କଣ ଇଟାଲୀକୁ ମିଳିଗଲା କରୋନା ଟୀକା

ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ଓ୍ୟଷଧ ଓ ଟିକା ବିକଶିତ କରିବାରେ ସବୁ ଦେଶର ବୈାଜ୍ଞାନିକମାନେ ଲାଗିପଡିଛନ୍ତି । ଯାହାଫଳରେ କରୋନା ପାଇଁ ବର୍ତମାନର ପରିସ୍ଥିତି ଖୁବ ଜଟିଳ ହୋଇଯାଇଛି । ତା ଉପରେ ପୁଣି ଏ ଲକ ଡାଉନର ନିୟମ । ସମୟ ବିତିଚାଲୁଛି । ଲକ ଡାଉନ ବଢିବାକୁ ଲାଗୁଛି । ହେଲେ କରୋନାର ସ୍ଥିତି ସୁଧୁରୁ ନାହିଁ । କିନ୍ତୁ ଏହିଭଳି ସଂଙ୍କଟ ସମୟରେ ଗୋଟିଏ ଭଲ ଖବର ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକା ପ୍ରସ୍ତୁତି ପ୍ରୟାସର ବିସ୍ତୃତ ସମୀକ୍ଷା କରିଛନ୍ତି, କୁହାଯାଇଛି ଯେ ଭାରତରେ ୩୦ରୁ ଅଧିକ ଟିକା ବିକଶିତ ପର୍ଯ୍ୟାୟରେ ରହିଛି । ସେଥି ମଧ୍ୟରୁ କିଛି ଟ୍ରାଏଲ ପାଇଁ ପଠାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟୀକା ବିକାଶ ସଂମ୍ପର୍କରେ ଏକ ଟାସ୍କେଫାର୍ସ ବୈାଠକରେ ଅଧ୍ୟକ୍ଷତା କରିଛନ୍ତି । ଯେଉଁଥିରେ ସେ ଭାରତର ପ୍ରୟାସର ସ୍ଥିତିର ସମୀକ୍ଷା କରିଥିଲେ । କରୋନା ଟୀକା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଲୟ ଦ୍ୱାରା ସ୍ଥାପିତ ଭ୍ୟାକ୍ସିନ ଟାସ୍କ ଫୋର୍ସ ଗବେଷଣା ପ୍ରତିଷ୍ଠାନ ଏବଂ ଲାବ୍ରୋଟରୀ ଗୁଡିକୁ ଅନୁସନ୍ଧାନ ଏବଂ ବିକାଶ ପାଇଁ ରୋଗୀର ନମୁନାକୁ ବ୍ୟବହାର କରିବାକୁ ଅନୁମତି ଦେଇଛି ।ସରକାର ଅନୁଷ୍ଟାନ ମଧ୍ୟରେ ଏହିପରି ଅନୁସନ୍ଧାନ ପାଇଁ ଜୈାବ ନମୁନା ଏବଂ ଡାଟା ସେୟାର ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ଏବଂ ସଂକ୍ରମଣ ସହ ଲଢିବା ପାଇଁ ଏହିଭଳି ଅନ୍ୟାନ୍ୟ ଓ୍ୟଷଧ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । କିନ୍ତୁ ଆଶା ଏହା ଯେ ଖୁବ୍ ଶିଘ୍ର ସାରା ବିଶ୍ୱ ପାଇଁ ଭାରତ କିଛି ଫଳାଫଳ ଆଣିପାରିବ । କିନ୍ତୁ ଆଉ ଏକ ପର୍ଯ୍ୟାୟରେ ଇଟାଲୀ କୋଭିଡ -୧୯ ପାଇଁ ଟିକା ପ୍ରସ୍ତୁତ କରିସାରିଛି ବୋଲି ସାରା ବିଶ୍ୱରେ ଦାବା କରୁଛି । ଏମିତିକି ବିଶ୍ୱରେ ପ୍ରଥମଥର ପାଇଁ କୋଭିଡ-୧୯ର ଟୀକା ଗୋଟିଏ ମଣିଷ ଉପରେ ପ୍ରୟୋଗ ହୋଇଛି ବୋଲି ମଧ୍ୟ ଇଟାଲୀ ସୂଚନା ଦେଇଛି । ମଣିଷ ଶରୀରରେ ଥିବା ସେଲ୍ ଏହି ଟୀକା ଦ୍ୱାରା କାର୍ଯ୍ୟକାରୀ ହୋଇ ଉଠିଛି । ତେଣୁ ଇଟାଲୀର ଦାବା ଯେ ବର୍ତମାନ କରୋନାର ମୁକାବିଲା କରିବାରେ ସେ ସଫଳ । କିନ୍ତୁ ଏହିଭଳି ମନ୍ତବ୍ୟ ପ୍ରତ୍ୟେକ ଦିନ କୈାଣସି ନା କୈାଣସି ଦେଶ ଦାବା କରିବାରେ ଲାଗିଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏହି ଟେଷ୍ଟ ଗୁଡିକୁ ସିକୃତି ମିଳୁନାହିଁ । ଡବ୍ୟୁଲ ଏଚ୍ ଓ ଅନୁସାରେ କରୋନାର ଟୀକା ବାହାର କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ଏବଂ ସମସ୍ତେ ଚେଷ୍ଟା ମଧ୍ୟ କରୁଛନ୍ତି । ହେଲେ ଏହାର ମଣିଷଙ୍କ ଶରୀରରେ ବ୍ୟବହାର କରାଯାଇ ପାରିବ କି ନାହିଁ ତାହା ପୁଷ୍ଟି କରିବାର ଦାୟିତ୍ୱ ଡବ୍ଲ୍ୟୁ ଏଚ୍ ଓ ର ଏବଂ ଏହା କେବଳ ଗୋଟିଏ ଦେଶର କଥା ନୁହେଁ ବରଂ ସାରା ବିଶ୍ୱର କଥା ଓ ଯଦି କୈାଣସି ବି ଦେଶ ଏଥିରେ ସଫଳ ହୁଏ ତେବେ ଏଥିରେ ସାରା ବିଶ୍ୱ ଉପକୃତ ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close