୍ୱକପ୍ ୨୦୧୯ ର ବିଜେତା ହୋଇଛନ୍ତି । ଏବେ ଚାଲନ୍ତୁ ଜାଣିବା ବିଶ୍ୱକପ ରେ କେଉଁ ଟିମ୍ କାହାକୁ କେତେ ରନ୍ ରେ ପରାସ୍ତ କରିଛି । ବିଶ୍ୱକପ ୧୯୭୫ ରେ ଓ୍ବଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିୟାକୁ ୧୭ରନ୍ ରେ ହରାଇଥିଲା । ବିଶ୍ୱକପ ୧୯୭୯ ଓ୍ବଷ୍ଟଇଣ୍ଡିଜ୍ ଇଂଲଣ୍ଡ କୁ ୯୨ ରନ୍ ରେ ପରାସ୍ତ କରିଥିଲା । ବିଶ୍ୱକପ ୧୯୮୩ ରେ ଭାରତ ଓ୍ବଷ୍ଟଇଣ୍ଡିଜ୍ କୁ ୪୩ ରନ୍ ରେ ପରାସ୍ତ କରିଥିଲା । ବିଶ୍ୱକପ ୧୯୯୨ ପାକିସ୍ତାନ ଇଂଲଣ୍ଡକୁ ୨୨ ରନ୍ ରେ ହରାଇଥିଲା । ବିଶ୍ୱକପ ୧୯୯୬ ଶ୍ରୀଲଙ୍କା ଅଷ୍ଟ୍ରେଲିୟାକୁ ୭ ଓ୍ବକେଟ୍ ରେ ପରାସ୍ତ କରିଥିଲା । ବିଶ୍ୱକପ ୧୯୯୯ ରେ ଅଷ୍ଟ୍ରେଲିୟା ପାକିସ୍ତାନକୁ ୮ ଓ୍ବକେଟ୍ ରେ ହରାଇଥିଲା । ୨୦୦୩ ବିଶ୍ୱକପ ରେ ଅଷ୍ଟ୍ରେଲିୟା ଭାରତକୁ ୧୨୫ ରନ୍ ରେ ପରାସ୍ତ କରିଥିଲା । ୨୦୦୭ ବିଶ୍ୱକପ ରେ ଅଷ୍ଟ୍ରେଲିୟା ଶ୍ରୀଲଙ୍କାକୁ ୫୩ ରନ୍ ରେ ପରାସ୍ତ କରିଥିଲା । ବିଶ୍ୱକପ ୨୦୧୧ ରେ ଭାରତ ଶ୍ରୀଲଙ୍କାକୁ ୬ ଓ୍ବକେଟ୍ ରେ ହରାଇଥିଲା । ୨୦୧୫ ବିଶ୍ୱକପ୍ ରେ ଅଷ୍ଟ୍ରେଲିୟା ନିୟୁଜ୍ ଲ୍ୟାଣ୍ଡ କୁ ୭ ଓ୍ବକେଟ୍ ରେ ପରାସ୍ତ କରିଥିଲା । ଶେଷରେ ୨୦୧୯ ବିଶ୍ୱକପ୍ ରେ ଇଂଲଣ୍ଡ ନୁୟଜ୍ ଲ୍ୟାଣ୍ଡ କୁ ହରାଇ ରେକର୍ଡ ସୃଷ୍ଟି କରିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button