ପଲିଟିକ୍ସ କରିବେ ଆଇଏଏସ୍ ଟପ୍ପର୍

ଶ୍ରୀନଗର: ୨୦୧୦ ମସିହା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପରୀକ୍ଷାରେ ଟପ୍ପର ହୋଇଥିବା ଫୈଜଲ ନିଜର ଆଇଏଏସ୍‌ ଚାକିରିରୁ ଇସ୍ତଫା ଦେଇ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଫୈଜଲ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଲୋକସଭା ନିର୍ବାଚନୀ ଲଢ଼ିବେ ବୋଲି ପ୍ରକାଶ ପାଇଛି ।

ଶାହା ଫୈଜଲ ହେଉଛନ୍ତି ଜମ୍ମୁ-କଶ୍ମୀର ଏକମାତ୍ର ଆଇଏଏସ୍‌ ଅଫିସର୍‌, ଯିଏକି ୟୁନିଅନ ପବ୍ଲିକ ସର୍ଭିସ କମିସନ (ୟୁପିଏସି) ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ନିକଟରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ। ମାତ୍ର ସ୍ୱେଚ୍ଛାକୃତ ଅବସର ପାଇଁ ଲାଗିବାକୁ ଥିବା ପ୍ରକ୍ରିୟା ବିଳମ୍ବ ହେବାରୁ ସେ ନିଜ ଆଡୁ ଇସ୍ତଫା ଦେଇଛନ୍ତି। ଆଇଏଏସ୍‌ ଚାକିରି ପାଇବା ପରେ ଫୈଜଲ କାଶ୍ମୀର ଉପତ୍ୟାକାରେ ସ୍କୁଲ୍‌ ଏଜୁକେସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ଇସ୍ତଫା ଗ୍ରହଣ ହେବା ପରେ ସେ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରିବେ। ତେବେ, ସେ ଆସନ୍ତା ଲୋକସଭା ନିର୍ବାଚନରେ ବରମୁଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନୀ ଲଢ଼ିବେ ବୋଲି ସୂଚନା ରହିଛି।

Post Your View

Leave a Reply

Your email address will not be published. Required fields are marked *

Back to top button
Close