୨ରୁ ୪ତାରିଖ ଲଗାଣ ବର୍ଷା

ରାଜ୍ୟରେ ମୈାସୁମୀ ବର୍ଷା ଜାରି ରହିଛି । ଆଗାମୀ ଦିନରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ୨ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସେଥିପାଇଁ ଆସନ୍ତା ୪ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟୋଲୋ ୱାନିଙ୍ଗ ଜାରୀ କରାଯାଇଛି । କେନ୍ଦ୍ରର ସୂଚନା ଅନୁସାରେ ଜୁଲାଇ ୧ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।
ବିଶେଷକରିକୋରାପୁଟ,ମାଲକାନାଗିରି,ନବରଙ୍ଗପୁର,ନୂଆପଡା,ଗଜପତି,ସୁନ୍ଦରଗଡ,ଗଞାମ,କେନ୍ଦୁଝର ଓ ମୟୁରଭଞ ଆଦି ଜିଲ୍ଲାର କେତକ ସ୍ଥାନରେ ବିଜୁଳି,ଘଡଘଡି,ସହ ବର୍ଷା ହେବ । ଓ ୨ ତାରିଖ ଦିନ ଏହି ଜିଲ୍ଲାଗୁଡିକ ସମେତ ରାୟଗଡା ଓ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close