୨୦ବର୍ଷପରେ ସେଫ୍ ଏବଂ ତବୁଙ୍କ ଯୋଡି

ସାରାଙ୍କୁ ନେଇ ଏଭଳି କହିଲେ ସେଫ୍

‘ଜୱାନୀ ଜାନେମନ’ ହଁ ଆପଣମାନେ ବୁଝିସାରିଥିବେ ମୁଁ କାହା କଥା କହିବାକୁ ଚାହୁଁଛି । ଏହି ଫିଲ୍ମକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହା କେଉଁ କାହାଣୀ ଉପରେ ଆଧାରିତ ହୋଇଥିବ । ଏବଂ ବହୁତ ଦିନପରେ ସେଫ୍ ଏବଂ ତବୁଙ୍କୁ ଏକା ସାଙ୍ଗରେ ଏହି ଫିଲ୍ମରେ ଅଭିନୟ କରିବାର ଦେଖିବାକୁ ମିଳିବ । ପୂର୍ବରୁ ହମ୍ ସାଥ୍ ସାଥ୍ ହେଁ ଏବଂ ତୁ ଚୋର ମେଁ ସିପାହୀ ଆଦି ଫିଲ୍ମରେ ସେମାନେ ଅଭିନୟ କରିସାରିଛନ୍ତି କିନ୍ତୁ ବର୍ତମାନ ପାଖାପାଖି ୨୦ ବର୍ଷ ପରେ ସେମାନେ ଏକାଠି ‘ଜୱାନୀ ଜାନେମନ’ ରେ ଦେଖିବାକୁ ମିଳିବେ ।

, ୨୦ବର୍ଷପରେ ସେଫ୍ ଏବଂ ତବୁଙ୍କ ଯୋଡି

ତେବେ ଏହି ଫିଲ୍ମ ପାଇଁ ବହୁତ ଅଧିକ ଚର୍ଚ୍ଚାରେ ଅଛନ୍ତି ସୈଫ୍ ଅଲୀ ଖାନ୍ । ପୂର୍ବରୁ ତାନାଜୀରେ କରିଥିବା ଚରିତ୍ର ପାଇଁ ସେ ବହୁତ ପ୍ରଶଂସା ସାଉଁଟି ଥିଲେ ତା ସହ ଏହି ଫିଲ୍ମଟି ମଧ୍ୟ ବ୍ଲକବୋଷ୍ଟର ହେଉ ବୋଲି ସେ ଆଶା ରଖିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନର କେତୋଟି କଥା କ୍ୟାମେରା ସାମ୍ନାରେ ବିନା ସଂଙ୍କୋଚରେ କହିଥିଲେ । ବଡ ଝିଅ ସାରାଙ୍କ ସଫଳତାକୁ ନେଇ ସେ ଖୁବ୍ ଖୁସି ଥିବା ବେଳେ ପୁଅ ଇବ୍ରାହିମ୍‌ର କ୍ରିକେଟ ନିଶା ଦେଖି ସେ ଆତ୍ମସନ୍ତୋଷ ଲାଭ କରୁଛନ୍ତି । ତାଙ୍କ ପ୍ରଥମ ପତ୍ନୀ ବହୁତ କଷ୍ଟ କରି ଦୁଇଟି ପିଲାଙ୍କର ଭବିଷ୍ୟତ ଏକାକୀ ଗଢିଛନ୍ତି ବୋଲି ସେ ପ୍ରଶଂସା ମଧ୍ୟ କରିଥିଲେ ।

, ୨୦ବର୍ଷପରେ ସେଫ୍ ଏବଂ ତବୁଙ୍କ ଯୋଡି
ତାସହ ଦ୍ୱିତିୟ ପତ୍ନୀ କରୀନା ଏବଂ ତୟମ୍ବୁରଙ୍କ ସହ ତାଙ୍କର ବର୍ତମାନର ସାଂସାରିକ ଜୀବନ ବହୁତ ଖୁସିରେ ଅତିବାହିତ ହେଉଛି । ପୂର୍ବରୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସହ ଯାହା ବି ଘଟିଛି ସେଥିପାଇଁ ସେ ବହୁତ ଦୁଃଖିତ ।କିନ୍ତୁ ଆଗକୁ ବଢିବା ପରେ ସେ ପଛକୁ ଫେରିବାର ରାସ୍ତା ନଥିଲା । ତେଣୁକରି ବର୍ତମାନ ଯାହା ଅଛି ତାକୁ ସର୍ତକତାର ସହ ସମ୍ଭାଳି ରଖିବାକୁ ସେ ଚେଷ୍ଟାକରୁଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close