ଭାରତକୁ ଆସିଲା ହୋଣ୍ଡା ସିବିଆର୍ ୬୫୦ ଆର୍, ରହିଛି ଏହି ସବୁ ସୁବିଧା

ହୋଣ୍ଡା ମଟୋରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ନୂଆ ସ୍ପୋର୍ଟସ ବାଇକ ସିବିଆର ୬୫୦ ଆର ଆଜି ମାର୍କେଟକୁ ଆସିଛି। ଏହି ବାଇକ୍ ର ବୁକିଂ ଆଜିଠାରୁ ଆରମ୍ଭ କରାଯାଇଛି। ହୋଣ୍ଡାର ୱିଙ୍ଗ୍ ୱାର୍ଲଡ୍ ଡିଲରସିପରେ ୧୫୦୦୦ ଟଙ୍କା ଦେଇ ନୂଆ ସିବିଆର୍ ୬୫୦ ଆର ବୁକିଂ କରିହେବ।  ମିଲାନ୍ ଠାରେ ଆୟୋଜିତ ଇଆଇସିଏମଏ ସୋ ରେ  ଏହି ବାଇକ୍ କୁ ହୋଣ୍ଡା ପକ୍ଷରୁ ଉନ୍ମୋଚନ କରାଯାଇଥିଲା।

, ଭାରତକୁ ଆସିଲା ହୋଣ୍ଡା ସିବିଆର୍ ୬୫୦ ଆର୍, ରହିଛି ଏହି ସବୁ ସୁବିଧା

ଏହି ବାଇକରେ ୪ ସିଲିଣ୍ଡର୍ ବିଶିଷ୍ଟ ଇଞ୍ଜିନ୍ ରହିଛି। ଏଥିରେ ଥିବା ଏଲ୍ଇଡି ଲାଇଟ୍ ବାଇକକୁ ବହୁତ ବଢିଆ ଲୁକ୍ ପ୍ରଦାନ କରୁଛି। ଏହାର ମୂଲ୍ୟକୁ ୮ ଲକ୍ଷ ଟଙ୍କାରୁ କମ୍ କରାଯାଇଛି। ଆଇସିଏମଏରେ ଉନ୍ମୋଚନ କରାଯାଇଥିବା ୨୦୧୯ ଗ୍ଲୋବାଲ ଫନ୍ ମଡେଲର ଅଂଶ ଥିବା ସିବିଆର୍ ୬୫୦ ଆରର ଭାରତରେ ବୁକିଂ ଆରମ୍ଭ କରାଯାଇଛି।

, ଭାରତକୁ ଆସିଲା ହୋଣ୍ଡା ସିବିଆର୍ ୬୫୦ ଆର୍, ରହିଛି ଏହି ସବୁ ସୁବିଧା

ଓଡିଶାରେ ଭୁବନେଶ୍ୱରର ପିଜିଓମ୍ ରାମଜୀ ମୋଟର୍ସରେ ଏହି ବାଇକର ବୁକିଂ କରାଯାଇପାରିବ। ସାରା ଭାରତରେ ଥିବା ୨୨ ହୋଣ୍ଡା ଗୋଲ୍ଡ ୱିଙ୍ଗ୍ ଡିଲରସିପରେ ବୁକିଂ ସୁବିଧା ଉପଲବ୍ଧ ହେଉଛି।

Post Your View

Leave a Reply

Your email address will not be published. Required fields are marked *

Back to top button