ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରା

୨୦୨୧ରୁ ୨୦୩୧ ମଧ୍ୟରେ ଖେଳାଯିବ ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟ ..

୨୦୨୧ରୁ ୨୦୩୧, ୧୦ ବର୍ଷ ଭିତରେ ୧୭ଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏଥିରେ ମହିଳା କ୍ରିକେଟ୍ କିମ୍ବା ୧୯ ବର୍ଷରୁ କମ୍ ଆଇସିସି ଇଭେଣ୍ଟ ସାମିଲ ନାହିଁ । ତେବେ ନଜର ପକାନ୍ତୁ କେଉଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଆଇସିସି ।ଏଥସହ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ ଚମ୍ପିଆନ୍ସ ଟ୍ରଫି ଦେଖିବାକୁ ମିଳିବ। ଆଇସିସି ନିଜର କାର୍ଯ୍ୟକ୍ରମରେ ଚମ୍ପିଆନ୍ସ ଟ୍ରଫିକୁ ସ୍ଥାନ ଦେଇଛି।, ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରା

୨୦୨୧ – ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଟି-୨୦ ବିଶ୍ୱକପ୍
୨୦୨୨ – ଟି-୨୦ ବିଶ୍ୱକପ୍
୨୦୨୩ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୪ – ଟି-୨୦ ବିଶ୍ୱକପ
୨୦୨୫ – ଚାମ୍ପିୟନ୍ସ ଟଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୬ – ଟି-୨୦ ବିଶ୍ୱକପ୍
୨୦୨୭ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୮ – ଟି-୨୦ ବିଶ୍ୱକପ୍
୨୦୨୯ – ଚାମ୍ପିୟନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୩୦ – ଟି-୨୦ ବିଶ୍ୱକପ୍
୨୦୩୧ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ।, ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରାଆସନ୍ତା ୧୦ ବର୍ଷ ଭିତରେ ଏହି ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟଆୟୋଜନ କରିବ ଆଇସିସି । ଆଇସିସିର ନୂଆ ଯୋଜନା ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଥରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ସେହିପରି ପୂର୍ବଭଳି ପ୍ରତି ୪ ବର୍ଷରେ ଥରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏହା ଛଡା ପ୍ରତି ଦୁଇ ବର୍ଷରେ ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଏବଂ ଚାରିବର୍ଷରେ ଥରେ ଚାମ୍ପିୟନ୍ସ ଟ୍ରଫିର ମଧ୍ୟ ଆୟୋଜନ କରିବ ଆଇସିସି । ଅର୍ଥାତ ଏହି ୧୦ ବର୍ଷ ମଧ୍ୟରେ ୬ଟି ଟି-୨୦ ବିଶ୍ୱକପ୍, ୩ଟି ଦିନିକିଆ ବିଶ୍ୱକପ୍, ୬ଟି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ୨ଟି ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।, ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରାବନ୍ଦ ହେବ ନାହିଁ ଚମ୍ପିଆନ୍ସ ଟ୍ରଫି – ଆଇସିସି ଚମ୍ପିଆନ୍ସ ଟ୍ରଫିର ଆୟୋଜନ ୨୦୧୭ରେ ବନ୍ଦ କରିଥିଲା। ୧୯୯୮ରେ ଏହାର ଆରମ୍ଭ  ହୋଇଥିଲା। ଟୁର୍ଣ୍ଣାମେଣ୍ଟର ୮ ସଂସ୍କରଣ ଖେଳା ଯାଇଥିଲା। ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଲେଖାଏଁ ଟାଇଟଲ୍ ଜିତିଥିଲେ। ୨୦୦୨ରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ରହିଥିଲେ। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା  ଓ ଓ୍ଵେଷ୍ଟଇଣ୍ଡିଜ ପ୍ରତ୍ୟେକ ଦଳ ଥରୁଟିଏ ଚମ୍ପିଆନ  ହୋଇଥିଲେ। ଭାରତ ସୌରଭ ଗାଙ୍ଗୁଲି ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଚମ୍ପିଆନ ହୋଇଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ୨୦୧୩ରେ ଚମ୍ପିଆନ ହୋଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button