କେମିତି ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ,ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

କରୋନା ଭାଇରସ୍ ପାଇଁ ଅନେକ ଲୋକ ନିଜ ଦେଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଛି ବାହାର ଦେଶରେ କଷ୍ଟ ପାଉଛନ୍ତି । ହଜାରେ ଭାରତୀୟ ଅଲଗା ଅଲଗା ଦେଶରେ ଫସି ରହିଛନ୍ତି । ଓ ସେମାନଙ୍କ ଭିତରୁ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଆଜି ଚାଲନ୍ତୁ ଜାଣିବା ବ୍ରିଟେନ ଏବଂ ଆମେରିକାରେ ଫସିରହିଥିବା ଭାରତୀୟ ଛାତ୍ରମାନେ କେଉଁ ଅବସ୍ଥାରେ ଅଛନ୍ତି । ରିପୋର୍ଟ ମୁତାବିକ ବ୍ରିଟେନର ୟୁନିଭର୍ସିଟିରେ ପାଖାପାଖି ୪୦ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପଢୁଛନ୍ତି ,ଯେଉଁମାନେ କି ଫ୍‌ାଇଟ୍ସ ବନ୍ଦ ହେବାରୁ ଘରକୁ ଯାଇପାରିଲେ ନାହିଁ । କିନ୍ତୁ ସେମାନେ କେମିତି ନିଜର ଗୁଜୁରାଣ ମେନ୍ଟାଉଛନ୍ତି । ଦେଖନ୍ତୁ ଏହି ଲମ୍ବା ଲାଇନ ଏହି ଲମ୍ବା ଲାଇନ କଣ ପାଇଁ ଲାଗଛନ୍ତି ଜାଣନ୍ତି ଭୋକ ମେନ୍ଟାଇବା ପାଇଁ । ହଁ ଏହି ଲାଇନ ମାଗଣାରେ ମିଳୁଥିବା ଖାଇବା ସଂଗ୍ରହ କରିବା ପାଇଁ । ବ୍ରିଟେନ ରେ ଫସି ରହିଥିବା ହଜାର ହଜାର ଭାରତୀୟ ଛାତ୍ର ସୋସିଆଲ ଡିଷ୍ଟାସିଙ୍ଗ ଓ ଭୋକ ସହ ପ୍ରତ୍ୟେକ ଦିନ ଲଢେଇ କରୁଛନ୍ତି । ଏଠାରେ ଇଜ୍ଞିନିୟର,ଫାର୍ମାସିଷ୍ଟ,ବିଟେକ୍ ଗ୍ରାଡୁଏଟ୍ ନିଜ ନିଜର ପାଠ ପଢୁଥିଲେ ଆଉ ଏହିଠାରେ ହିଁ ଫସି ରହିଗଲେ । ଏହି ଛାତ୍ରମାନଙ୍କ ଭିତରୁ ଅନେକ ଜଣ ରେଷ୍ଟୁରାନ୍ଟ ଓ ଷ୍ଟ୍ରିଟ୍ ଫୁଡ୍ ଦୋକାନ ଗୁଡିକରେ କାମ କରୁଥିଲେ ।

, କେମିତି ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ,ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବକିନ୍ତୁ ଏବେ ନା ଅଛି ସେହି ଚାକିରୀ ନା ପାଖରେ ଅଛି ପଇସା । ମାର୍ଚ୍ଚ ମାସଠାରୁ ଭାରତକୁ ଆସୁଥିବା ସମସ୍ତ ଫ୍ଲାଇଟ୍ ବନ୍ଦ କରିଦିଆଯାଇଛି । ଏହି ପିଲାମାନଙ୍କୁ ସାହାର୍ଯ୍ୟ କରିବାର ହାତ ବଢାଇଥିଲା ବ୍ରିଟେନ୍ ରେ ରହୁଥିବା କିଛି ଦକ୍ଷୀଣ ଭାରତୀୟଙ୍କର ଏସୋସିଏସନ । ଏହି ଛୋଟିଏ ଏସୋସିଏସନ ବ୍ରିଟେନର ପାଖାପାଖି ୩୦୦୦ଛାତ୍ରଙ୍କୁ ଖାଦ୍ୟ ପ୍ୟାକେଟ ପହଂଚାଇବାରେ ସକ୍ଷମ ହୋଇଛି । ଯଥାଶିଘ୍ର ଫ୍ଲାଇଟ୍ ର ବ୍ୟବସ୍ଥା ହେଲେ ଏହି ପିଲାମାନେ ନିଜ ନିଜ ଘରକୁ ଫେରିପାରନ୍ତେ । ସେହିଭଳି ଆଉ କିଛି ଛାତ୍ର ଆମେରିକାରେ ଫସି ରହିଛନ୍ତି ।

, କେମିତି ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ,ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ସଟ୍ ଡାଉନ ପୂର୍ବରୁ ସେଠାରେ ବି ଅନେକ ଛାତ୍ର ହଟେଲ ମ୍ୟାନେଜେମେନ୍ଟ ଭଳି କୋର୍ସର ଇନ୍ଟରନସିପ କରିବା ପାଇଁ ଯାଇଥିଲେ ,କିନ୍ତୁ ସେମାନେ ବି ଫସି ରହିଛନ୍ତି । ସବୁଠୁ ଦୁଖଃଦ କଥା ହେଉଛି ତାଙ୍କ ପାଖରେ ସଂଚିତ ଥିବା ଟଙ୍କା ଏବେ ଧିରେ ଧିରେ ସରିବାକୁ ଲାଗିଲାଣି । ତେଣୁ ସେମାନେ କରିବେ ବି ତ କଣ କରିବେ । କେବଳ ସମୟକୁ ଅପେକ୍ଷା କରି ରହିଛନ୍ତି କେବେ ଭାରତକୁ ଫେରିବାର ରାସ୍ତା ସେମାନଙ୍କୁ ମିଳିପାରିବ । ବର୍ତମାନ ଭାରତ ସରକାର ମଧ୍ୟ ବାହାର ଦେଶରେ ଫସି ରହିଥିବା ଲୋକଙ୍କୁ ନିଜ ଦେଶକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ ଆଶା ଖୁବ୍ ଶିଘ୍ର ପରିସ୍ଥିତି ଆୟତ୍ତକୁ ଆସୁ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close