ଟୋକିଓରେ ସ୍ପେନ୍‌କୁ ହରାଇଲା ଭାରତ

ସ୍ପେନକୁ ୩-୦ରେ ମାତ୍ ଦେଲା ଟିମ୍ ଇଣ୍ଡିଆ..

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମୀରାବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର ଆଶା ଭାରତର ଜୀବନ୍ତ ହୋଇଛି । ପୁରୁଷ ହକି ଦଳ ପୂର୍ବ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ରେ ପରାସ୍ତ ହୋଇଛି ।, ଟୋକିଓରେ ସ୍ପେନ୍‌କୁ ହରାଇଲା ଭାରତମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍‌ ଭାରତ ପାଖରେ ପ୍ରଥମ ଗୋଲ୍‌ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍‌ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।, ଟୋକିଓରେ ସ୍ପେନ୍‌କୁ ହରାଇଲା ଭାରତସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଟେକିଓ ଅଲିମ୍ପିକ୍ସରେ ବିଜୟରୁ ଏହାର ଅଭିଯାନ ଆରମ୍ଭ କରିଥିଲା । ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଏହା ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା । ଅଷ୍ଟ୍ରେଲିଆ ୭-୧ ରେ ଭାରତୀୟ ଦଳକୁ ପରାସ୍ତ କରିଥିଲା । , ଟୋକିଓରେ ସ୍ପେନ୍‌କୁ ହରାଇଲା ଭାରତତେବେ ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ଆଜି ଚାପରୁ ବାହାରି ଭଲ ପ୍ରଦର୍ଶନ କରି ତା’ର ତୃତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏହା ପରେ ଦଳ ଜାପାନ ଓ ଆର୍ଜେଣ୍ଟିନା ସହିତ ଖେଳିବ । ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଶୁଟର। ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛି। ମନୁ ଭାକର ଓ ସୌରଭ ଚୌଧୁରୀ ଷ୍ଟେଜ-୨ରେ ହାରିଥିବା ବେଳେ ୟାଶ୍ୱିନୀ ଦେଶୱାଲ ଓ ଅଭିଷେକ ବର୍ମା ଷ୍ଟେଜ-୧ରେ ପରାସ୍ତ ହୋଇଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button