ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍

ଅକ୍ଟୋବର ୧୫ରେ ଚଳିତ ସିଜିନର ଫାଇନାଲ ଫାଇଟ୍..

ଇଣ୍ଡିଆନ ପ୍ରମିୟର ଲିଗର ୧୪ ତମ ସିଜିନ ବାକିଥିବା ମ୍ୟାଚ କେବେ ଖେଳାଯିବ ? ଏ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରିଥିଲା ସେତେବେଳେ ଯେତେବେଳେ କି ମେ ୪ ତାରିଖରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଆଇପିଏଲକୁ ବାତିଲ କରିଦିଆଯାଇଥିଲା । ଏହା ପରେ ମେ ୨୯ ତାରିଖରେ ବୈଠକ ପରେ ବିସିସିଆଇ ଘୋଷଣା କରିଥିଲା ଯେ, ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯିବ ।କରୋନା ସହ ଲଢେଇ ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।, ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ତେବେ ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ । ଏନେଇ ବିସିସିଆଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତି ନିଆଯାଇଥିଲା ।ତେବେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।, ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ସୂଚନାଯୋଗ୍ୟ, ଭାରତରେ କରେନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏବଂ କିଛି ଆଇପିଏଲ ଫ୍ରାଞ୍ଚାଇଜର ଖେଳାଳିମାନେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଇପିଏଲ ସିଜିନ ୧୪କୁ ବାତିଲ କରିଦିଆଯାଇଥିଲା । ସେବେଠାରୁ ଅବଶିଷ୍ଟ ମ୍ୟାଚ ଖେଳାଯିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button