ଅଷ୍ଟ୍ରେଲିଆ ସିରିଜ ପୁର୍ବରୁ ବିରାଟ ,ଅନୁଷ୍କାଙ୍କ ପିଲାକୁ ନେଇ ଅଷ୍ଟ୍ରେଲିଆ ଲେଜେଣ୍ଡ ଆଲାନ ବୋର୍ଡରଙ୍କ ବୟାନ

ଭାରତୀୟ କ୍ରିକେଟ ଟିମ୍ ର କ୍ୟାପ୍ଟନ କୋହଲୀ ବିଶ୍ୱରେ ଜଣେ ଏମିିତି ଖେଳାଳୀ ଯାହାଙ୍କ ଫ୍ୟାନ୍ସ ଦୁନିଆର କୋଣ ଅନୁକୋଣରେ ରହିଛନ୍ତି । । କାରଣ ଏହା କହିବା କୈାଣସି ଭୁଲ ହେବ ନାହିଁ ଯେ କ୍ରିକେଟ ପାଇଁ କୋହଲିଙ୍କ ଯେଉଁ ପରିଭାଷା ରହିଛି ତାହା କେବଳ ଭାରତୀୟ ମାନେ ହିଁ ନୁହେଁ ବିଦେଶ ରେ ମଧ୍ୟ କୋହଲି ଓ କୋହଲି ହିଁ ଧେଖିବାକୁ ମିଳିଥାଏ ଯେତେବେଳେ କ୍ରିିକେଟର ଗ୍ରାଉଣ୍ଡରେ ଅନ୍ୟ ଦେଶ ସହ ଖେଳିବାକୁ ଯାନ୍ତି ଭାରତୀୟ କ୍ୟାପ୍ଟନ କୋହଲି । ତେବେ ଭାରତୀୟ ଅଷ୍ଟ୍ରେଲିଆ ସିରିଜ ହେବା ପୁର୍ବରୁ ବିରାଟଙ୍କ ନିଣ୍ଣୟ ତ ସମସ୍ତେ ଜାଣିଛନ୍ତି କିନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ ଲେଜେଣ୍ଡ ଆଲାନ ବୋର୍ଡର ବିରାଟଙ୍କ ଖେଳକୁ ନେଇ କିଛି ଏମିତି କହିଛନ୍ତି ଯାହାକୁ ଜାଣିଲେ ଆପଣମାନଙ୍କ ମନରେ ବିରାଟଙ୍କ ପ୍ରତି ଆହୁରୀ ସମ୍ନାନ ବଢିଯିବ । କ୍ରିକେଟ ଦୁନିଆର କିଙ୍ଗ ଭାବେ ସାମ୍ନାକୁ ଆସିଛନ୍ତି ବିରାଟ କୋହଲି । ବିରାଟଙ୍କୁ ରନ୍ ମେସିନ ବୋଲି ମଧ୍ୟ କୁହାଯାଉଛି ।

