ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପ

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ସୁଗାୟକ ପବନଦୀପ ରାଜନ୍ । ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପବନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି । ସେ ପୁରସ୍କାର ସ୍ବରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି । ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ମଧ୍ୟ ହୋଇଥିଲା। ତେବେ ଶେଷରେ ସେ ବିଜୟୀ ହୋଇଥିଲେ। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଛି।, ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପଏହି ପ୍ରତିଯୋଗୀତାରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲି ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମୋହମ୍ମଦ ଦାନିଶ ଚତୁର୍ଥ ଓ ନିହାଲ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସବୁଠୁ କମ୍ ଭୋଟ୍ ପାଇ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ। ପବନଦୀପଙ୍କ ସହିତ ଅରୁଣିତା ଓ ମୋହମ୍ମଦ ଦାନିଶ ପ୍ରମୁଖ କରଣ ଜୋହରଙ୍କ ଧର୍ମା ପ୍ରହକ୍ସନ୍ସରେ କାମ କରିବା ପାଇଁ ଅଫର ପାଇ ସାରିଛନ୍ତି। ଶୋ’କୁ ଗେଷ୍ଟ ହୋଇ ଆସିଥିବା କରଣ ସେମାନଙ୍କୁ ଏହି ଅଫର ଦେଇଥିଲେ। ସେହିଭଳି ସଙ୍ଗୀତ ନିର୍ଦ୍ଦେଶକ ତଥା ଶୋ’ର ଜଜ୍ ହିମେଶ ରେଶମିୟା ମଧ୍ୟ କିଛି ପ୍ରତିଯୋଗୀଙ୍କୁ ନିଜ ଆଲବମ୍‌ରେ ଗାଇବାକୁ ସୁଯୋଗ ଦେଇଛନ୍ତି।, ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେ‌ଷ ହୋଇଛି । ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିସ, ପଂଚମ ସ୍ଥାନରେ ନିହାଲ ଓ ଷଷ୍ଠ ସ୍ଥାନରେ ସନମୁଖ ପ୍ରିୟା ରହିଥିଲେ । ଏହି ୬ ଜଣ ପ୍ରତିଯୋଗୀ ଫାଇନାଲକୁ ଯାଇଥିଲେ । ପ୍ରଥମ ଥର ପାଇଁ ଫାଇନାଲରେ ୫ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା ।, ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପରିଆଲିଟି ସୋ’ ଜିତିବା ପରେ ପବନଦୀପ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ । ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ । ଏହା ମୋ ପାଇଁ ଏକ ବଡ଼ ସମ୍ମାନ । ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ଏବଂ ମୋତେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଜିତାଇଛନ୍ତି । ଏ ଟ୍ରଫି ମୋର ନୁହେଁ,  ନିର୍ମାତାଙ୍କ ଠାରୁ ଆରମ୍ଭ କରି ଆମର ବିଚାରକ,ପ୍ରଶିକ୍ଷକ ଏବଂ ମୋର ସାଥୀ ପ୍ରତିଯୋଗୀ, ଏହା ସମସ୍ତଙ୍କର । ଏହି ବିଜୟ ମୋ ଜୀବନର ଅନୁଭବ ସର୍ବୋତ୍ତମ ।’’, ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପପବନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା ଏବଂ  କଣ୍ଠଶିଳ୍ପୀ ହେବା ସହ ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ । ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି । ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ । ୧୨ ଘଣ୍ଟା ଧରି ଚାଲିଥିବା ଫାଇନାଲ୍ ଏପିସୋଡରେ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ପହଞ୍ଚିଥିଲେ । ଏମାନଙ୍କ ବ୍ୟତୀତ ଦି ଗ୍ରେଟ୍ ଖଲି ମଧ୍ୟ ଶୋ’ରେ ଅତିଥି ଭାବରେ ଯୋଗ ଦେଇଥିଲେ। ଶୋ’ର ବିଚାରପତି ହିମେଶ ରେଶମିଆ, ସୋନୁ କକ୍କର ଏବଂ ଅନୁ ମଲିକ ଥିଲେ। ଆଦିତ୍ୟ ନାରାୟଣ ଏହି ଶୋ’କୁ ହୋଷ୍ଟ କରିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button