ଦେବଗଡ଼‘ଓଲଟା ବଟ’ବୃକ୍ଷର ମହାତ୍ମ୍ୟ ଅନନ୍ୟ

ଆଦିମ କାଳରୁ ମଣିଷ କରୁଛି ପ୍ରକୃତିର ଉପାସନା। ମାଟି, ପାଣି, ପବନ ଓ ବୃକ୍ଷଲତାକୁ ଈଶ୍ୱର ଭାବେ ପୂଜା କରେ। ପର୍ବ ପର୍ବାଣୀରେ ହିନ୍ଦୁମାନେ ସ୍ୱତନ୍ତ୍ର ବୃକ୍ଷ ମୂଳେ ପୂଜା କରିଥାନ୍ତି। ଯେମେତି ଅଁଳା ନବମୀରେ ଅଁଳା ଗଛ ମୂଳେ ପୂଜାର ସ୍ୱାତନ୍ତ୍ରତା ରହିଛି।ସେହିଭଳି ବେଲଗଛ, ବଟବୃକ୍ଷ ଓ ଅଶ୍ୱତଥ୍ ଗଛକୁ ମଧ୍ୟ ପୂଜା କଲେ ପୁଣ୍ୟ ମିଳିଥାଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ତେଣୁ ବର ଓ ପିପଳ ଗଛକୁ କଟା ଯାଏ ନାହିଁ। ସେଥିପାଇଁ ପ୍ରାୟ ଗାଁ ମୁଣ୍ଡରେ ଶୋଭା ପାଏ ପୁରାଣ ବରଗଛ।
ତେବେ ଦେବଗଡ଼ ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ବରଗଛ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବବେ। ପ୍ରାୟ ୩ଶହ ବର୍ଷ ପୁରୁଣା ଏହି ବରଗଛର ସବୁ ପତ୍ର ଓଲଟା। ତେଣୁ ଏହାକୁ ଓଲଟ ବଟ ବୃକ୍ଷ କୁହାଯାଏ। ଏହି ଗଛରୁ ଝଡ଼ି ପଡିଥିବା ପତ୍ରକୁ, ଘରେ ରଖିଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି।

, ଦେବଗଡ଼‘ଓଲଟା ବଟ’ବୃକ୍ଷର ମହାତ୍ମ୍ୟ ଅନନ୍ୟ
ଓଲଟ ବର ପତ୍ର

ପ୍ରାୟ ୩ଶହ ବର୍ଷ ପୂର୍ବେ ବାମଣ୍ଡା ମହାରାଜାପ୍ରତାପରୁଦ୍ର ଦେବ ରୋପଣ କରିଥିଲେ ଏହି ବରଗଛ।ଶ୍ରୀମନ୍ଦିର ପରିସରରେ ଥିବା ପୂଣ୍ୟ କଳ୍ପବଟ ମୂଳରୁ ଏକ ବୀଜ ଆଣି ପୁରୁଣାଗଡ଼ ତଥା ଏବେକାର ଦେବଗଡ଼ରେ ରୋପଣ କରିଥିଲେ ପ୍ରତାପରୁଦ୍ର ଦେବ। ବାମଣ୍ଡାର ୨୧ତମ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ପୁରୁଣାଗଡ଼ ଠାରେ ୧୭୧୫ରୁ ୧୭୨୦ ମଧ୍ୟରେ ପୁରୀ ଢାଞ୍ଚାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା। ପଣ୍ଡିତ ସଦାଶିବ ରଥଶର୍ମାଙ୍କ ରଚିତ ‘କଳ୍ପବୃକ୍ଷ ମାହାତ୍ମ୍ୟ ରହସ୍ୟ ପୁସ୍ତକ’ର ୪୩ ପୃଷ୍ଠାରେ ବର୍ଣ୍ଣିତ ଅଛି ଦେବଗଡ଼ର ଓଲଟ ବଟ ବୃକ୍ଷ ବିଷୟରେ।ବାମଣ୍ଡାରେ ପ୍ରତାପରୁଦ୍ର ଦେବ ରାଜୁତି କରୁଥିଲେ। ସେ ଜଗନ୍ନାଥଙ୍କ ଥିଲେ ବଡ଼ ଭକ୍ତ।

, ଦେବଗଡ଼‘ଓଲଟା ବଟ’ବୃକ୍ଷର ମହାତ୍ମ୍ୟ ଅନନ୍ୟ

ଶ୍ରୀମନ୍ଦିରରେ କଳ୍ପ ବୃକ୍ଷ ମୂଳରେ ଲକ୍ଷ ଲକ୍ଷ ତାରକ ମନ୍ତ୍ର ଜପ କରିଥିଲେ ପ୍ରତାପରୁଦ୍ର। ଏଥିରେ ଖୁସି ହୋଇଯାଇଥିଲେ ତତ୍କାଳୀନ ଗଜପତି ମହାରାଜ ରାମଚନ୍ଦ୍ର ଦେବ। ପ୍ରତାପରୁଦ୍ର କଳ୍ପବୃକ୍ଷ ବୀଜରୁ ଗୋଟିଏ ବୃକ୍ଷ ଉତ୍ପନ୍ନ କରାଇ ନିଜ ରାଜ୍ୟକୁ ନେବାର ଇଚ୍ଛା ପ୍ରକଟ କରିବାରୁ ଗଜପତି ସମ୍ମତି ପ୍ରଦାନ କରିଥିଲେ। ଉତ୍ସାହରେ କାର୍ତ୍ତିକ ମାସ ତ୍ରୟୋଦଶୀ ତିଥିରେ ପୁରୀରୁ କଳ୍ପବୃକ୍ଷ ଦେବଗଡ଼ ନେଇଥିଲେ ପ୍ରତାପରୁଦ୍ର ଦେବ। ଜଗନ୍ନାଥ ମନ୍ଦିର ନିକଟରେ ରୋପଣ କଲେ ସେହି ବୃକ୍ଷ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଗଛ ବଢିବା ପରେ ଦେଖାଗଲା ଗଛର ସମସ୍ତ ପତ୍ର ଓଲଟା। ଶ୍ରୀକ୍ଷେତ୍ର କଳ୍ପବୃକ୍ଷରୁ କୌଣସି ଅଂଶ ଅନ୍ୟତ୍ର ନେବା ଅନୁଚିତ ବୋଲି ମହାରାଜା ବୁଝି ପାରିଥିଲେ। ଏହି ପବିତ୍ର ବୃକ୍ଷ ଦେବଗଡର ଜଗନ୍ନାଥ ମନ୍ଦିର ନିକଟରେ ‘ଓଲଟା ବଟ’ ବୃକ୍ଷ ନାମରେ ଏବେ ମଧ୍ୟ ରହିଛି।

Post Your View

Leave a Reply

Your email address will not be published. Required fields are marked *

Back to top button