ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ଆଫଗାନିସ୍ତାନରେ ତାଲିବାନର ବର୍ବରତା ମଧ୍ୟରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କାନ୍ଦାହାରରେ ଧଶେଇ ପଶି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ କବଜାକୁ ନେବାରେ ଲାଗିଛି ତାଲିବାନୀ ସେନା । ଏହାରି ଭିତରେ ଜଣେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଦାନିଶ ସିଦ୍ଦିକି । ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି କଭରେଜ୍ କରୁଥିଲେ ସିଦ୍ଦିକି। ତେବେ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦେଶର ଜଣେ ଜଣାଶୁଣା ଫଟୋ ଜର୍ଣ୍ଣାଲିଷ୍ଟ ହେଉଛନ୍ତି ଦାନିଶ ସିଦ୍ଦିକି। ତାଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଦିଲ୍ଲୀରେ ରହୁଥିଲେ । ବର୍ତ୍ତମାନ ସେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ। , ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟାଆଫଗାନିସ୍ତାନରେ ବର୍ତ୍ତମାନର ସଙ୍କଟ ସ୍ଥିତିର କଭରେଜ୍ କରୁଥିବା ସମୟରେ ସେ କିଛି ଭିଡିଓ ଓ ଫଟୋ ପୋଷ୍ଟ କରିଥିଲେ । ଘଟଣାସ୍ଥଳର ଭିଡିଓ ଓ ଫଟୋ ସେୟାର କରୁଥିବାରୁ ତାଙ୍କ ଟିମ୍ ଉପରେ ଆକ୍ରମଣ ବି ହୋଇଥିଲା ଏବଂ ଏହାର ଭିଡିଓ ସେ ପୋଷ୍ଟ କରିଥିଲେ।୨୦୧୮ ରେ ସିଦ୍ଦିକ ନିଜ ସହଯୋଗୀ ଅଦନାନ୍ ଆବିଦଙ୍କ ସହ ପ୍ରଥମ ଭାରତୀୟ ଭାବେ ପୂଲଟିଜର ପୁରସ୍କାର ଜିତିଥିଲେ । ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟା ମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ । କହିରଖୁ କି ଆଫଗାନିସ୍ତାନର ରାଜଦୂତ ଫରୀଦ ମମୁଦ ଶୁକ୍ରବାର ଦିନ ସିଦ୍ଦିକଙ୍କ ହତ୍ୟା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ହେଲେ ସିଦ୍ଦିକଙ୍କୁ କାହିଁକି ହତ୍ୟା କରାଗଲା ତାହା ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରି ନାହିଁ ।

Post Your View

Leave a Reply

Your email address will not be published. Required fields are marked *

Back to top button