ଏପ୍ରିଲରେ ନହେଲେ ଆଇପିଏଲ୍‌ କେବେ ହେବ?

ଆଇପିଏଲର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି। ଆଇପିଏଲର ପୂରା ୬୦ ମ୍ୟାଚ୍ ଖେଳାଯିବ,ଯଦି  ଆୟୋଜନ ନହୁଏ, ତାହେଲେ କେବେ ହେବ, ତାହା କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଶନିବାର ବିସିସିଆଇ ଓ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ମଧ୍ୟରେ ହୋଇଥିବା ବୈଠକରେ ଆଇପିଏଲର ଆୟୋଜନକୁ ନେଇ କୌଣସି ସମାଧାନର ବାଟ ମିଳିନଥିଲା। ଏପରିକି ଉଭୟ ବିସିସିଆଇ ଓ ଆଇପିଏଲ୍ ଫ୍ରାଞ୍ଚାଇଜି ପରିସ୍ଥିତିରେ ସୁଧାର ନଆସିବା ଯାଏ, ଟୁର୍ଣ୍ଣାମେଣ୍ଟ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ତିନୋଟି ବିକଳ୍ପ ପ୍ରସ୍ତୁତ କରିଥିଲା। ଏହି ତିନୋଟି ମଧ୍ୟରୁ ପ୍ରଥମ ଦୁଇଟି ବିକଳ୍ପ ଆଇପିଏଲର ସମ୍ଭାବନା ଉଜ୍ଜୀବିତ କରିଛି। ଯଦି ଆଇପିଏଲ୍ ଏପ୍ରିଲ୍ ମାସରେ ଆୟୋଜିତ ନହୁଏ, ତାହେଲେ ….

ବିସିସିଆଇ ଆଇପିଏଲ୍ ମ୍ୟାଚରେ କାଣ୍ଟଛାଣ୍ଟ କରିବା ନେଇ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏପ୍ରିଲ୍ ମାସରେ ମଧ୍ୟ ଆଇପିଏଲ୍ ଆୟୋଜିତ ହେବାର ସମ୍ଭାବନା କମ୍। ତେବେ  ଏପ୍ରିଲରେ ଲାଗୁ ହେବା ଭଳି ଲାଗୁ ନାହିଁ। କିନ୍ତୁ ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ଯଦି ବିସିସିଆଇ ପାଖରେ ଏବେ  ବିକଳ୍ପ ହେଉଛି, ଆଇପିଏଲକୁ ଜୁଲାଇ ଓ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯିବ,

ସେପ୍ଟେମ୍ବରରେ ଏସିଆ କପ୍ ଟି-୨୦ ଆୟୋଜିତ ହେବ, ଯେଉଁଥିରେ ଭାରତ ସମେତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭଳି ବଡ଼ ଟିମ୍ ଭାଗ ନେବେ। ସେହିପରି ସେପ୍ଟେମ୍ବରରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ। ଏହା ପୂର୍ବରୁ ଜୁଲାଇରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଜୁନ୍ ଓ ଜୁଲାଇ ମଧ୍ୟରେ ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା ରଖିଛି। ଇଂଲଣ୍ଡ ଓ ପାକିସ୍ତାନ ବ୍ୟତୀତ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲ୍ୟାଣ୍ଡ୍‌, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଟିମ୍ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ନାହିଁ। କେବଳ ସେପ୍ଟେମ୍ବରରେ ଏସିଆ କପକୁ ଛାଡ଼ି ଦେଲେ ଏବଂ ଜୁନ୍‌-ଜୁଲାଇରେ ଭାରତ ଓ ଶ୍ରୀଲଙ୍କା ସୀମିତ ଓଭର ସିରିଜକୁ ଛାଡ଼ି ଦେଲେ ଅନ୍ୟ କୌଣସି ଅନ୍ତର୍ଜାତୀୟ ସିରିଜ୍ ଆୟୋଜିତ ହେବ ନାହିଁ। ଯଦି ଏପ୍ରିଲ୍‌-ମେ’ରେ ଆଇପିଏଲ୍ ଆୟୋଜିତ ନହୁଏ, ତାହେଲେ ବିସିସିଆଇ ହୁଏତ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଉପରେ ଚିନ୍ତା କରିପାରେ।

Post Your View

Leave a Reply

Your email address will not be published. Required fields are marked *

Back to top button
Close