ଓଡ଼ିଶା ଶାସନ ଗାଦିର ଇତିହାସ: ସ୍ୱାଧୀନତା ପର ଠାରୁ ଆଜି ଯାଏଁ

ଓଡ଼ିଶାର କ୍ଷମତାଶାଳୀ ବ୍ୟକ୍ତିଙ୍କ କାହାଣୀ। କେମିତି ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚେୟାର ହୋଇଥିଲା ଅଦଳ ବଦଳ।କିପରି କାମରାଜ୍ ନୀତି,ବିଜୁ ପଟ୍ଟନାୟକଙ୍କ ଠାରୁ ଛଡ଼ାଇ ନେଲା ମୁଖ୍ୟମନ୍ତ୍ରୀଙ୍କ ଚେୟାର। ରାଜ୍ୟର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ଏବଂ ଟାଇମ୍ ଗ୍ୟାପ୍ ସିଏମ୍ ହେମାନନ୍ଦ ବିଶ୍ୱାଳ ଓ ଗମାଙ୍ଗ କାର୍ଯ୍ୟକାଳ ମଧ୍ୟ ଦେଖିଛନ୍ତି ଓଡ଼ିଶାବାସୀ। ତେବେ କଂଗ୍ରେସ ସରକାରକୁ ଅଧିକ ସମୟ ନେତୃତ୍ୱ ଦେଇଥିବା ଜେ.ବି.ପଟ୍ଟନାୟକ ଓ ରେକର୍ଡ ପ୍ରତିଷ୍ଠାକାରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ପିରିୟଡ, ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟକୁ ଖୁବ୍ ପ୍ରଭାବିତ କରିଛି। 
ହରେକୃଷ୍ଣ ମହତାବ:
ସ୍ୱାଧିନତା ପରେ ରାଜ୍ୟଗୁଡ଼ିକରୁ ପ୍ରଧାନମନ୍ତ୍ରୀ ପଦ ଉଚ୍ଛେଦ ହେଲା। ଫଳରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବଶପଥ ନେଲେ।ଆଉ ଆଜି ଯାଏଁ ୧୪ଜଣ ବ୍ୟକ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ଚେୟାରରରେ ବସିଲେଣି। ଲଗାତର ୪ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ପଟ୍ଟନାୟକ ସବୁଠୁ ଅଧିକ ସମୟ ଓଡ଼ିଶାକୁ ନେତୃତ୍ୱ ଦେଇଥିଲା ବେଳେ,ତାଙ୍କ ପଛକୁ ରହିଛନ୍ତି ପ୍ରାୟ ୧୪ବର୍ଷ ସିଏମ୍ ରହିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ। ତେବେ ଏକଦା ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଥିବା ହରେକୃଷ୍ଣ ମହତାବ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇ ୩ଟି ପର୍ଯ୍ୟାୟରେ ରାଜ୍ୟର ନେତୃତ୍ୱ ନେଲେ।ନବକୃଷ୍ଣ ଚୌଧୁରୀ:
ସ୍ୱାଧିନତା ପରେ ୧୯୫୨ମସିହାରେ ପ୍ରଥମ ନିର୍ବାଚନରେ ଓଡ଼ିଶାର ଅନୁଷ୍ଠିତ ହୋଇଥିଲା।ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଢ଼ିଥିଲା। ଏହା ପୂର୍ବରୁ ମହତାବଙ୍କ ଇସ୍ତଫା ଯୋଗୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବକୃଷ୍ଣ ଚୌଧୁରୀ।
ବିଜୁ ପଟ୍ଟନାୟକ:
ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ତୃତୀୟ ବ୍ୟକ୍ତି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜୁ ପଟ୍ଟନାୟକ ଦୁଇ ଥର ଓଡ଼ିଶାକୁ ନେତୃତ୍ୱ କରିବାର ସୁଯୋଗ ପାଇଥିଲେ। ପ୍ରଥମେ ୧୯୬୧ରେ ଏବଂ ୨୭ବର୍ଷ ପରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ମସିହାରେ ଜନତା ଦଳ ସରକାର ରାଜ୍ୟରେ ଗଠନ ହୋଇଥିଲା।
