ଶୋଇଥିବା ସମୟରେ ମାଡିଗଲା ଟ୍ରକ , ୧୩ ଜଣଙ୍କ ଚାଲିଗଲା ଜୀବନ

ଗୁଜୁରାତ ରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା କଡରେ ଶୋଇଥିବା ଶ୍ରମିକ ମାନଙ୍କ ଉପରେ ଟ୍ରକ ପଡି୧୩ ଜଣଙ୍କ ମୃତ୍ୟୁ । ଏହି ଘଟଣାଟି ଗୁଜୁରାତ ର । ସୁଚନାରୁ ଏହା ଜଣାପଡିଛି ଯେ ଏହା ରାତି ୧୨ଟା ପାଖା ପାଖି ଘଟିଥିଲା । ଏହି ଶ୍ରମିକ ମାନେ ରାଜସ୍ଥାନ ର ଥିଲେ । ରାସ୍ତାକଡରେ ୧୮ ଜଣ ଶ୍ରମିକ ଶୋଇଥିଲେ । ସେହି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଡମ୍ପର ଚାଳକ ଜଣକ ଗୋଟିଏ ଟ୍ରକ୍ କୁ ଓଭର ଟେକ୍ କରିବାକୁ ଯାଇ ଟାକ୍ଟରକୁ ଧକ୍କା ଦେଇଦେଲେ । ଯାହା ଫଳରେ କି ସେହି ଟ୍ରାକ୍ଟର ରେ ଆଖୁ ଲୋଡ୍ ହୋଇ କରିଥିଲା ଏବଂ ସହେି ଟ୍ରକ୍ଟର ସ୍ଥିରତା ରକ୍ଷା ନ କରିପାରି ସେହି ରାସ୍ତା କଡରେ ଶୋଇଥିବା ଶ୍ରମିକ ମାନଙ୍କ ଉପରେ ଓଲଟି ଗଲା । ଏବଂ ସେହି ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଗଲା ଓ ୫ ଜଣଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ଯେଉଁମାନେ କି ଗୁରୁତର ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସେହି ୫ ଜଣ ଶ୍ରମିକଙ୍କ ଚିକିତ୍ସା ଚାଲିଛି ଏବଂ ଜୀବନ ଓ ମୃତ୍ୟୁ ସହ ସେମାନେ ଲଢେଇ କରୁଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button