ଆଇପିଏଲକୁ ବନ୍ଦ କରିଦେଲା କରୋନା

ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଆଇପିଏଲ

କରୋନା ଜୀବାଣୁ ପାଇଁ ବର୍ତମାନ ସବୁକିଛିରେ ବାଧା ସୃଷ୍ଟି ହେବାରେ ଲାଗିଛି । ଚୀନରୁ ବ୍ୟାପିଥିବା ଏହି ମହାମାରୀ ଭାଇରସ୍ ଭାରତ ସମେତ ଆହୁରୀ ୭୦ଦେଶକୁ ନିଜ ଅଧିନକୁ ଆଣିସାରିଲାଣି । ବର୍ତମାନ ସୁଦ୍ଧା ଭାରତରେ ୭୩ ଜଣ କରୋନା ସଦ୍ଧିଗ୍ଧଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ତେବେ ଏସବୁ ଭିତରେ ଲୋକଙ୍କୁ ଯଥା ସମ୍ଭବ ସଚେତନତା ଅବଲମ୍ବନ କରିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଉଛି । ହେଲେ ତାଛଡା ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି ଯେ କରୋନା ଭାଇରସ୍ ପାଇଁ ଇଣ୍ଡିୟାନ୍ ପ୍ରିମିୟର୍ ଲିଗ୍ (ଅର୍ଥାତ ଆପିଏଲ ) ଖେଳ ଉପରେ ରୋକ ଲଗାଯାଇପାରେ । କହିବାକୁ ଗଲେ ଆଇପିଏଲ ଉପରେ କରୋନା ସଂଙ୍କଟ ଦେଖାଯାଇଛି । ମାର୍ଚ୍ଛ ୨୯ରୁ ଆଇପିଏଲର ୧୩ତମ ସିଜନ୍ ଆରମ୍ଭ ହୋଇଥାନ୍ତା । ପ୍ରଥମ ମ୍ୟାଚ୍ ଚେନ୍ନାଇ ଏବଂ ମୁମ୍ବାଇ ସହିତ ମୁମ୍ବାଇର ୱାନଖେଡେ ଷ୍ଟାଡିୟମ୍ ରେ ଅନୁଷ୍ଟିତ ହୋଇଥାନ୍ତା । ବୋଧହୁଏ ବର୍ତମାନ ଆଇପିଏଲ ଆରମ୍ଭ ହେବା ତାରିଖ ଘୁଂଚିଯିବାର ସମ୍ବାବନା ରହିଛି । କାରଣ ବୈାଦେଶିକ ମନ୍ତ୍ରଣାଳାୟ କହିଛନ୍ତି କି କରୋନା ଭାଇରସ କୁ ଦୃଷ୍ଟିରେ ରଖି ଆୟୋଜକ ମାନେ ନିଷ୍ପତି ନେବେ ଯେ ଏହା ବର୍ତମାନ ଜାରି କରିବା ଉଚିତ୍ କି ନୁହେଁ । କାରଣ ତାଙ୍କ ମତରେ ବର୍ତମାନ ଏହି ଆଇପିଏଲକୁ ନ କରିବା ସବୁଦୃଷ୍ଟିରୁ ଭଲ । ହେଲେ ଯଦି ଆୟୋଜକ ମାନେ ଏଥିପ୍ରତି ସମସ୍ତ କାର୍ଯ୍ୟ ପାଇଁ ଆଗକୁ ବଢିସାରିଲେଣି ,ତେବେ ତାହା ସେମାନଙ୍କର ନିଷ୍ପତି ।

ଏହା ପୂର୍ବରୁ କ୍ରିଡା ମନ୍ତ୍ରଣାଳାୟ ବିସିସିଆଇ ସମେତ ଜାତୀୟ କ୍ରିକେଟ ଫେଡରସନ୍ କୁ ସ୍ପଷ୍ଟ ଭାବରେ କହିଛନ୍ତି କି କରୋନା ଜୀବାଣୁ ବିପଦ ମଧ୍ୟରେ ଯଦି ଏହି ଟୁର୍ଣ୍ଣାମେନ୍ଟ କରାଯାଏ ,ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ ରଖିବାକୁ ହେବ । ଅର୍ଥାତ ସରକାରଙ୍କ ଏହି ନିଷ୍ପତି ପରେ ବର୍ତମାନ ସ୍ପଷ୍ଟ ହୋଇଛି ଯେ ଯଦି ବିସିସିଆଇ ଆପିଏଲ ଆୟୋଜନ କରେ ,ତେବେ ଦର୍ଶକଙ୍କ ବିନା ଏହି ଟୁର୍ଣ୍ଣାମେନ୍ଟ ଆୟୋଜନ କରିବାକୁ ପଡିବ ,ଆଉ ଏହି ପରିପ୍ରେକ୍ଷୀରେ ବନ୍ଦ ଦ୍ୱାର ଭିତରେ ଖେଳାଯିବ । କାରଣ ଆଇପିଏଲ ମ୍ୟାଚରେ ଷ୍ଟାଡିୟମ ଭର୍ତି ହୋଇ ଦର୍ଶକ ଖେଳ ଦେଖିବାକୁ ଆସିବେ । ଆଉ ଏହିଭଳି ଭିଡ ସ୍ଥାନରେ କରୋନା ଭାଇରସ୍ ବ୍ୟାପିବାର ଆଶଙ୍କା ବେଶି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । କିନ୍ତୁ ଷ୍ଟାଡିୟମ ବନ୍ଦ କରି ଖେଳ ହେଲେ ବି ଅନେକ ବିଦେଶୀ ଖେଳାଳୀଙ୍କୁ ଭିସା ପ୍ରଦାନ କରିବା ବି କଷ୍ଟକର ହୋଇଯିବ । ତେଣୁକରି ଆଇପିଏଲ ମ୍ୟାଚକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ବିସିସିଆଇ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close