ବୀରେନ ମିତ୍ର:
୧୯୬୧ନିର୍ବାଚନରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳ ୫ବର୍ଷ ବଦଳରେ ୬ବର୍ଷ ହୋଇଥିଲା।କିନ୍ତୁ କେ.କାମରାଜଙ୍କ ନୀତି ବିଜୁ ପଟ୍ଟନାୟକଙ୍କୁ ଫୁଲ୍ ଟର୍ମ ସରକାର ଚଳାଇବାକୁ ସୁଯୋଗ ଦେଲା ନାହିଁ। ବିଜୁ ପଟ୍ଟନାୟକ ଇସ୍ତଫା ଦେଇଥିଲେ,ଫଳରେ ବିଜୁଙ୍କ ଘନିଷ୍ଠ ସହଯୋଗୀ ବୀରେନ ମିତ୍ର ୧୯୬୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ
ସଦାଶିବ ତ୍ରିପାଠୀ:
କଂଗ୍ରେସର ସଂଗଠନ ସୁଦୃଢ଼ ଲାଗି କାମରାଜଙ୍କ ନୀତି ଓଡ଼ିଶା ରାଜନୀତିରେ ଅସ୍ଥିରତା ସୃଷ୍ଟି କରିଥିଲା। ପ୍ରଥମେ ବିଜୁ ପଟ୍ଟନାୟକ ପରେ ବୀରେନ ମିତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଟି ଉପକୂଳ ଓଡ଼ିଶା ବାହାରକୁ ଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମାତ୍ର ୨ବର୍ଷ ପାଇଁ ଓଡ଼ିଶାକୁ ନେତୃତ୍ୱ ପ୍ରଦାନ କରିଥିଲେ।
ରାଜେନ୍ଦ୍ର ନାରାୟଣ ସିଂହଦେଓ:
ଓଡ଼ିଶାରେ କଂଗ୍ରେସ ବିରୋଧି ମୋର୍ଚ୍ଚାର ନେତୃତ୍ୱ ନେଉଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ୧୯୬୭ରେ ସରକାର ଗଢ଼ିବାକୁ ସୁଯୋଗ  ମିଳିଥିଲା। ପାଟଣାଗଡ଼ର ମହାରାଜା ଆର.ଏନ୍.ସିଂହଦେଓ ମୁଖ୍ୟମନ୍ତ୍ରୀ ହେବା ଫଳରେ ପଶ୍ଚିମ ଓଡ଼ିଶା ରାଜ୍ୟର ନେତୃତ୍ୱ ନେବାକୁ ସୁଯୋଗ ପାଇଲା।
ବିଶ୍ୱନାଥ ଦାଶ:
୧୯୩୭ ମସିହାରେ ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇ ନିଜକୁ ଜଣେ ରାଷ୍ଟ୍ରନେତା ଭାବେ ପ୍ରତିଷ୍ଠିତ କରିପାରି ଥିବା ବିଶ୍ୱନାଥ ଦାଶଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। ମେଣ୍ଟ ସରକାର ନେତୃତ୍ୱ ନେଇ ବିଶ୍ୱନାଥ ଦାଶ ୧୯୭୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ନନ୍ଦିନୀ ଶତପଥୀ:
ଓଡ଼ିଶାରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ନନ୍ଦିନୀ ଶତପଥୀ। ଥରେ ନୁହେଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନନ୍ଦିନୀ ଶତପଥୀ। ତେବେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଯୋଗୁଁ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ତାଙ୍କର ୫ବର୍ଷିଆ କାର୍ଯ୍ୟକାଳ ପୂରଣ କରିପାରି ନଥିଲେ।
ବିନାୟକ ଆଚାର୍ଯ୍ୟ:
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ନନ୍ଦିନୀ ଶତପଥୀଙ୍କ ଘୋର ବିରୋଧି ଭାବେ ଜଣାଶୁଣା ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଦକ୍ଷିଣ ଓଡ଼ିଶାର ଫେସ୍ ବିନାୟକ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଅଧା ବର୍ଷରୁ କମ୍ ରହିଥିଲା।
