ଏପ୍ରିଲ୍ ୩୦ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

ବଢୁଛି କରୋନା ଚିନ୍ତାରେ ବିଶ୍ୱ ବା ରାଜ୍ୟ ..

ପୁଣି ଆସିଲା କରୋନା ସଂକ୍ରମଣ ଚିନ୍ତାରେ ପୁରା ବିଶ୍ୱ ବାସୀ । କିପରି ପୁଣି କରୋନା ମହାମାରୀର ମୁକାବିଲା କରିବେ ବା ଏହି ମୋହାମାରୀ କବଳରୁ ବଞ୍ଚିବେ ତାହା ବର୍ତ୍ତମାନ ଏକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଗତ ବର୍ଷ କରୋନା ମହାମାରୀ ପାଇଁ ସବୁ ଠପ ହୋଇପଡିଥିଲା । କିନ୍ତୁ ଚଳିତ ବର୍ଷ ଲୋକଙ୍କର ଧାରଣା ଥିଲା କି ସବୁ କିଛି ଠିକ ହୋଇଯିବ ।, ଏପ୍ରିଲ୍ ୩୦ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବାଏହାପରେ ମଧ୍ୟ ପୁଣିଥରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି ।ମାସ ଶେଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି ।। କିଛି ଦିନ ଧରି କରୋନା ସଂକ୍ରମଣ ୪୦ ହଜାର ଉପରେ ରହୁଥିବାରୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।, ଏପ୍ରିଲ୍ ୩୦ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବାଏଥିପାଇଁ ଜାରି ହୋଇଛି ଏପ୍ରିଲ ମାସର ଗାଇଡଲାଇନ୍ । ନୂଆ ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ମିଳିବ । ଏଥିସହ ପରିବହନ ବିମାନ ଚଳାଚଳରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button