କେତେ କମିଲା ସୁନା ଦର ଓ କେତେ ବଢିଛି ପେଟ୍ରୋଲ ଦର ?

ସୁନା ଓ ପେଟ୍ରୋଲ ଉପରେ ଦରଦାମ କେତେ ହ୍ରାସ ବା ବୃଦ୍ଧି ପାଇଛି ଜାଣିଛନ୍ତି କି ?

କରୋନା ମହାମାରୀ ସମୟରେ ସୁନା ଦର ବୃଦ୍ଧି ହୋଇଥିଲା । ସାଧାରଣ ଲୋକ ମଧ୍ୟ ସୁନା କିଣିବା ଆଗରୁ ଅନେକ କିନ୍ତା କରିଥିଲେ । ଲୋକମାନେ ଏହାକୁ ନେଇ ବହୁ ଚିନ୍ତିତ ଥିଲେ କି କିପରି ଭାବରେ ନିଜ ଝିଅର ବାହାଘର କରିୁବେ । ଆକାଶ ଛୁଆଁ ସୁନା ଦର ମୁଣ୍ଡ ବଥାର କାରଣ ପାଲଟି ଥିଲା । ତେବେ ୨୦୨୧ ଏବଂ ୨୦୨୨ ବଜେଟ୍ ଅଧିବେଶନ ପରେ ସୁନା ଦର ହ୍ରାସ ପାଇବାରେ ଲାଗିଥିଲା । ଏହାପରେ ପ୍ରତେକ ଦିନ ସୁନା ଦର ଦାମରେ ପରିବର୍ତ୍ତନ ଆସିଛି । ସାଧାରଣ ଲୋକମଧ୍ୟ ଏହାକୁ ନେଇ ସବୁ ବେଳେ ଖୁସି ପ୍ରକଟ କରିଛନ୍ତି । କିନ୍ତୁ ଏହି ସମୟରେ ପେଟ୍ରୋଲ ଦର ଦାମ ବୃଦ୍ଧି ପାଇବାରେ ଲାଗିଥିଲା ।, କେତେ କମିଲା ସୁନା ଦର ଓ କେତେ ବଢିଛି ପେଟ୍ରୋଲ ଦର ?ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଦିନକୁ ଦିନ ଲଗାତାର ସୁନା ଦର ହ୍ରାସ ପାଉଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୦୦ ଟଙ୍କା ବୃଦ୍ଧି ପାଇ ୪୧,୮୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବଢି ୪୫,୬୮୦ ଟଙ୍କା ରହିଛି।ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୪୩୦ ଟଙ୍କା ଓ ୪୪,୪୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୩,୯୫୦ ଟଙ୍କା ଓ ୪୭,୯୫୦ ଟଙ୍କା ରହିଛି।, କେତେ କମିଲା ସୁନା ଦର ଓ କେତେ ବଢିଛି ପେଟ୍ରୋଲ ଦର ?ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୫,୯୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୧୫୦ ଟଙ୍କା ଓ ୪୬,୭୯୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ ଟଙ୍କା ବଢ଼ି ୬୬,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।, କେତେ କମିଲା ସୁନା ଦର ଓ କେତେ ବଢିଛି ପେଟ୍ରୋଲ ଦର ?ତେବେ ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୮ ଟଙ୍କା ୭୯ ପଇସା ହୋଇଛି ।ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS  ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।, କେତେ କମିଲା ସୁନା ଦର ଓ କେତେ ବଢିଛି ପେଟ୍ରୋଲ ଦର ?ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ଜ୍ଝ ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Post Your View

Leave a Reply

Your email address will not be published. Required fields are marked *

Back to top button