ମହୁମାଛିର ବିନାଶରେ ମଣିଷର ନାଶ

ଆମେ ସମସ୍ତେ ଜାଣୁ ଯେ ଯେଊଁଠି ସୃଷ୍ଟି ଅଛି ସେଇଠି ବିନାଶ ମଧ୍ୟ ରହିଛ ି ଏବଂ ଯେଉଁଠି ଜନ୍ମ ଅଛି ସେଇଠି ମୃତ୍ୟୁ ମଧ୍ୟ ରହିଛି । ଅର୍ଥାତ ଆମ ପୃଥିବୀ ଏହି ପ୍ରକ୍ରିୟା ସହ ସିଧାସଳଖ ଭାବେ ଜଡିତ । ବିଜ୍ଞାନ ଅନୁସାରେ ମନୁଷ୍ୟର ଜନ୍ମ ବହୁ  ଲକ୍ଷ ବର୍ଷ ପୂର୍ବରୁ ହୋଇସାରିଥିଲା  । କିନ୍ତୁ ମଣିଷ ପୂର୍ବରୁ ବହୁ ଜୀବଜନ୍ତୁ, କୀଟ ପତଙ୍ଗ ଏହି ଧରାପୃଷ୍ଟରେ ଜନ୍ମ ନେଇସାରିଥିଲେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଣିଷ ଠୁ ବି ପୁରୁଣା ଜୀବ ହେଉଛି ଅସରପା । ଦେଖିବାକୁ ଗଲେ ମଣିଷମାନେ ଏହି ପୃଥିବୀକୁ ଆସିବା ପ୍ରାୟଃ ୨ଲକ୍ଷ ବର୍ଷ ହୋଇଗଲାଣି ।ଯଦି ତାଙ୍କ ତୁଳନାରେ ମହୁମାଛିଙ୍କ କଥା କହିବା ତାହାଲେ ସେମାନେ ୧୩କୋଟି ୫୦ ଲକ୍ଷ ବର୍ଷ ପୂର୍ବରୁ ଏହି ପୃଥିବୀରେ ଜନ୍ମ ଗ୍ରହଣ କରିଲେଣି । ଆଶ୍ଚର୍ଯ୍ୟ ହୋଇଗଲେନା । ଅଲ୍ବଟ ଆଇନ୍ ସ୍ଟାଇନ୍ ଗୋଟିଏ ଥିଅରିରେ କହିଥିଲେ ଯେ ଯଦି ମହୁମାଛିମାନେ ପୁରାପୁରି ବିଲୁପ୍ତ ହୋଇଯାଆନ୍ତି ତେବେ ତାର କିଛି ବର୍ଷ ପରେ ଦୁନିଆରୁ ମାନବଜାତି ମଧ୍ୟ ଧ୍ୱଂସ ପାଇଯିବ ।କିନ୍ତୁ ଯଦି ଏହା ହେବେ ତେବେ କିପରି ? ଏଭଳି ପ୍ରଶ୍ନ ଆପଣମାନଙ୍କ ମନରେ ଉଙ୍କିମାରୁଥିବ ।

ଗୋଟିଏ  ଛୋଟିଆ ମହୁମାଛି ଯେତେବେଳେ ସୁନ୍ଦର ସୁନ୍ଦର ଫୁଲରୁ ରସ ସଂଗ୍ରହ କରେ ତାହାକୁ ମହୁ କୁହାଯାଏ । ଘରର ର ଛାତରେ କିମ୍ବା ଗଛ ଉପରେ ଏହି ମହୁମାଛି ମାନେ ବସାବାନ୍ଧି ମହୁ ଗୁଡିକୁ ସଂଚୟ କରି ରଖିଥାନ୍ତି । କିନ୍ତୁ ସବୁଠାରୁ ଇନନ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ଯେ ଘରଛାତ ଉପରେ ବସା ବାନ୍ଧୁଥିବା ମହୁମାଛି ଓ ଗଛରେ ରହୁଥିବା ମହୁମାଛି ପରସ୍ପରଠୁ ଭିନ୍ନ ।କାରଣ ଏହି ମହୁମାଛି ପ୍ରାୟଃ ୨୦୦୦୦ ରୁ ଅଧିକ ପ୍ରଜାତିର ଅଛନ୍ତି ଏବଂ ପୃଥିବୀର କୋଣ ଅନୁକୋଣରେ ଏମାନେ ଦେଖାଯାଆନ୍ତି । କିନ୍ତୁ ସବୁ ମହୁମାଛିଙ୍କର କାମ ସମାନ ଥାଏ । ଆମ ପରିବେଶକୁ ସୁନ୍ଦର ରଖିିବାରେ ମହୁମାଛିମାନଙ୍କର ଗୁରୁତ୍ୱ ଅବଦାନ ରହିଛି । ଆମେ ଖାଉଥିବା ଫୁଲଫଳ, ପନିପରିବା ଆଦି ମଧ୍ୟ ଏହି ମହୁମାଛିମାନଙ୍କର ଦାନ ।କିନ୍ତୁ ବର୍ତମାନ ଦିନକୁ ଦିନ ମହୁମାଛିମାନଙ୍କର ମୃତ୍ୟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରଜାତିର ମହୁମାଛିମାନେ ଧିରେ ଧିରେ ବିଲୁପ୍ତ ହୋଇଗଲେଣି । ଏହାର କାରଣ ଆଜିକାଲିର ପ୍ରଦୂଷଣ ଜନିତ ବାୟୁମଣ୍ଡଳ,ମୋବାଇଲ୍ ଟାଓ୍ବାର,ନୁତନ ଟେକ୍ନୋଲୋଜି ଇତ୍ୟାଦି ।କିନ୍ତୁ ଏସବୁଠାରୁ ବେଶି ମାରାତ୍ମକ ହେଉଛି ଅତ୍ୟଧିକ କୀଟନାଶକ ଔଷଧର ପ୍ରୟୋଗ ।