, ଅଷ୍ଟ୍ରେଲିଆ ସିରିଜ ପୁର୍ବରୁ ବିରାଟ ,ଅନୁଷ୍କାଙ୍କ ପିଲାକୁ ନେଇ ଅଷ୍ଟ୍ରେଲିଆ ଲେଜେଣ୍ଡ ଆଲାନ ବୋର୍ଡରଙ୍କ ବୟାନକାରଣ କ୍ରିକେଟରେ ସେ ନିଜ ଖେଳର ଅନ୍ଦାଜ ରେ ଯେଉଁ ପରିଭାଷା ଆଣିଛନ୍ତି ତାହାକୁ କେବଳ ଭାରତୀୟ ମାନେ ନୁହେଁ ବିଦେଶୀ ଲେଜେଣ୍ଡ ମାନେ ମଧ୍ୟ ଖୁବ୍ ପ୍ରଶଂସା କରନ୍ତି ।ତେବେ ଭାରତ ଅଷ୍ଟ୍ରେଲିଆ ସିରିଜ ହେବାକୁ ଯାଉଛି ୨୭ ନଭମ୍ବର ଠାରୁ , କିନ୍ତୁ କୋହଲିଙ୍କ ପାଟେରନିଟି ଲିଭ ଯୋଗୁଁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ଫେରିଯିବେ ଦେଶକୁ । କୋହଲିଙ୍କ ଏହି ନିଣ୍ଣୟ ଆସିବା ପରେ ଭାରତୀୟ କ୍ରିକେଟ ପ୍ରେମୀତ ଦୁଃଖିତ ହେଲେ କୁିନ୍ତୁ ଏହା ସହ ଅଷ୍ଟ୍ରେଲିଆ କ୍ରିକେଟ ଲେଜେଣ୍ଡ ମାନେ ମଧ୍ୟ ନିଜ ଦୁଃଖ ପ୍ରକାଶ କରି କହିଛନ୍ତି ଯେ କୋହଲିଙ୍କ ପରି ଖେଳାଳୀକୁ ଅଷ୍ଟ୍ରେଲିଆ ସିରିଜରେ ନ ଦେଖିବା ଏହି ସିରିଜ ସବୁଠାରୁ ବଡ ମିସିଙ୍ଗ ପାର୍ଟ ରହିବ ।, ଅଷ୍ଟ୍ରେଲିଆ ସିରିଜ ପୁର୍ବରୁ ବିରାଟ ,ଅନୁଷ୍କାଙ୍କ ପିଲାକୁ ନେଇ ଅଷ୍ଟ୍ରେଲିଆ ଲେଜେଣ୍ଡ ଆଲାନ ବୋର୍ଡରଙ୍କ ବୟାନତେବେ ବୋର୍ଡର ଗଭାଷ୍କର ସିରିଜ ହେବା ପୁର୍ବରୁ ଅଷ୍ଟ୍ରେଲିଆ ପୁର୍ବ ଲେଜେଣ୍ଡ କ୍ରିକେଟର ତଥା ୧୯୮୭ ବିଶ୍ୱକପ୍ ବିଜେତା କ୍ୟାପ୍ଟନ ଆଲାନ ବୋର୍ଡର ମଜାକିଆ ଅନ୍ଦାଜ ରେ କହିଛନ୍ତି ଯେ “ମୁ ଚାହୁଁଛି ବିରାଟ ନିଜ ପିଲାକୁ ଏଠି ଅଷ୍ଟ୍ରଲିଆ ରେ ଜନ୍ମ ଦିଅନ୍ତୁ ଯାହା ଦ୍ୱାରା ଆମେ ମଧ୍ୟ ବିରାଟଙ୍କ ପିଲାଙ୍କୁ ଆମ ଦେଶର ଅଂଶ ବୋଲି କହିପାରିବୁ । ବିରାଟ ଯଦି କେବେ ମଧ୍ୟ ଅଷ୍ଟ୍ରଲିଆ ଟିମ୍ ତରଫରୁ ଖେଳିବାକୁ ଚାହୁଁଛନ୍ତି ତେବେ ସବୁବେଳେ ସ୍ୱାଗତ ରହିବ । ମୋତେ ବିରାଟଙ୍କ ଖେଳିବା ଅନ୍ଦାଜ ତଥା ଖେଳରେ ତାଙ୍କ ଏଗ୍ରେସନ ଦେଖିବାକୁ ବହୁତ ଭଲ ଲାଗେ ।