ଗଞ୍ଜେଇ ଜବତରେ ପୋଲିସକୁ ମିଳିଛି ବଡ଼ ସଫଳତା

୯ ମାସରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ

ରାଜ୍ୟରେ ଗଂଜେଇ କାରବାର ବଢିଚାଲିଛି । ତେବେ ଏହା ଭିତରେ ଗଂଜେଇ ଜବତରେ ମଧ୍ୟ ପୋଲିସକୁ ବଡ ସଫଳତା ମିଳିଛି । କୋରାପୁଟରୁ ସର୍ବାଧିକ ୪୧୩ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବାବେଳେ ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଂଜେଇ ଜବତ ହୋଇଛି । ଏହାସହ ଓଡିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଜାରି ରହିବ ଅଭିଯାନ । ଚାଲାଣ ରୋକିବାକୁ ଆହୁରୀ କଡା ପଦକ୍ଷେପ ଗ୍ରହଣ କରାଯିବ । ଏନେଇ ପୋଲିସ ଡିଜି ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଗଂଜେଇ ଧରିବାରେ ଇସ୍ରୋ ମଧ୍ୟ ସାହାଯ୍ୟ କରୁଛି ବୋଲି କହିଛନ୍ତି ଡିଜି ।

, ଗଞ୍ଜେଇ ଜବତରେ ପୋଲିସକୁ ମିଳିଛି ବଡ଼ ସଫଳତା

ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ହାରାହାରି ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଜବତ ହୋଇଛି। ଏପରି ସଫଳତା ପାଇଁ ୩ ଜିଲ୍ଲାର ଏସ୍‌ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି। ଗଞ୍ଜେଇ ପରି ନିଶା ଦ୍ରବ୍ୟ ଧରିବାରେ ଇସ୍ରୋ ବହୁ ମାତ୍ରାରେ ସାହାଯ୍ୟ କରୁଛି । କେଉଁଠି ଚାଷ ହେଉଛି ଇସ୍ରୋ ସାଟେଲାଇଟ୍ ସେ ସମ୍ପର୍କରେ ତଥ୍ୟ ଦେଉଛି। ଏହି ନିଶା ଦ୍ରବ୍ୟ ଚାଲାଣ କାରବାରକୁ ରୋକିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button