ଜନସଂଖ୍ୟା ବୃଦ୍ଧି ୍ଯୋଗୁଁ ଶସ୍ୟ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଦୁଇଗୁଣିତ କରାଯାଉଛିା କମ୍ ସମୟରେ ଅଧିକ ଫସଲ କିପରି ଉତ୍ପାଦନ ହେବ ସେଥିପାଇଁ ବିଭିନ୍ନ ପ୍ରକାରର ବିଶାକ୍ତ କୀଟନାଶକ ବ୍ୟବହୃତ ହେଉଛି ।ଏହି କୀଟନାଶକ ମଧ୍ୟରୁ ନିୟ ନିକୋଟିନ୍ ନୟେଡସ୍ ନାମକ କୀଟନାଶକ ମହୁମାଛି ମାନଙ୍କ ପାଈଁ କ୍ଷତିକାରକ ଅଟେ ।ତେଣୁ ଯେତେବେଳେ ଏହି ମହୁମାଛିମାନେ ଗଛ ଉପରେ ବସୁଛନ୍ତି ସେମାନଙ୍କ ଦେହରେ ଏହି ବିଶାକ୍ତ କୀଟନାଶକ ଲାଗିଯାଉଛି । ସେମାନେ ମହୁ ସଂଗ୍ରହ କରିସାରିବା ପରେ ନିଜ ବସାରେ ସଂଚୟ କରିବା ବେଳେ ଅନ୍ୟ ମହୁମାଛିମାନେ ମଧ୍ୟ ସେହି ବିଶାକ୍ତ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟବରଣ କରିଥାନ୍ତି ।ଯଦି ସତରେ ମହୁମାଛି ମାନେ ପୁରାପୁରି ଭାବରେ ବିଲୁପ୍ତ ହୋଇଯାନ୍ତି ତେବେ ୭୦ ପ୍ରତିଶତ ଫଳ ଓ ଶସ୍ୟ ଉତ୍ପାଦନ କମିଯିବ ।ଏହା ଫଳରେ ଆମ ଦେଶର କୃଷକ ମାନେ ବହୁ ମାତ୍ରାରେ ପ୍ରଭାବିତ ହେବେ , ସେମାନଙ୍କ ଫସଲ ନଷ୍ଟ ହୋଇଯିବ ,ତାଙ୍କ ରୋଜଗାର ର ପନ୍ଥା ବନ୍ଦ ହୋଇଯିବ । ଖାଦ୍ୟ ନ ପାଇ ଲୋକମାନେ ଅନାହାର ରେ ମୃତ୍ୟୁବରଣ କରିବେ । ଗୋଟିଏ ପରୀକ୍ଷାରୁ ଜଣାପଡିଥିଲା ଯେ ପ୍ରତିବର୍ଷ କଷ୍ଟେରିକା ରେ କଫି ଚାଷ କରୁଥିବା କୃଷକମାନେ କେବଳ ମହୁମାଛି ମାନଙ୍କ ପାଈଁ ୬୦ହଜାର ଡଲାର ପର୍ଯ୍ୟନ୍ତ ଲାଭ କରନ୍ତି । ତେଣୁ ଥରେ ଭାବିଲେ ଯଦି ମହୁମାଛି ନ ରହିବେ ତେବେ ତାଙ୍କ କଫି ଅମଳ କିପରି ହେବ? ଏହିପରି ବହୁ ଫଳ ପନିପରିବା ରହିଛି ଯାହା ମହୁମାଛି ବିନା ତିଆରି ହେବା ସମ୍ବବ ନୁହେଁ ।କାହିଁକିନା ମହୁମାଛି ନରହିଲେ ଖାଦ୍ୟଶସ୍ୟର ଉତ୍ପତି ହୋଇପାରିବ ନାହିଁ ।

Post Your View

Leave a Reply

Your email address will not be published. Required fields are marked *

Back to top button