ଅସୁରଗଡ଼ ଅଧିବାସୀ ଥିଲେ ଉତ୍ତମ କାରିଗର

ବର୍ତ୍ତମାନ ଚର୍ଚ୍ଚାରେ କଳାହାଣ୍ଡି ଜିଲା ନର୍ଲା ତହସିଲରେ ଅବସ୍ଥିତ ଅସୁରଗଡ଼ ଦୁର୍ଗ। କାହିଁକିନା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତଖନନରୁ ଏଏସଆଇକୁ ଅନେକ ଗରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ମୈାର୍ଯ୍ୟ ସାମ୍ରାଜ୍ୟରୁ କୁଶାଣ ସାମ୍ରାଜ୍ୟ ପର୍ଯ୍ୟନ୍ତ ସମସାମୟିକ ବହୁ ସାମଗ୍ରୀ ଏଠାରୁ ମିଳିଛି। ଅସୁରଗଡ଼ ଦୁର୍ଗର ଐତିହାସିକ ତଥା ପ୍ରତ୍ନତାତ୍ତିକ ଗୁରୁତ୍ୱ ସମ୍ପର୍କରେ ଅବଗତ ହେବା ପାଇଁ ଏଏସଆଇ ଭୁବନେଶ୍ୱର ଶାଖା-4 ପକ୍ଷରୁ କରାଯାଇଥିବା ଏହି ଉତଖନନ ଅସୁରଗଡ଼ର ପ୍ରାଚୀନ ସଭ୍ୟତା ସମ୍ପର୍କରେ କେତେକ ଅଜଣା ଓ ଅନାଲୋଚିତ ତଥ୍ୟ ପ୍ରଦାନ କରିଛି।

, ଅସୁରଗଡ଼ ଅଧିବାସୀ ଥିଲେ ଉତ୍ତମ କାରିଗର

କଳାହାଣ୍ଡି ଜିଲାର ନର୍ଲା ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତଖନନ ପରେ ସେଠାରେ 2300 ବର୍ଷ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଛି। ତୃତୀୟ ଓ ପଞ୍ଚମ ଶତାବ୍ଦୀ ସମୟର ଏହି ସଭ୍ୟତାରେ ଲୋକଙ୍କ ଜୀବନଶୈଳୀ କିଭଳି ଥିଲା ତାହା ଧିରେ ଧିରେ ଲୋକଲୋଚନକୁ ଆସୁଛି। ଏଠାକାର ସଭ୍ୟତା ଶିଶୁପାଳଗଡ଼ଠାରୁ ପ୍ରାଚୀନ ବୋଲି ଅଧିକ ଉତଖନନ ପରେ ଜଣାପଡ଼ିବ କହିଛନ୍ତି  ଭୁବନେଶ୍ୱର ଏଏସଆଇ ଏସ୍କାଭେସନ୍ ବ୍ରାଞ୍ଚ-4 ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ. ଦବିସଦ ଗଡ଼ନାୟକ। ନର୍ଲା ଅସୁରଗଡ଼ ଉତଖନନସ୍ଥଳରୁ 5ଟି ରୌପ୍ୟମୁଦ୍ରା ଆବିଷ୍କୃତ ହୋଇଛି, ଯାହା ମୌର୍ଯ୍ୟ ଯୁଗର ବୋଲି ଜଣାପଡ଼ିଛି। ମୌର୍ଯ୍ୟ ବଂଶର ସମସାମୟିକ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଛି । ପ୍ରାଚୀନ ଓଡ଼ିଶାର ମଗଧ ସହିତ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ ଥିଲା ବୋଲି ଜଣାପଡିଛି। ଏହି ଉତଖନନ ସ୍ଥଳରୁ ପ୍ରାଥମିକ ପର୍ଯ୍ୟାୟରେ 7ଟି ଗୋଲାକାର, ଅର୍ଦ୍ଧ ବୃତ୍ତାକାର, ଆୟତାକାର ଘର ଆବିଷ୍କାର କରାଯାଇଛି। ସେହିପରି ଲୌହଚକ୍ର ଓ ଦୁଇଟି ଲୌହ ତୀର ସହିତ ଗୋଡ଼ର ମୁଦି, ମୋତି, ଜାପସର, କାନଫୁଲ, ଆଗେଟ୍ ଆଦି ଉତଖନନ ସମୟରେ ମିଳିଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।

, ଅସୁରଗଡ଼ ଅଧିବାସୀ ଥିଲେ ଉତ୍ତମ କାରିଗର

ନର୍ଲା ଅସୁରଗଡ଼ରେ ଉତଖନନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷର ସଂସ୍ଥା(ଏଏସଆଇ) ଅନୁମତି ପ୍ରଦାନ ପରେ ସେଠାରେ 2018 ନଭେମ୍ବର ଶେଷ ସପ୍ତାହରୁ ଉତଖନନ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ତାହା ଏପ୍ରିଲ୍ ମାସ ପର୍ଯ୍ୟନ୍ତ ଚାଲିବ । ଶିଶୁପାଳଗଡ଼ ଉତଖନନ ପରେ ସେଠାରେ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଥିଲା। ନର୍ଲା ଅସୁରଗଡ଼ରେ ଆଉ ଏକ ମାସ ତଥା ପ୍ରାୟ 3ଫୁଟ ଡିପୋଜିଟ୍ ଉତଖନନ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । ନର୍ଲା ଅସୁରଗଡ଼ ଏକ ମାଟିର ଦୁର୍ଗ ହୋଇଥିବାରୁ ତାହା ଶିଶୁପାଳଗଡ଼ଠାରୁ ପ୍ରାଚୀନ କି ନୁହେଁ ତାହା ଜାଣିବା ପାଇଁ ଏଠାରେ ଉତଖନନ ଜାରି ରହିଛି । ଶିଶୁପାଳଗଡ଼ ଦୁର୍ଗ ଭଳି ଦେଖିବାକୁ ନର୍ଲା ଅସୁରଗଡ଼ ମାଟିର ଦୁର୍ଗ। ଏହା କଳାହାଣ୍ଡି ଜିଲାର ସଦରମହକୁମା ଭବାନିପାଟଣାରୁ 35 କିଲୋମିଟର ଏବଂ ନର୍ଲାଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ । ଏଏସଆଇ ପକ୍ଷରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ବଡ଼ ଧରଣର ଉତଖନନ ପ୍ରକଳ୍ପ ହାତକୁ ନିଆଯାଇଛି। ନର୍ଲା ଅସୁରଗଡ଼ କେତେ ପୁରୁଣା, ଏଠାରେ କେତେ ବର୍ଷ ତଳର ସଭ୍ୟତା ରହିଥିଲା, ଏହା ଶିଶୁପାଳଗଡ଼ର ସମସାମୟିକ କିମ୍ବା ତର୍ପୂର୍ବରୁ ରହିଛି ଇତ୍ୟାଦି ଜାଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉତଖନନ ପରେ ଏଠାକାର ପ୍ରାଚୀନ ସଭ୍ୟତା ଓ ଓଡ଼ିଶା ଇତିହାସର ଅନେକ ତଥ୍ୟ ମିଳିବ ବୋଲି ଆାଶା ରଖିଛନ୍ତି ଆର୍କିଓଲୋଜିଷ୍ଟ ଶ୍ରୀ ଗଡ଼ନାୟକ।

Post Your View

Leave a Reply

Your email address will not be published. Required fields are marked *

Back to top button