କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ନୂଆ ପୁସ୍ତକ ଆସିଛି ଏବଂ ପୁସ୍ତକରେ ସେ ଭାରତ ସହ ତାଙ୍କର କିପରି ମନୋଭାବ ରହିଛି ତାହା ଉଲ୍ଲେକ କରିଛନ୍ତି । ଏହି ପୁସ୍ତକର ନାମ ‘ଏ ପ୍ରମିଜ୍ ଲ୍ୟାଣ୍ଡ’ ଏହି ପୁସ୍ତକରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଓବାମା ରାହୁଲ ଗାନ୍ଧୀଙ୍କୁ ନେଇ ନର୍ଭସ , କମ୍‌ଜୋର ଆଦି ଶବ୍ଦର ଉଚ୍ଚାରଣ କରିଥିଲେ । ଏବେ କଗ୍ରେଂସ ସାଂସଦ ଶଶୀ ଥରୁର ସେହି ପୁସ୍ତକ ଜଡିତ କିଛି କଥା ନିଜ ଟ୍ୱିଟର ମାଧ୍ୟମରେ ସେୟାର କରି କହିଛନ୍ତି ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?

ପ୍ରଥମ ଟ୍ୱିଟର ସେ ଲେଖିଚନ୍ତି । ମୋତେ ବାରାକ ଓବାମାଙ୍କ ପୁସ୍ତକର କପି ମିଳିଥିଲା କିନ୍ତୁ ମୁଁ ତାଙ୍କର ସମ୍ପୁର୍ଣ୍ଣ ପୁସ୍ତକ ପଢିନାହିଁ କିନ୍ତୁ ଇନଡେକ୍ସ ଦେଖି ଭାରତ ସହ ଜଡିତ ଯାହାବି ବିଷୟ ଥିଲା ତାକୁ ମୁଁ ପଢିଛି । ବଡ କଥା କି ବହିରେ କିଛି ଖାସ୍‌କଥା ନାହିଁ । ଆଉ ସବୁଠାରୁ ବଡ କଥା କି ପୁସ୍ତକର ୯୦୨ ପେଜ୍ ଭିତରେ ବି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ କିଛି ବି ଲେଖାଯାଇନାହିଁ ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?
ଦ୍ୱିତୀୟ ଟ୍ୱିଟରେ କହିଛନ୍ତି ପୁସ୍ତକରେ ମନମୋହନ ସିଂଙ୍କ ବିଷୟରେ ବହୁ ତାରିଫ୍ କରାଯାଇଛି । ତାଙ୍କ ବିଷୟରେ ଲେଖିଛନ୍ତି ସେ ବୁନ୍ଧିମାନ , ବିଚାରଶୀଳ ଏବଂ ଇମାନ୍ଦାର ବ୍ୟକ୍ତି ଅଟନ୍ତି । ଅସାଧାରଣ ଜ୍ଞାନ ଶାଳୀନତା ବ୍ୟକ୍ତିଙ୍କ ସହିତ ତାଙ୍କର ମାନେ ଓବାମାଙ୍କ ସହ ଭଲସମ୍ପର୍କ ଥିଲା । ଆହୁରି ଲେଖାଯାଇଛି ମନମୋହନ୍ ସିଂ ବିଦେଶ ନୀତି ମାମଲାରେ ବହୁ ସତର୍କ ରହୁଥିଲେ . ସେଥିଲାଗି ତାଙ୍କ ସମ୍ମାନ ଏବେ ଯାଏଁ ରହି ଆସିଛି ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?
ତୃତୀୟ ଟ୍ୱିଟ୍ ରେ ଥରୁର ଲେଖିଛନ୍ତି , ଓବାମାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଭାରତ ପ୍ରତି ତାଙ୍କର ଅଧିକ ଆକର୍ଷଣ ହେବାର କାରଣ ମହାତ୍ମା ଗାନ୍ଧୀ । ଲିକକେନ, କିଙ୍ଗ ମଣ୍ଡେଲାଙ୍କ ସହିତ ମହାତ୍ମା ଗାନ୍ଧି ଓବାମାଙ୍କ ବିଚାର ଧାରାକୁ ବହୁ ପ୍ରଭାବିତ କରିଥିଲେ ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?

ଚତୃର୍ଥ ଟ୍ୱିଟରେ ତରୁର ଲେଖିଛନ୍ତି କିଛି ଲୋକ ମିଛ କହିବାକୁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଯେବେ ବି ଗ୍ରୋଥ ରେଟ୍ ଉଠେ ଭୌଗଳିକ ପରିବର୍ତ୍ତନ ହୋଇଥାଏ । ସେମାନେ ଲୋକଙ୍କ ମନରେ ଯେଉଁ ଡର ସୃଷ୍ଟି କରିଥାନ୍ତି ତାକୁ କେଉଁ ଭଲ ନେତା ଚେତାବନି ଦେଇଥାଏ ତ ତାଙ୍କୁ ମିଛ ପ୍ରଚାର ଆଖ୍ୟା ଦିଆଯାଇଥାଏ । କିନ୍ତୁ ଏବେ ଏହିସବୁ ଥିରୁ ଆମକୁ ବଂଚାଇବା ପାଇଁ ମହାତ୍ମା ଗାନ୍ଧୀ ନାହାଁନ୍ତି ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?

ପଚଂମ ଟ୍ୱିଟରେ ବହୁ ଲୋକ ପୁସ୍ତକର କିଛି କଥାକୁ ନେଇ ସୋସିଆଲ ମିଡିଆରେ ବହୁ ଖୁସି ମନାଉଛନ୍ତି । କିନ୍ତୁ ଲାଗୁନାହିଁ ଏଇ ସବୁ କତା ପଢି ସେମାନେ ସହିପାରିବେ । ଆହୁରିବି ଟ୍ୱିଟରେ କହିଛନ୍ତି ଶଶୀ ଥରର ଏହି ସବୁ କଥା ପଢିସାରିଲା ପରେ ଜଣାଯାଉଛି ଓବାମାଙ୍କ ଦ୍ୱିତୀୟ ପୁସ୍ତକରେ ଭାରତକୁ ନେଇ କେଉଁ କଥା ଲେଖିବେ ।

, କାହିଁକି ଓବାମାଙ୍କ ପୁସ୍ତକରେ ଉଲ୍ଲେଖ ନାହିଁ ମୋଦୀଙ୍କ ନାମ ?

ବାରାକ ଓବାମାଙ୍କ ଏହି ପୁସ୍ତକ ଦୁଇ ଭାଗରେ ଆସିବ ପ୍ରଥମ ଭାଗରେ ୨୦୧୧, ୨୦୧୨ର କଥା କୁହାଯାଇଛି । ଏବେ ଅପେକ୍ଷା ଦ୍ୱିତୀୟ ଭାଗରେ କ’ଣ ଭାରତକୁ ନେଇ ଉଲ୍ଲେଖ କରାଯିବ ।

Post Your View

Leave a Reply

Your email address will not be published. Required fields are marked *

Back to top button