ଦଳ ମଧ୍ୟରେ ଫାଟ

ଭାରତୀୟ କ୍ରିକେଟ ଟିମ୍ ବୁଧବାର ନ୍ୟୁଜଲାଣ୍ଡ ବିପକ୍ଷରେ ହୋଇଥିବା ସେମିଫାଇନାଲ ମ୍ୟାଚ୍ ହାରିବା ପରେ ଫାଇନାଲରୁ ଓହରି ଯାଇଛି। ଭାରତୀୟ ଟିମ୍ ଲିଗ୍ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିବା ପରେ ପ୍ରଥମ ସ୍ଥାନରେ ରହିଥିଲା। କିନ୍ତୁ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିଥିଲା। ଯେଉଁଥିରେ ଭାରତର ପ୍ରଥମ ସ୍ଥାନରୁ ବାଦ୍ ପଡ଼ିଥିଲା। ଭାରତୀୟ ଟିମ୍ ର ହାରିବାର କାରଣ ଯାହା ବି ହେଉ ନା କାହିଁକି, ସମଗ୍ର ଭାରତବାସୀ ଓ କ୍ରିକେଟ୍ ଫ୍ୟାନଙ୍କ ମନରେ ଏହା ଗଭୀର ଆଘାତ ପହଞ୍ଚାଇଛି। ଏଥିସହିତ କ୍ରିକେଟର ମାନଙ୍କ ମଧ୍ୟରେ ବିବାଦ ଦେଖାଯାଇଛି।  ଯାହା ଭାରତୀୟ କ୍ରିକେଟ ଟିମ୍ ପାଇଁ ଆଦୈା ଉଚିତ୍ ନୁହେଁ।

ହିନ୍ଦୀ ଦୈନିକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, କ୍ରିକେଟର ମାନଙ୍କ ମଧ୍ୟରେ ଦୁଇଭାଗ ହୋଇଛି। ଯେଉଁଥିରେ କିଛି ଖେଳାଳୀ ଗୋଟିଏ ଦଳରେ ରହିଥିବା ବେଳେ ଅନ୍ୟ ଖେଳାଳୀ ଆଉ ଏକ ଦଳରେ ବିଭାଜିତ ହୋଇଛନ୍ତି। ଗୋଟିଏ ଦଳ କ୍ୟାପଟେନ ବିରାଟ କୋହଲି ସପକ୍ଷରେ ରହିଥିବା ବେଳେ ଆଉ ଏକ ଦଳ ଉପ-କ୍ୟାପଟେନ୍ ରୋହିତ ଶର୍ମାଙ୍କ ସପକ୍ଷରେ ରହିଛି। ଯାହା ସମଗ୍ର ଭାରତବର୍ଷ ପାଇଁ ଓ କ୍ରିକେଟ ଜଗତ ପାଇଁ ଦୁଃଖଦ ଘଟଣା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ବିରୁଦ୍ଧରେ ଯାଇନାହାଁନ୍ତି। ଭାରତୀୟ କ୍ରିକେଟରେ କେବଳ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ଆଧିପତ୍ୟ ଚାଲିଥାଏ। ଟିମ୍ ରେ ଯେଉଁ ଖେଳାଳୀମାନେ ବିରାଟ କୋହଲି ଓ ରବିଶାସ୍ତ୍ରୀଙ୍କର ପ୍ରିୟ ସେହି ମାନଙ୍କୁ କେବଳ ଖେଳିବାର ସୁଯୋଗ ମିଳିଥାଏ । ଏବଂ ଯେଉଁମାନେ ପ୍ରିୟ ନଥାନ୍ତି, ସେମାନଙ୍କୁ ଖେଳିବାର ସୁଯୋଗ କମ୍ ଥାଏ । ରୋହିତ ଶର୍ମା ଓ ଜସପ୍ରୀତ୍ ବୁମରାହଙ୍କୁ ତାଙ୍କର ପ୍ରଦର୍ଶନ ପାଇଁ ଟିମ୍ ରୁ ବାହାର କରାଯାଇ ପାରୁନାହିଁ। କିନ୍ତୁ ବିରାଟଙ୍କ ବିପକ୍ଷରେ ଥିବା ଖେଳାଳୀଙ୍କୁ ଟିମରୁ ବାଦ୍ ପଡ଼ିଥାନ୍ତି।

ରିପୋର୍ଟ ଅନୁଯାୟୀ, ରାହୁଲ ଖରାପ ପ୍ରଦର୍ଶନ କରିବା ପରେ ମଧ୍ୟ ତାଙ୍କୁ ଲଗାତାର ସୁଯୋଗ ମିଳିଥାଏ। ଦରକାର ପଡିଲେ ଓପନିଙ୍ଗରେ କେବଳ ରାହୁଲ ଯିବାର ଅନୁମତି ମଧ୍ୟ ରହିଛି। ଆଉ ଅନ୍ୟ ସମୟରେ ଚାରି ନମ୍ବରରେ ତାଙ୍କୁ ଖେଳିବାକୁ ଦିଆଯିବ। କିନ୍ତୁ ଶେଷ 15ଜଣଙ୍କ ମଧ୍ୟରେ ସେ ରହିବେ। ଯଦି କେହି ଖେଳାଳୀ ଆହତ ହୁଅନ୍ତି ତେବେ ଏକାଦଶରେ ରହି ସେ ଖେଳିପାରିବେ। ଏଥିସହ ଏହା ବି ଜଣାପଡୁଛି କି କୁଲଦୀପ ଓ ଚହଲ୍ ମଧ୍ୟରେ କେହି ବି ଖରାପ ପ୍ରଦର୍ଶନ କରନ୍ତୁ ନା କାହିଁକି, ଶେଷରେ କୁଲଦୀପ 11 ନମ୍ବରରୁ ବାହାର ରହିବେ।

ତେଣୁ ଭାରତୀୟ କ୍ରିକେଟ୍ ଟିମ ମଧ୍ୟରେ ବିବାଦର କାରଣ ଏହିସବୁଥିରୁ ସିଧାସଳଖ ପ୍ରମାଣିତ ହେଉଛି।

 

Post Your View

Leave a Reply

Your email address will not be published. Required fields are marked *

Back to top button