Ind vs Wi ମ୍ୟାଚରେ ବିରାଟ ଭାଙ୍ଗିଲେ ଆଉ ଏକ ରେକର୍ଡ

କ୍ରିକେଟ୍ ଜଗତରେ ଗୋଟେ ପରେ ଗୋଟେ ରେକର୍ଡ ହୋଇ ଚାଲିଛି । ନିକଟରେ ରୋହିତ ଶର୍ମା ଶତକ କରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ୱାଲ୍ଡର ୨ୟ ଖେଳାଳୀ, ଯିଏକି ୫ମ ସେଂଚୁରୀ କରିସାରିଛନ୍ତି । ଏବଂ ଋଷଭ୍ ମଧ୍ୟ ଧୋନିଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ୪୨ ବଲ୍ ରେ ୬୫ ରନ୍ କରିଥିଲେ । ତା ସହିତ ୪ଟି ଛକା ଓ ୪ଟି ଚଉକା ମଧ୍ୟ ମାରିଥିଲେ । ସେହିଭଳି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର ୪୩ ତମ ଶତକ ହାସଲ କରିବା ସହିତ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। କୋହଲି ୧୦ ବର୍ଷରେ ୨୦,୦୦୦ ଅନ୍ତରାଷ୍ଟ୍ରୀୟ ରନ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବୁଧବାର ଶତକ ହାସଲ କରି ଦଳକୁ ଛଅ ଓ୍ଵିକେଟରେ ବିଜୟୀ କରାଇଥିଲେ।

, Ind vs Wi ମ୍ୟାଚରେ ବିରାଟ ଭାଙ୍ଗିଲେ ଆଉ ଏକ ରେକର୍ଡ
କୋହଲି ୧୧୪ ରନ କରିଥିଲେ ଏବଂ ଭାରତ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଆଧାରରେ ୨୫୫ ରନର ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ଶୃଙ୍ଖଳାକୁ ୨-୦ ରେ ଜିତି ନେଇଥିଲା। ଗୋଟିଏ ଦଶନ୍ଧିରେ ସବୁଠୁ ଅଧିକ ରନ କରିବାରେ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମ ରହିଛି। ପଣ୍ଟିଂ ୧୦ ବର୍ଷରେ ୧୮,୯୬୨ ରନ କରିଛନ୍ତି।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କ୍ୟାଲିସ ୧୬,୭୭୭ ରନ ସହିତ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପରେ କ୍ରମଶଃ ମୋହେଲା ଜୟବର୍ଦ୍ଧନେ(୧୬,୩୦୪), କୁମାର ସାଙ୍ଗାକାରା(୧୫,୯୯୯), ସଚିନ ତେନ୍ଦୁଲକର(୧୫,୯୬୨), ରାହୁଲ ଦ୍ରାବିଡ଼(୧୫,୮୫୩) ଓ ହାସିମ ଆମଲା(୧୫,୧୮୫) ରହିଛନ୍ତି।
ଦିନିକିଆ କ୍ରିକେଟରେ ଅଧିନାୟକ ରୂପେ ଅଧିକ ଶତକ ମାମଲାରେ କୋହଲି ପଣ୍ଟିଂଙ୍କଠୁ ଗୋଟିଏ ଶତକ ପଛରେ ଅଛନ୍ତି । ଏହାଛଡ଼ା ବିରାଟ୍ କୌଣସି ଟିମ୍ ବିରୋଧରେ ସର୍ବାଧିକ ଶତକ ମାରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯ ଶତକ ମାରିଥିବାବେଳେ ସଚିନ୍ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ ମାରିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button