ସେ ଯେତେବେଳେ ସିରିଜ ଅଧାରୁ ଯିବେ ଭାରତୀୟ ଟିମ୍ ତାଙ୍କୁ ମିସ୍ କରିବ । ବିରାଟଙ୍କ ପାଖରେ ଅଭୁଦ ଟାଲେଣ୍ଟ ରହିଛି । ଯେଉଁ ଅନ୍ଦାଜରେ ବର୍ତ୍ତମାନ ଭାରତୀୟ ଟିମ୍ ଖେଳୁଛି ,ବିରାଟ ତାହାକୁ ନେଇ ବହୁତ ପୋଜେଟିଭ ଅଛନ୍ତି । ସେ କ୍ୟାପ୍ଟନ ଭାବେ ଭାରତୀୟ ଟିମ୍ ର ଠିକ୍ ମାର୍ଗଦର୍ଶନ କରାଉଛନ୍ତି । ମୁଁ ଏହି କାରଣରୁ ମଧ୍ୟ ବିରାଟଙ୍କ ବହୁତ ବଡ ଫ୍ୟାନ ଅଟେ । ବିରାଟ ଯେଉଁ ପ୍ରକାର କ୍ରିକେଟର ଅଲଗା ଅଲଗା ଫର୍ମାଟରେ ନିଜ ଖେଳର ର ପରିଭାଷାକୁ ବଦଳାଇଥାନ୍ତି ତାହା ମୋତେ ଦେଖିବାକୁ ଖୁବ୍ ଭଲ ଲାଗେ । ଯଦି ପୁରୁଣା ଯୁଗକୁ ଯିବା ତେବେ ମୁ ଯେତେବେଳେ ଗଭାଷ୍କର ସାମ୍ନାରେ ଖେଳୁଥିଲି ସେତେବେଳେ ଗୋଟିଏ ଅନ୍ଦାଜରେ ହିଁ ଖେଳିବାକୁ ପଡୁଥିଲା ଏବଂ ଆମେ ସମସ୍ତେ ଲମ୍ବା ଫର୍ମାଟର କ୍ରିକେଟ ଖେଳି ହିଁ ଆଗକୁ ବଢିଛୁ । , ଅଷ୍ଟ୍ରେଲିଆ ସିରିଜ ପୁର୍ବରୁ ବିରାଟ ,ଅନୁଷ୍କାଙ୍କ ପିଲାକୁ ନେଇ ଅଷ୍ଟ୍ରେଲିଆ ଲେଜେଣ୍ଡ ଆଲାନ ବୋର୍ଡରଙ୍କ ବୟାନକିନ୍ତୁ ଯଦି ବିରାଟଙ୍କୁ ଦେଖନ୍ତି ତେବେ ଟି୨୦ ,ଓଡିଆଇ କିମ୍ବା ଟେଷ୍ଟ କ୍ରିକେଟ ହେଉ ସବୁ ଫର୍ମାଟରେ କୋହଲିଙ୍କ ଗୋଟିଏ ଭଳି ପ୍ରଦର୍ଶନ ରହିଛି । ଦୁନିଆରେ ଏମିତି କମ୍ ଖେଳାଳି ହିଁ ଥାନ୍ତି ଯେଉଁ ମାନେ ପ୍ରତ୍ୟକ ଫର୍ମାଟରେ ନିଜ ଖେଳକୁ ଉନ୍ନତମାନର ରଖନ୍ତି ଏହି ଲିଷ୍ଟ ରେ ମୁ ଡେଭିଡ ୱାର୍ନର , ଏବି.ଡେବିଲିୟର୍ସ,ସ୍ଟିଭ୍ ସ୍ମିଥ୍ ଙ୍କ ନାମ ଯୋଡିବି । ଗୋଟିଏ ଖେଳାଳି ପାଇଁ ନିଜ ଗ୍ୟାମ୍ ପ୍ଲାନକୁ ବାର ବାର ବଦଳାଇବା ସହଜ ନଥାଏ । କିନ୍ତୁ ବିରାଟ ତାହା କରି କରି ଆସୁଛନ୍ତି ।ଏହି ସବୁ କାରଣ ଯୋଗୁଁ ମୁ ଭାରତୀୟ କ୍ରିକେଟରର୍ସ ମାନଙ୍କ ଲିଷ୍ଟରେ ବିରାଟଙ୍କ ନାମ ସବୁଠାରୁ ଉପରେ ରଖୁଛି” । ୨୭ ନଭମ୍ବର ରେ ଓଡିଆଇ ଠାରୁ ସିରିଜ ଆରମ୍ବ ହେବ ତା ପରେ ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତୀୟ କ୍ୟାପ୍ଟନ ବିରାଟ କୋହଲୀ ପ୍ରଥମ ଟେଷ୍ଟ ପରେ ନିଜ ଛୁଆର ଜନ୍ମ ପାଇଁ ଭାରତ ଫେରିଯିବେ ।

Post Your View

Leave a Reply

Your email address will not be published. Required fields are marked *

Back to top button