ଆଫଗାନ ଦଖଲ ପରେ ତାଲିବାନ କାଙ୍ଗାଳ

ଆମେରିକା ପରେ ଆଇଏମ୍‌ଏଫ୍ ପକାଇଲେ ସିନ୍ଦୁକରେ ଚାବି ..

ବନ୍ଧୁକ ଏବଂ ହିଂସା ବଳରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଏହାପରେ ବି ତାଲିବାନ ଲାଗିଛି ଶକ୍ତ ଝଟ୍‌କା । ଯଦି ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି । ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ । ଆମେରିକା ୭୦୬ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ୍ କରିବା ପରେ ଆତଙ୍କବାଦୀ ସଂଗଠନ ତାଲିବାନ ଆଉ ଏକ ଝଟକା ଲାଗିଛି । ଆଇଏମ୍‌ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଟି ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।, ଆଫଗାନ ଦଖଲ ପରେ ତାଲିବାନ କାଙ୍ଗାଳଆଇଏମଏଫ ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରିଥିବା ନେଇ ଘୋଷଣା କରିଛି । ଏବେ ୪୬୦ ମିଳିୟନ ଆମେରିକୀୟ ଡଲାର ଅର୍ଥାତ ୪୭ କୋଟି ଡଲାର ଟଙ୍କାର ଜରୁରୀକାଳୀନ ବ୍ୟବହାର ଉପରେ ରୋକ ଲଗାଇଛି ଆଇଏମ୍‌ଏଫ୍ । ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି, ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି, ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ ।, ଆଫଗାନ ଦଖଲ ପରେ ତାଲିବାନ କାଙ୍ଗାଳସେହିପରି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜୋ ବାଇଡେନ ପ୍ରଶାସନର ଚାପ ପରେ ଆଇଏମଏଫ ଏହି ନିଷ୍ପତ୍ତି ନେଇଛି । ତାଲିବାନ ନିକଟକୁ କିପରି ଆଇଏମ୍‌ଏଫ୍ ଭଣ୍ଡାର ପହଞ୍ଚିବନି, ସେନେଇ ଏପରି ନିଷ୍ପତ୍ତି ନିଆଯାଇଛି । ସେପଟେ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାର ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ୯.୫ ବିଲିୟନ ଡଲାର ବା ୭୦୬ ବିଲିୟନରୁ ଅଧିକ ଟଙ୍କା ଫ୍ରିଜ୍ କରିଛି । କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଟଙ୍କା ଯୋଗାଣ ଉପରେ ମଧ୍ୟ ଆମେରିକା ରୋକ୍ ଲଗାଇଛି ।

, ଆଫଗାନ ଦଖଲ ପରେ ତାଲିବାନ କାଙ୍ଗାଳ
 

ପାକିସ୍ତାନୀ ୱେବସାଇଟ୍ ଅନୁଯାୟୀ, ଆମେରିକାର ଟ୍ରେଜେରୀ ସଚିବ ଜାନେଟ୍ ୟେଲେନ ଏବଂ ଟ୍ରେଜେରୀ ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟର କର୍ମଚାରୀମାନେ ଆକାଉଣ୍ଟ ଫ୍ରିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାର ଜଣେ ପ୍ରଶାସନିକ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଅଧିକାରୀ କହିଛନ୍ତି ଯେ, ଆମେରିକାରେ ଆଫଗାନିସ୍ତାନ ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କର ଥିବା କୌଣସି ସମ୍ପତ୍ତି ତାଲିବାନ ବ୍ୟବହାର କରିପାରିବ ନାହିଁ । ଏହି କାର୍ଯ୍ୟ ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ ଏବଂ ଓ୍ୱାଇଟ୍‌ ହାଉସ୍ର ପରାମର୍ଶ ନିଆଯାଇଛି ।  ତାଲିବାନ ଉପରେ ଚାପ ପକାଇବା ପାଇଁ ବାଇଡେନ୍‌ ପ୍ରଶାସନ ମଧ୍ୟ ଅନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଛି।

Post Your View

Leave a Reply

Your email address will not be published. Required fields are marked *

Back to top button