ବିପଦରେ ଜଳକା ନଦୀର ଜଳସ୍ତର

ଲଘୁଚାପ ବର୍ଷା ଯୋଗୁଁ ବଢୁଛି ନଦୀର ଜଳସ୍ତର

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ସକ୍ରୀୟ ହୋଇଛି । ଏହା ଫଳରେ ରାଜ୍ୟରେ ବର୍ଷା ଜାରି ରହିବ । ଆସନ୍ତା ଚବିଶ ଘଣ୍ଟା ଯାଏଁ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ବର୍ଷାର ପରିମାଣ ବଢ଼ିବା ସହ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ଧିରେ ଧିରେ ବଢୁଛି । , ବିପଦରେ ଜଳକା ନଦୀର ଜଳସ୍ତରବର୍ତ୍ତମାନ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା ନଦୀ । ନଦୀରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଲଘୁଚାପଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।, ବିପଦରେ ଜଳକା ନଦୀର ଜଳସ୍ତର ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଜଳସ୍ତର ବଢୁଛି ।  ଯଦି ଏଭଳି ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଳକର ୨ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି । ସେପଟେ ଜିଲ୍ଲାପାଳମନାଙ୍କୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button