ନୀଳମଣି ରାଉତରାୟ:
ଜରୁରୀକାଳୀନ ପରିସ୍ଥିତ ପରେ ଓଡ଼ିଶାରେ ଜନତା ପାର୍ଟିର ସରକାର ଆସିଥିଲା। ବିଜୁ ପଟ୍ଟନାୟକଙ୍କ ବନ୍ଧୁ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା।ଅଭିଜ୍ଞ ନୀଳମଣି ରାଉତରାୟଙ୍କ ନେତୃତାଧିନ ସରକାର କାର୍ଯ୍ୟକାଳ ପୂର୍ଣ୍ଣ କରିବା ଆଗରୁ ଫେବ୍ରୁଆରୀ ୧୯୮୦ରେ ଭାଙ୍ଗି ଯାଇଥିଲା। 
ଜାନକୀ ବଲ୍ଲଭ ପଟ୍ଟନାୟକ:
ଓଡ଼ିଶାରେ କଂଗ୍ରେସ ସରକାରର ସର୍ବାଧିକ ସମୟ ନେତୃତ୍ୱ ନେଇଛନ୍ତି ଜେ.ବି.ପଟ୍ଟନାୟକ। ୧୯୮୦ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇ ଜେ.ବି.ପଟ୍ଟନାୟକ ୫ବର୍ଷିଆ କାର୍ଯ୍ୟକାଳ ଶେଷ କରିବାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୫ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶା କଂଗ୍ରେସର ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇଗଲେ ଜେ.ବି। ପୁଣି ୧୯୯୫ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।
ହେମାନନ୍ଦ ବିଶ୍ୱାଳ:
ଟାଇମ ଗ୍ୟାପ୍ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ଭେଟରାନ୍ ହେମାନନ୍ଦ ବିଶ୍ୱାଳଙ୍କ ରେକର୍ଡ ରହିଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଚେୟାରରେ ବସିଛନ୍ତି ଆଦିବାସୀ ନେତା ହେମାବାବୁ। 
ଗିରିଧର ଗମାଙ୍ଗ:
୧୯୯୯ରେ ଜେ.ବି.ପଟ୍ଟନାୟକଙ୍କ ସ୍ଥାନରେ ଆଦିବାସୀ ନେତା ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ।  ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦ୍ୱିତୀୟ ନେତା ଗିରିଧାରୀ ଗମାଙ୍ଗ ଓଡ଼ିଶାକୁ ନେତୃତ୍ୱ ପ୍ରଦାନ କରିଥିଲେ। ତେବେ ମହାବାତ୍ୟା ପରିଚାଳନାରେ ବିଫଳ ହେବା କାରଣରୁ ଗମାଙ୍ଗଙ୍କୁ ହଟିବାକୁ ପଡ଼ିଥିଲା।
ନବୀନ ପଟ୍ଟନାୟକ:
ବିଜେଡି-ବିଜେପିର ମେଣ୍ଟ ସରକାରର ନେତୃତ୍ୱ ନେଇ ଇଣ୍ଡିଆନ ପଲଟିକ୍ସରେ ଇତିହାସ ସୃଷ୍ଟି କଲେ ନବୀନ ପଟ୍ଟନାୟକ। ଲଗାତର ୪ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ପ୍ରତିଷ୍ଠା କରିଛନ୍ତି ନବୀନ। ବିଜେପି ଠାରୁ ସମ୍ପର୍କ ଚ୍ଛିନ୍ନ କଲା ପରେ ମଧ୍ୟ ନବୀନ ପଟ୍ଟନାୟକ ୨ଥର ସରକାର ଗଢ଼ିଲେଣି।

Post Your View

Leave a Reply

Your email address will not be published. Required fields are marked *

Back to top button