୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

୧୪ ବର୍ଷରେ ଗ୍ରାଜୁଏଟ୍ ହେବାରେ ସାରା ଭାରତରେ ପ୍ରଥମ ହାଇଦ୍ରାବାଦର ଅଗସ୍ତ୍ୟା ଜୈସୱାଲ୍ ...

କିଛି ନୂଆ କରି ଦେଖାଇବା ପାଇଁ ବୟସ ଯେ ବାଧା ବନ୍ଧନ ଦିଏନି ତାହା ପ୍ରମାଣ କରି ଦେଖାଇଛନ୍ତି ହାଇଦ୍ରାବାଦର ୧୪ ବର୍ଷର ବାଳକ ଅଗସ୍ତ୍ୟା ଜୈସୱାଲ୍ ..।। ଦୃଢ ଇଛାଶକ୍ତି , ଦୃଢ ମନୋବଳ ଏବଂ ଏକନିଷ୍ଠ ନିଷ୍ଠାର ସଂକଳ୍ପବଦ୍ଧ ହୋଇ ସେ ରଚିଛନ୍ତି ଭାରତ ବର୍ଷରେ ଇତିହାସ ..।। ଶିକ୍ଷା କ୍ଷେତ୍ରରେ ଦେଖାଇଛନ୍ତି ନୂଆ ଆଶାର କିରଣ ..।।, ୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

କିଛିକରି ଦେଖାଇବାକୁ ହେଲେ ନିଜର ଉତ୍ସାହ ଏବଂ ଉଦ୍ୟମ ସହ ପରିବାର ଲୋକଙ୍କର ସାହାଯ୍ୟ ଓ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ..।। ୧୪ ବର୍ଷର ବାଳକ ଅଗସ୍ତ୍ୟା ଜୈସୱାଲ୍‌ଙ୍କ କ୍ଷେତ୍ରରେ ପରିବାରର ପୂର୍ଣ୍ଣ ସହଯୋଗ ରହିଛି ବୋଲି ଅଗସ୍ତ୍ୟା ଜୈସୱାଲ କହିଛନ୍ତି ..।।

, ୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

ସୂଚନାନୁସାରେ ଅଗସ୍ତ୍ୟା ଜୈସୱାଲଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ହୋଇଥିଲା ସେ ସେତେବେଳେ ୩୫୦ ପ୍ରଶ୍ନର ଉତର ଦେଇ ନୂଆ ରେକର୍ଡ କରିଥିଲେ ..।।

, ୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

ସେହିପରି ଭାବରେ ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେ ତିନିହଜାର ପ୍ରଶ୍ନର ଉତର ଦେଇ ଆଉ ଏକ ରେକର୍ଡ ନିଜ ନାମରେ ଯୋଡିଥିଲେ ..।। ସବୁଠାରୁ ଚକିତ କରିଦେବା ଭଲି କଥା ଏହିକି ଯେ ଅଗସ୍ତ୍ୟା ଜୈସୱାଲ ୮ ବର୍ଷରେ ମ୍ୟାଟ୍ରିକ୍ ବୋର୍ଡ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ..।। ସେ ଦଶ ବର୍ଷରେ ପ୍ଲସ୍ ଟୁ ପରୀକ୍ଷାରେ ମଧ୍ୟ ଶତପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ ..।।

, ୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

ଏବେ ଅଗସ୍ତ୍ୟା ଜୈସୱାଲଙ୍କୁ ନେଇ ଚର୍ଚା ଏଇଥିପାଇଁ ଯେ ସେ ଏବେ ୧୪ ବର୍ଷରେ ପାଦଦେଇଥିବା ବେଳେ ଗ୍ରାଜୁଏଟ୍ ସାର୍ଟିଫିକେଟ୍ ହାସଲ କରିଛନ୍ତି ..।। ଅଗସ୍ତ୍ୟା ଜୈସୱାଲ ୧୪ ବର୍ଷରେ ଗ୍ରାଜୁଏଟ୍ ହେବା ସାରା ଭାରତରେ ପ୍ରଥମ , ତାଙ୍କ ପୂର୍ବରୁ ଏପରି ରେକର୍ଡର କେହି ହକ୍‌ଦାର ହୋଇନଥିଲେ ..।। ଅଗସ୍ତ୍ୟା ଜୈସୱାଲଙ୍କ ବାପାଙ୍କର କହିବା କଥା ସବୁପିଲା ଏପରି କରିପାରିବେ , ବାସ୍ ଖାଲି ଟିକେ ପରିବାରର ସହଯୋଗ ରହିବା ଆବଶ୍ୟକ ..।।

, ୧୪ ବର୍ଷରେ ଗ୍ରାଜୁଏଟ୍ କେମିତି ?

ଅଗସ୍ତ୍ୟା ଜୈସୱାଲଙ୍କର ରେକର୍ଡ ଏଇଠି ସରିଯାଇ ନାହିଁ ଆଜ୍ଞା , ସେ ଦୁଇ ହାତରେ ସମାନ ଭାବରେ ଲେଖିପାରନ୍ତି ସୁନ୍ଦର ଅକ୍ଷର ..।। ୧.୭୨ ସେକେଣ୍ଡରେ ସେ ଏ ଠାରୁ ଜେଡ୍ ପର୍ଯ୍ୟନ୍ତ ନଟାଇପ୍ ମଧ୍ୟ କରିପାରନ୍ତି ..।। ୧୪ ବର୍ଷରେ ଅଗସ୍ତ୍ୟା ଜୈସୱାଲ ଗ୍ରାଜୁଏଟ୍ ହେବାପରେ ତାଙ୍କ ପରିବାର ସମେତ ସ୍ଥାନୀୟ ଅଂଚଳରେ ଖୁସିର ବାତାବରଣ ଖେଳିଯାଇଛି ..।। ୧୪ ବର୍ଷରେ ଗ୍ରାଜୁଏଟ୍ ହେବାରେ ସାରା ଭାରତରେ ପ୍ରଥମ ହୋଇଥିବାରୁ ଅନେକ କ୍ଷେତ୍ରରୁ ପ୍ରଶଂସାର ଶୁଅ ଛୁଟୁଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button