ବେକ କାଟି ଆତ୍ମହତ୍ୟା କରିବି : ତାରା ବାହିନୀପତି

ଆଜି ବିଧାନସଭାରେ ହାଇକ୍ଲାସ ଡ୍ରାମା । ଅନେକ ଥର ବିଧାନସଭାରେ ଏମିତି ଡ୍ରାମା ଦେଖିବାକୁ ମିଳିଥାଏ । ଆଜିର ଡ୍ରାମା କିଛି ନିଆରା ଥିଲା ବିଧାନ ସଭାରେ ବାଚସ୍ପତିଙ୍କୁ ଧମକ ଦେଲେ ତାରା ବାହିନୀପତି । ତେବେ ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ୍ ଦେଇଛନ୍ତି । ସରକାର ନିଷ୍ପତ୍ତି ନ ବଦଳାଇଲେ ସେ ଆତ୍ମବତ୍ୟା କରିବେ ବୋଲି କହିଛନ୍ତି । ଗୃହ ବାହାରେ ତାରାପ୍ରସାଦ ବାହିନୀପତି କହିଛନ୍ତି ‘ସ୍କୁଲ ଖୋଲିବା ନିଷ୍ପତ୍ତି ନ ନେଇ ଯଦି ବିଧାନସଭା ଚାଲେ ତେବେ ମୁଁ ଆତ୍ମହତ୍ୟା କରିବି ’ , ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି , ବାଚସ୍ପତିଙ୍କୁ ଏ ନେଇ ଅବଗତ କରାଇଛି ବୋଲି ଶ୍ରୀ ବାହିନୀପତି କରିଛନ୍ତି ।

, ବେକ କାଟି ଆତ୍ମହତ୍ୟା କରିବି : ତାରା ବାହିନୀପତିଏହାସହ ସେ କହିଛନ୍ତି , ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି , ବେକ କାଟି ଦେବି । ତେବେ ରାଜ୍ୟରେ ସ୍କୁଲ କାହିଁକି ବନ୍ଦ ରହିଛି. ସରକାର କଣ ଚିନ୍ତା ଧାରା କରିଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ରଶଙ୍ଗରେ ଶନିବାର ଦିନ ବିଧାନସଭାରେ ବାଚସ୍ପତି ଦୁଇ ଦୁଇ ଥର ରୁଲିଂ ଦେଇଛନ୍ତି । ଏହାସହ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button