ବ୍ୟାୟାମ କରନ୍ତୁ, ସ୍ୱସ୍ଥ ରୁହନ୍ତୁ!

ବିଶେଷ କରି ଯୁବପିଢି ଏବେ ନିଜ ସ୍ୱାସ୍ଥ୍ର‌୍ୟକୁ ନେଇ ସଚେତନ ରହୁଛନ୍ତି। କାମର ଚାପରୁ କମ୍ କରିବାକୁ ଚାହୁଁ ଥିବା ବର୍ଗ ଓ ଏକ ସୁସ୍ଥ ଜୀବନ ଅତିବାହିତ ନିମନ୍ତେ ଆମ ଭାରତରେ ପ୍ରାୟ ୨୧ ପ୍ରତିଶତ ଲୋକ ନିୟମିତ ଭାବେ ଜିମ୍ ଯାଇ କସରତ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ କେବଳ ଜିମ୍ ଗଲେ ଲାଭଦାୟକ ହୋଇ ନଥାଏ। ବରଂ ନିଜ ଖାଦ୍ୟ ପାନୀୟରେ ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ। ଉଭୟ ଭୋଜନ ସହ କସରତ କଲେ ତାହା ଆମ ସ୍ୱସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।, ବ୍ୟାୟାମ କରନ୍ତୁ, ସ୍ୱସ୍ଥ ରୁହନ୍ତୁ!

  1. ବ୍ୟାୟାମ ପୂର୍ବରୁ ୨ ଗିଲାସ ପାଣି ପିଇବା ଉଚିତ। କାରଣ ଗ୍ରୀଷ୍ମରେ ଶରୀରରୁ ଅଧିକ ଝାଳ ନିର୍ଗତ ହେବା ଦ୍ୱାରା ଶରୀରରେ ଲୁଣର ପରିମାଣ କମିଯାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ଲସି, ଦହି ପାଣି ଆଦି ପିଅନ୍ତୁ।
  2. ସପ୍ତାହକୁ ୪-୫ ଦିନ ଜିମ୍ଯାଇ ଅବା ଘରେ କସରତ କରନ୍ତୁ। ନିଜ ଦୁଗ୍ଧ ଜାତୀୟ ଖାଦ୍ୟ ସାମିଲ କରନ୍ତୁ। ଛେନା, କ୍ଷୀର ଆଦି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
  3. ମାଂଶପେଶୀକୁ ଶକ୍ତ କରିବା ପାଇଁ ନିଜ ଭୋଜନରେ ମାଛ ଖାଇବା ଉପକାରୀ। ଏଥିରେ ଉମେଗା ଥ୍ରୀ ଫ୍ୟାଟି ଏସିଡ୍ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏଣୁ ବ୍ୟାୟାମ କରୁଥିଲେ ସପ୍ତାହକୁ ୨-୩ଦିନ ମାଛ ଦ୍ୱିପହର ଭୋଜନରେ ଖାଇବା ହିତକାରୀ।
  4. ନିୟମିତ ପ୍ରୋଟିନଯୁକ୍ତ ଖାଇବା ସହ ଭିଟାମିନ୍ ଡି ମଧ୍ୟ ଶରୀର ପାଇଁ ନିହାତ ଆବଶ୍ୟକ। ସକାଳବେଳା ୨୦-୩୦ ମିନିଟ୍ ବାଲକୋନି ଅବା ଛାତ ଉପରେ କିଛି ସମୟ ଚଲା ବୁଲା କରନ୍ତୁ।

Post Your View

Leave a Reply

Your email address will not be published. Required fields are marked *

Back to top button